Advertisment

Chenab Bridge: ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ, ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ

୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି।

ଅଦ୍ୟତନ ହୋଇଛି
undefined

ଉଦଘାଟିତ ହେଲା ସର୍ବୋଚ୍ଚ ସେତୁ

Advertisment

ଭାରତର ରେଳ ଇତିହାସରେ ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ସେତୁ । ଯାହାର ଉଚ୍ଚତା ୩୫୯ ମିଟର ଥିବା ବେଳେ ଏହି ସେତୁର ଦୈର୍ଘ୍ୟ ୧୩୧୫ ମିଟର ରହିଛି । ଚେନାବ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ ।

Advertisment

୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି। ଏଥିପାଇଁ ୧୪୮୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦ ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି।

Advertisment

ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ । ତୁଷାରପାତ ସମୟରେ କାଶ୍ମୀର ଉପତ୍ୟକା ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଉଥିଲା । ୨୦୦୩ ରେ ଭାରତ ସରକାର କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସବୁ ପାଗ ଭିତ୍ତିରେ ସଂଯୋଗ କରିବା ପାଇଁ ଚେନାବ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସେତୁ ୨୦୦୯ ସୁଦ୍ଧା ପ୍ରସ୍ତୁତ ହେବାକୁ ଥିଲା । ମାତ୍ର ଏହି ଅବଧି ମଧ୍ୟରେ ଏହା ସରିନଥିଲା । ବର୍ତ୍ତମାନ ପ୍ରାୟ ୨ ଦଶନ୍ଧି ପରେ ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରସ୍ତୁତ ହୋଇଛି । ଏହି ବ୍ରିଜ୍ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଏବଂ ରିକ୍ଟର ସ୍କେଲରେ ୮ ମ୍ୟାଗ୍ନିଚ୍ୟୁଡ୍ ପର୍ଯ୍ୟନ୍ତ ଭୂକମ୍ପକୁ ସହ୍ୟ କରିପାରିବ। ସେତୁଟି ଆସନ୍ତା ୧୨୦ ବର୍ଷ ପାଇଁ ନିର୍ମାଣ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୋଲିସ କମିଶନରଙ୍କ ସମେତ ACP, DCP ନିଲମ୍ବିତ

Anji Khad Bridge Chenab Bridge India Indian Railways Ashwini Vaishnow Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ