• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ କେଦାରନାଥରେ ପହଞ୍ଚି ସାରିଛନ୍ତି ନରେନ୍ଦ୍ର ମୋଦି । ଏ ଅବସରରେ ମୋଦି ୩୪୦୦ କୋଟିରୁ ଅଧିକ ମୂଲ୍ୟର ସଂଯୋଗୀକରଣ ପ୍ରକଳ୍ପର ମୂଳଦୁଆ ପକାଇବେ । ଯେଉଁଥିରେ ଗୌରୀକୁଣ୍ଡକୁ କେଦାରନାଥ ଓ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରୁଥିବା ଦୁଇଟି ନୂଆ ରୋପେଓ୍ୱ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଆଜି ସକାଳ ପ୍ରାୟ ୮ ଟା ୩୦ରେ କେଦାରନାଥରେ ପହଞ୍ଚିଛନ୍ତି ମୋଦି । ଉତ୍ତରାଖଣ୍ଡର ପାରମ୍ପରିକ ପୋଷାକ-ଚୋଳ ଡୋରା ପରିଧାନ କରି ମନ୍ଦିରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ମନ୍ଦିର ଭିତରେ ପୂଜାର୍ଚ୍ଚନା କରିଥିଲେ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମନ୍ଦିରରେ ଉପସ୍ଥିତ ଥିଲେ  । 

 ପରେ ୯ଟାରେ କେଦାରନାଥ ରୋପେଓ୍ୱର ଶିଳାନ୍ୟାସ ଓ ଶଙ୍କରାଚାର୍ଯ୍ୟ ସମାଧି ଦର୍ଶନ କରିବାର କାର୍ଯ୍ୟକର୍ମ ରହିଛି । କେଦାରନାଥଙ୍କ ପୀଠରେ ଅନ୍ୟାନ କାର୍ଯ୍ୟକ୍ରମ ସାରି ବଦ୍ରିନାଥ ଯିବେ ପ୍ରଧାନମନ୍ତ୍ରୀ । ଦିନ ପ୍ରାୟ ୧୧ଟା ୩୦ରେ ବଦ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ସେଠାରେ ବଦ୍ରିନାଥ ରୋପେଓ୍ୱ ପ୍ରକଳ୍ପର ମୂଳଦୁଆ ପକାଇବା ସହ ଅନ୍ୟାନ୍ୟ ର୍ନିମାଣ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ନୂଆ ରୌପେଓ୍ୱ ପ୍ରୋଜେକ୍ଟ ଦ୍ୱାରା ଯାତ୍ରୀଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି କଷ୍ଟ ଦାୟକ ଯାତ୍ରା କରିବାକୁ ପଡ଼ିବନି । ଗୌରୀକୁଣ୍ଡରୁ କେଦାରନାଥ ମଧ୍ୟରେ ହେବାକୁ ଥିବା ପ୍ରକଳ୍ପର ଲମ୍ବ ୯.୭ କିମି ଥିବାବେଳେ, ଆଗରୁ ଯାତ୍ରା ପାଇଁ ୬ରୁ୭ ଘଣ୍ଟା ଲାଗୁଥଲା । ଏବେ ରୋପେଓ୍ୱ ହେଲେ ମାତ୍ର ୩୦ ମିନିଟରେ ପହଞ୍ଚିପାରିବେ ଶ୍ରଦ୍ଧାଳୁ । ସେହିପରି ଗୋବିନ୍ଦଘାଟ-ହେମକୁଣ୍ଡ ଭିତରେ ଦୂରତା ୧୨.୪ କିମି ଥିବା ବେଳେ, ନୂଆ ରୋପେଓ୍ୱ ନିର୍ମାଣ ଦ୍ୱାର ମାତ୍ର ୪୫ ମିନିଟରେ ପହଞ୍ଚିପାରିବେ ଶ୍ରଦ୍ଧାଳୁ ।