• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କର୍ତ୍ତବ୍ୟପଥ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଆଜିଠୁ ରାଜପଥ ପାଲଟିଲା ଇତିହାସ । ଗୁଲାମୀର ଆଉ ଏକ ଚିହ୍ନରୁ ମିଳିଲା ମୁକ୍ତି । ଆଜି ଆଧୁନିକ ଓ ସଶକ୍ତ ଭାରତର ପ୍ରାଣପ୍ରତିଷ୍ଠା ହୋଇଛି । କର୍ତ୍ତବ୍ୟ ପଥ ଉଦ୍‌ଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ ଆହୁରି କହିଛନ୍ତି ଯେ, ଦେଶକୁ ଆଜି ନୂଆ ପ୍ରେରଣା ଓ ଉର୍ଜା ମିଳିଛି । ସ୍ୱାଧୀନତା ପରେ ନେତାଜୀଙ୍କ ଯୋଗଦାନକୁ ଭାରତ ଭୁଲିଯାଇଥିଲା । ନେତାଜୀଙ୍କ ରାସ୍ତାରେ ଚାଲିଥିଲେ ଆଜି ଦେଶର ଚିତ୍ର ଭିନ୍ନ ହୋଇଥାଆନ୍ତା ବୋଲି ମୋଦି କହିଛନ୍ତି । ରାଜପଥ ଭାବନା ଦେଶର ଗୁଲାମୀର ପ୍ରତୀକ ଥିଲା । ପଥ ରାଜପଥ ହେଲେ ଲୋକମୁଖୀ କିଭଳି ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ସହ କର୍ତ୍ତବ୍ୟପଥ ଦେଶର ସର୍ବକାଳୀନ ଆଦର୍ଶର ପ୍ରତୀକ ହେବ ବୋଲି କହିଛନ୍ତି ।