• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉଦଘାଟିତ ହୋଇଛି ଦେଶର ପ୍ରଥମ ଦୃତ ରିଜନାଲ୍ ରାପିଡ୍ ଟ୍ରେନ୍ ସର୍ଭିସ-NAMO ଭାରତ । ଆଜି ଉତ୍ତର ପ୍ରଦେଶର ସାହିବାବାଦରୁ ଏହାକୁ ସବୁଜ ପତାକା ଦେଖାଇ ଏହି ଦୃତତମ ଟ୍ରେନ ସେବା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ-ଗାଜିଆବାଦ୍ ଏବଂ ମେରଠ ସହ ଏହି ଟ୍ରେନ୍ ସଂଯୋଗ କରିବା ଦିଲ୍ଲୀ ସହ ଉତ୍ତରପ୍ରଦେଶକୁ ଖୁବ୍ ଶୀଘ୍ର ପହଞ୍ଚିବାକୁ ହାଇସ୍ପିଡ୍ ଟ୍ରେନ୍‌ରର ପରିକଳ୍ପନା କରାଯାଇଛି । 

ଏହି ରେଳ ପ୍ରକଳ୍ପ ପାଇଁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଗାମୀ ସମୟରେ ଏହାକୁ ଲକ୍ଷ୍ନୌ ଯାଏଁ ସମ୍ପ୍ରସାରଣ କରାଯିବାକୁ ଯୋଜନା ରହିଛି । ‘ଦିଲ୍ଲୀ-ଗାଜିଆବାଦ-ମିରଟ୍‌ର ୧୭ କିଲୋମିଟର୍‌ବିଶିଷ୍ଟ ଗରୁତ୍ବପୂର୍ଣ୍ଣ ସେକ୍‌ସନ୍‌ ‘ରିଜିଓନାଲ୍‌ ରାପିଡ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ୍‌ କରିଡର୍‌’ ଶନିବାର ଦିନ ଯାତ୍ରୀମାନଙ୍କ ଲାଗି ଉନ୍ମୁକ୍ତ ହେବ ।

ନମୋ ଭାରତର ପ୍ରିମିୟମ୍‌ କୋଚ୍‌ରେ ଯାତ୍ରା କରିବାକୁ ମାତ୍ର ୧୦୦ ଟଙ୍କା ଲାଗିବ । ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ଦ୍ୱାରା ଏହି ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯଦି ଟ୍ରେନ୍‌ ଚଳାଚଳ ସମୟରେ କୌଣସି ମାନବକୃତ ତ୍ରୁଟି ପରିଲକ୍ଷିତ ହୁଏ ତାହା ଏହି ସୁରକ୍ଷା ବ୍ୟବସ୍ଥାରେ ଧରାପଡ଼ିବା ସହିତ ତ୍ରୁଟି ସୁଧାରି ହେବ । ‘ରାପିଡ୍‌ଏକ୍ସ୍‌’ (ନମୋ ଭାରତ) ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଯାତ୍ରା କରି ଶିକ୍ଷାର୍ଥୀମାନଙ୍କ ସହିତ ଆଳାପ କରିଥିଲେ ।

କଣ ରିଜିଓନାଲ୍ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ ?

ଏହି ଟ୍ରେନ୍‌ରେ ଅଳ୍ପ ସମୟରେ ଲମ୍ବା ଦୂରତା ଅତିକ୍ରମ କରିହେବ । ଏହା ସହରକୁ ସହର ସହ ଯୋଡ଼ିବ । ଅଳ୍ପ ଖର୍ଚ୍ଚରେ, ଅଳ୍ପ ସମୟରେ ପହଞ୍ଚି ହେବ । ମେଟ୍ରୋଠୁ ଦ୍ରୁତ ଓ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ୧୨ ମିନିଟ୍ ରେ ୧୭ କିଲୋମିଟର୍ ଯିବ । ଘଣ୍ଟା ପ୍ରତି ୧୬୦ କି.ମି. ସ୍ପିଡ୍‌ରେ ଯାଇପାରିବ । ୨୦ ଟଙ୍କାରୁ ଭଡ଼ା ଆରମ୍ଭ, ସର୍ବାଧିକ ଭଡ଼ା ମାତ୍ର ୧୦୦ ଟଙ୍କା ।