Advertisment

PM Modi In Gujarat: ପୁଣି ପାକିସ୍ତାନ ଉପରେ ବର୍ଷିଲେ ପିଏମ : 'ଡ୍ୟାମ୍‌ ସଫା ପାଇଁ ଛୋଟ ଗେଟ୍‌ ଖୋଲିଲୁ,ପାକିସ୍ତାନରେ ବନ୍ୟା'

ପାକିସ୍ତାନ ଉପରେ ପୁଣି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସିନ୍ଧୁ ଜଳ ଚୁକ୍ତି କଥା ଉଠାଇ ଚେତାବନୀ ଦେଇଛନ୍ତି । ଏହାସହ ଆତଙ୍କବାଦର କଣ୍ଟାକୁ କାଢ଼ିକି ହିଁ ରହିବୁ ବୋଲି କହି ଟାର୍ଗେଟ୍ କରିଛନ୍ତି ।

ଅଦ୍ୟତନ ହୋଇଛି
PM Modi Targets Pakistan

PM Modi Targets Pakistan

Advertisment

ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନ । ଗାନ୍ଧିନଗରରେ ସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୁଣି ପାକିସ୍ତାନ ଉପରେ ବର୍ଷିବା ସହ ଆତଙ୍କବାଦ ମୁକାବିଲା କଥା ଦୋହରାଇଛନ୍ତି । ରୋଡ୍ ସୋ ପରେ ସାଧାରଣ ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, "ଆତଙ୍କବାଦର କଣ୍ଟାକୁ କାଢ଼ିକି ହିଁ ରହିବୁ । ଇଟାର ଜବାବ ପଥରରେ ଦେବୁ । ପାକିସ୍ତାନକୁ ଜଣା ଯୁଦ୍ଧରେ ଜିତି ପାରିବେ ନାହିଁ । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନୁ । କିନ୍ତୁ ପ୍ରତିଟି ଆକ୍ରମଣର ସଠିକ ଜବାବ ମିଳିବ । ଆମେ ପ୍ରଗତି ଚାହୁଁଛୁ, ଦେଶର ବିକାଶ ଚାହୁଁଛୁ । ଭାରତ ବୀର ଯୋଦ୍ଧାମାନଙ୍କ ଭୂମି ଅଟେ । ଆମେ ବେଶୀ କିଛି କରିନୁ, ହେଲେ ସେଠାରେ ଝାଳ ବାହାରି ଗଲାଣି । ଏଥର ପ୍ରମାଣ ଦେବାକୁ ପଡିଲାନି ।" ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉଦ୍ଦେଶ୍ୟରେ ପରୋ‍କ୍ଷରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ।

Advertisment

ଅଧିକ ପଢନ୍ତୁ : ଗୁଜରାଟ ଭଦୋଦରାରେ ପିଏମ ମୋଦିଙ୍କ ରୋଡ୍ ସୋ

ଏହାସହ ସିନ୍ଧୁ ଜଳ ଚୁକ୍ତି ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ପିଏମ ମୋଦି କହିଝଛନ୍ତି, "ସିନ୍ଧୁ ଜଳ ଚୁକ୍ତି ପଢିଲେ ଆଶ୍ଚର୍ଯ୍ୟ ହେବେ । ୧୯୬୦ରେ ଜମ୍ମୁ-କାଶ୍ମୀର ଉପରେ ନିର୍ମିତ ଡ୍ୟାମ ସଫା କରାଯିବନି ବୋଲି ନିଷ୍ପତ୍ତି ହୋଇଥିଲା । ଡ୍ୟାମ୍‌ର ତଳ ଗେଟ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା । ୬୦ ବର୍ଷ ଧରି, ଏହି ଗେଟ୍‌ଗୁଡ଼ିକ କେବେ ଖୋଲାଯାଇ ନଥିଲା । ଯେଉଁ ଜଳଭଣ୍ଡାର ୧୦୦% କ୍ଷମତାରେ ପୂରଣ କରାଯିବା କଥା, ତାହା ଏବେ ମାତ୍ର ୨% କିମ୍ବା ୩%କୁ ହ୍ରାସ ପାଇ ସାରିଛି । ବର୍ତ୍ତମାନ ମୁଁ କିଛି କରିନାହିଁ, ଲୋକମାନେ ଝାଳ ବୁହାଉଛନ୍ତି । ଡ୍ୟାମ୍‌ ସଫା ପାଇଁ ଛୋଟ ଗେଟ୍‌ ଖୋଲିଛୁ, ପାକିସ୍ତାନରେ ବନ୍ୟା ଆସିଛି ।"

ଅଧିକ ପଢନ୍ତୁ : ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ...

PM Modi PM Narendra Modi In Gujarat Indus Waters Treaty India Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ