Advertisment

ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି , ୭୫ ପ୍ରତିଶତ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାର ଶୀର୍ଷରେ ରହିଛନ୍ତି । ବିଶ୍ୱର ଶୀର୍ଷ ନେତାଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ଏହା ପ୍ରକାଶ ପାଇଛି । ବିଶ୍ୱ ମାନ୍ୟତାରେ ନରେନ୍ଦ୍ର ମୋଦି ବିଶ୍ୱରେ ସବୁଠାରୁ ଲୋକପ୍ରିୟ । ମର୍ନିଂ କନ୍ସଲ୍ଟ ସର୍ଭେ (Morning Consult Survey) ଅନୁଯାୟୀ, ଦୁନିଆର ସବୁଠାରୁ ଅଧିକ ୭୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱ ମାନ୍ୟତାର ଶୀର୍ଷରେ ଅଛନ୍ତି ।

Advertisment

୨୨ ନେତାଙ୍କ ମଧ୍ୟରେ ଶୀର୍ଷରେ ମୋଦି

ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ୬୩ ପ୍ରତିଶତ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟରେ ଅଛନ୍ତି । ସେହିପରି ୫୪ ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଛନ୍ତି। ଏଥି ସହିତ ୨୨ ବିଶ୍ୱ ନେତାଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ବାଇଡେନ୍‌ଙ୍କ ପରେ ୩୯ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୩୮ ପ୍ରତିଶତ ରେଟିଂ ସହ ସପ୍ତମ ସ୍ଥାନରେ ରହିଛନ୍ତି ।

ଜାରି ରହିଛି ମୋଦିଙ୍କ ଲୋକପ୍ରିୟତା

ପୂର୍ବ ବର୍ଷ ପରି ମୋଦିଙ୍କ ଲୋକପ୍ରିୟତା ଜାରି ରହିଛି । ମର୍ନିଂ କନ୍ସଲ୍ଟ ରାଜନୈତିକ ଇଣ୍ଟେଲିଜେନ୍ସ (Morning Consult Political Intelligence) ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ, ଜର୍ମାନୀ, ଭାରତ, ମେକ୍ସିକୋ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ୍, ସ୍ୱିଡେନ ଏବଂ ଯୁକ୍ତରାଷ୍ଟ୍ରର ନେତାଙ୍କୁ ନେଇ ଏକ ସର୍ଭେ କରିଛି । ଏହାପୂର୍ବରୁ ଜାନୁୟାରୀ ୨୦୨୨ ଏବଂ ନଭେମ୍ବର ୨୦୨୧ ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାର ଶୀର୍ଷରେ ଥିଲେ ।

Advertisment

ରିୟଲ୍‌ ଟାଇମ୍‌ ତଥ୍ୟ ଉପରେ ଆଧାରିତ ସର୍ଭେ ରିପୋର୍ଟ

ଏହି ସର୍ଭେ ଏଜେନ୍ସି ନିର୍ବାଚନ, ନିର୍ବାଚିତ ଅଧିକାରୀ ଏବଂ ଭୋଟ୍ ପ୍ରସଙ୍ଗରେ ରିଅଲ୍ ଟାଇମ୍ ମତଦାନ ତଥ୍ୟ ପ୍ରଦାନ କରିଥାଏ । Morning Consult ଦୈନିକ ୨୦,୦୦୦ ରୁ ଅଧିକ ସାକ୍ଷାତକାର ଆୟୋଜିତ କରିଥାଲ । ତଥାପି ଏହି ଏଜେନ୍ସିର ସର୍ଭେରେ ଏକରୁ ଚାରି ପ୍ରତିଶତ ବୃଦ୍ଧି କିମ୍ବା ହ୍ରାସ ହେବାର ସମ୍ଭାବନା ଅଛି ।

ସର୍ଭେ ପାଇଁ ଆମେରିକାରେ ହାରାହାରି ୪୫,୦୦୦ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା । ସେହିପରି ଅନ୍ୟ ଦେଶରେ ମଧ୍ୟ ଲୋକ ସଂଖ୍ୟା ଆଧାରରେ ଲୋକଙ୍କୁ ପ୍ରଶ୍ନ କରାଯାଏ । ସମସ୍ତ ସାକ୍ଷାତକାର ଅନ୍ଲାଇନରେ କରାଯାଏ । ପ୍ରତ୍ୟେକ ଦେଶରେ ବୟସ, ଲିଙ୍ଗ, ଅଞ୍ଚଳ ଏବଂ କେତେକ ଦେଶରେ ସରକାରୀ ସୂତ୍ରକୁ ସର୍ଭେରେ ଗୁରୁତ୍ୱ ଦିଆଯାଇ ଥାଏ ।

PM Modi Most Popular World Leader
Advertisment
Advertisment