/odishatv-khabar/media/post_attachments/uploadimage/library/16_9/16_9_0/s_1702103277.jpg)
PM Modi Greets Sonia Gandhi On Her Birthday
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କର ୭୭ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ Xରେ ପୋଷ୍ଟ ଶେୟାର କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
‘ଭଗବାନ ତାଙ୍କୁ(ସୋନିଆ ଗାନ୍ଧି) ଦୀର୍ଘାୟୁ ଓ ସୁସ୍ଥ ରଖନ୍ତୁ’ ବୋଲି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି । ୧୯୪୬ ମସିହା ଡିସେମ୍ବର ୯ରେ ଇଟାଲୀରେ ସୋନିଆ ଗାନ୍ଧି ଜନ୍ମଗ୍ରହଣ କରିଥିଲେ । ଦୀର୍ଘ ଦିନ ସେ କଂଗ୍ରେସ ଅଧ୍ୟକ୍ଷା ଥିଲେ ।
Best wishes to Smt. Sonia Gandhi Ji on her birthday. May she be blessed with a long and healthy life.
— Narendra Modi (@narendramodi) December 9, 2023
ତେବେ କିଛିବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ସୋନିଆଙ୍କ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଗାନ୍ଧି ଏବେ ପାର୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)