/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694951299.jpg)
Vishwakarma scheme
ସମସ୍ତ ନିର୍ମାଣକାରୀ ଜଣେ ଜଣେ ବିଶ୍ୱକର୍ମା। କୃଷି ହେଉ କି ଦରଜୀ ହେଉ ସବୁଠି ରହିଛି ଏମାନଙ୍କର ଭୂମିକା। ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ଦ୍ୱାରକାରେ ଯଶୋଭୂମି ପରିସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ମେସିନ ତିଆରି ନୁହେଁ ହାତ ତିଆରି ଜିନିଷର ଗୁରୁତ୍ୱ ଅଧିକ ରହିଛି । ଏହି ଯୋଜନାରେ ବଡ଼ ବଡ଼ କମ୍ପାନୀ ଆପଣଙ୍କ ଦୁଆରକୁ ଆସିବେ । ଏହି ଯୋଜନା ମାଧ୍ୟମରେ ୧୮ କୌଳିକ ବର୍ଗ ଉପରେ ସରକାର ଫୋକସ୍ କରିବେ । କୌଳିକ ସାମଗ୍ରୀ କିଣିବାକୁ ଯୋଗାଇ ଦିଆଯିବ ୧୫ ହଜାର ଟଙ୍କା । କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ ।
#ପିଏମ୍_ବିଶ୍ୱକର୍ମା_ଯୋଜନା
ପିଏମ୍ ବିଶ୍ୱକର୍ମା ଯୋଜନା: ଡିଜିଟାଲ କାରବାର ପାଇଁ ମିଳିବ ପ୍ରୋତ୍ସାହନ ରାଶି#VishwakarmaYojanapic.twitter.com/BSsOMqJg2Q— ଓଟିଭି (@otvkhabar) September 17, 2023
ଏହି ସ୍କିମ୍ ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍, ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ହିତାଧିକାରୀଙ୍କୁ ୫ ପ୍ରତିଶତ ସୁଧ ହାରରେ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ମିଳିବ ।
ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନର ବି ବ୍ୟବସ୍ଥା ରହିଛି । ପିଏମ୍ ବିଶ୍ୱକର୍ମା ଯୋଜନାରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)