• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଧାରଣ ଲୋକଙ୍କ ପାଇଁ ସରକାରୀ ରାଜକୋଷ ଖୋଲିଥିବା ପ୍ରଧାନମନ୍ତ୍ରୀ ନିଜ ଖାଦ୍ୟ ଖର୍ଚ୍ଚ ନିଜେ ବହନ କରନ୍ତି । ନରେନ୍ଦ୍ର ମୋଦିଙ୍କ ଭୋଜନ ପାଇଁ କୌଣସି ସରକାରୀ ଅର୍ଥ ଖର୍ଚ୍ଚ ହୁଏ ନାହିଁ । ସୂଚନା ଅଧିକାର ଆଇନ (ଆରଟିଆଇ) ଅନୁସାରେ ଏନେଇ ପ୍ରଶ୍ନ କରାଯାଇଥିଲା । ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ମୋଦିଙ୍କ ଖର୍ଚ୍ଚ ସମ୍ପର୍କୀୟ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ।

ଆରଟିଆଇ ଉତ୍ତରରୁ ଜଣାପଡ଼ିଛି, ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ପାଇଁ ସରକାରୀ ବଜେଟରୁ କିଛି ବି ଟଙ୍କା ଖର୍ଚ୍ଚ କରାଯାଏ ନାହିଁ । ମୋଦିଙ୍କ କହିବା କଥା ହେଲା ସମସ୍ତ ସକ୍ଷମ ବ୍ୟକ୍ତି ନିଜର ଖର୍ଚ୍ଚ ବହନ କରିବା ଉଚିତ୍ । କେବଳ ଏତିକି ନୁହେଁ ଅସହାୟ ଲୋକଙ୍କୁ ମଧ୍ୟ ସାଧ୍ୟମତେ ସେମାନେ ସାହାଯ୍ୟ କରିବା ଆବଶ୍ୟକ । ତେବେ ସବୁଠାରୁ ବଡ଼ କଥା ହେଲା କରୋନା କାଳରେ ଗରିବ ଲୋକଙ୍କୁ ମାଗଣା ଗହମ ଏବଂ ଚାଉଳ ବଣ୍ଟନ ବ୍ୟବସ୍ଥା କରିଥିବା ବ୍ୟକ୍ତି ରାଜକୋଷରୁ ନିଜ ଖାଦ୍ୟ ବ୍ୟବସ୍ଥା କରନ୍ତି ନାହିଁ ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ପୋଷାକ ଖର୍ଚ୍ଚ ବିଷୟରେ ମଧ୍ୟ ଆରଟିଆଇ ତଥ୍ୟ ମଗାଯାଇଥିଲା । ଆଉ ଏଥିରେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ପୋଷାକ ଖର୍ଚ୍ଚ ଦିଅନ୍ତି ବୋଲି କୁହାଯାଇଛି । ଅନ୍ୟପଟେ ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଗାଡ଼ି ଗୁଡିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ମୁତୟନ ଥାଆନ୍ତି । ମୋଦିଙ୍କର ଦରମା ଏବଂ ଭତ୍ତା ସମ୍ବନ୍ଧୀୟ ସୂଚନା ମଧ୍ୟ ଆରଟିଆଇରେ ଖୋଜା ଯାଇଥିଲା । ତେବେ ଏହି ପ୍ରଶ୍ନର ଉତ୍ତରରେ ତାଙ୍କର ବେତନ ବିଷୟରେ ସୂଚନା ଦିଆଯାଇ ନାହିଁ । କେବଳ ନିୟମ ଅନୁଯାୟୀ ବୃଦ୍ଧି କରାଯାଏ ବୋଲି କୁହାଯାଇଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ଆର୍ଥିକ ସୁଦୃଢ଼ ଲୋକମାନେ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ସବସିଡି ଛାଡ଼ିଥିଲେ । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହାକୁ ଅନୁସରଣ କରୁଛନ୍ତି ।