Mann Ki Baat: ମୋଦିଙ୍କୁ ମୋଟାପଣ ଚିନ୍ତା, ମନ୍ କୀ ବାତ୍‌ରେ ଦେଲେ ପତଳା ହେବାର ଟିପ୍ସ

ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିପରି ମୋଟାପଣରୁ ମୁକ୍ତି ପାଇବେ, ସେନେଇ ମଧ୍ୟ ବତାଇଲେ ଟିପ୍ସ । ପଢନ୍ତୁ ପୂରା ଖବର

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍

ଏବେ ଯୁବପିଢିଙ୍କ ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ହେଲାଣି । ମୋଟାପଣ କମାଇବାକୁ ହେଲେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ । ପ୍ରତିଦିନ ଖାଦ୍ୟରେ କମ୍‌ ତେଲ ଖାଇବାକୁ ଚେଷ୍ଟା କରନ୍ତୁ । ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାନ୍ତୁ । ନିଜେ ତେଲ କମାଇବା ସହ ୧୦ ଜଣଙ୍କୁ କମାଇବାକୁ ପରାମର୍ଶ ଦିଅନ୍ତୁ । ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍ କୀ ବାତ୍'ରେ ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଦେଶବାସୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଧିକ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀଙ୍କ ଅଫିସରେ ପୁଣି ଜଣେ ଓଡ଼ିଆ ପୁଅ, ଶକ୍ତିକାନ୍ତ ଦାସଙ୍କୁ ନୂଆ ନିଯୁକ୍ତି

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଖାଦ୍ୟରେ କମ୍ ତେଲ ବ୍ୟବହାର କରିବା ଓ ମୋଟାପଣ କମାଇବା କେବଳ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ଏହା ପରିବାର ପ୍ରତି ଆମର ଦାୟିତ୍ୱ ମଧ୍ୟ । ଅଧିକ ତୈଳଯୁକ୍ତ ଖାଦ୍ୟ ସେବନ ହୃଦରୋଗ, ଡାଇବେଟିସ୍ ଓ ହାଇପର ଟେନସନ ଭଳି ନାନା ପ୍ରକାର ରୋଗର କାରଣ ହୋଇଥାଏ । ଆମେ ନିଜ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ନିଜେ ସୁସ୍ଥ ଓ ନିରୋଗ ରହିପାରିବା ଏବଂ ପରିବାରକୁ ଭଲରେ ରଖିପାରିବା ।

ଏହାସହିତ ପିଏମ୍ ମୋଦି ଦେଶବାସୀଙ୍କ ଆଗରେ ଏକ ଚ୍ୟାଲେଞ୍ଜ ରଖିଛନ୍ତି । ପିଏମ୍ କହିଛନ୍ତି, ''ମୁଁ ୧୦ ଜଣ ଲୋକଙ୍କୁ ଚ୍ୟାଲେଞ୍ଜ ଦେବି ସେମାନେ ନିଜ ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମ୍ କରିପାରିବେ କି ? ପରେ ସେହି ଲୋକ ଆଉ ୧୦ ଜଣଙ୍କୁ ‌ଏହି ଚ୍ୟାଲେଞ୍ଜ କରିବେ । ଏହି କୌଶଳ ମୋଟାପଣ ସମସ୍ୟା କମ୍ କରିବାରେ ସାହାଯ୍ୟ କରିବ ବୋଲି ମୋର ବିଶ୍ୱାସ ।'' 

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ ଭାରତର AI ସଫଳତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଭାରତର AIକୁ ସବୁଠି ପ୍ରଶଂସା ମିଳୁଛି । ଭାରତକୁ ବିଜ୍ଞାନ ଓ ମହାକାଶ ବ୍ୟତୀତ AIରେ ମଧ୍ୟ ସଫଳତା ମିଳିଛି । ପ୍ୟାରିସ୍‌ରେ AIକୁ ନେଇ ଭାରତକୁ ଅନେକ ପ୍ରଶଂସା କରାଯାଉଛି ।

ଅଧିକ ପଢ଼ନ୍ତୁ :  ବଡ଼ ଭେଟ୍‌ଘାଟ୍, ବଡ଼ ଡିଲ୍...ବିଶ୍ୱ ଦେଖିଲା ଭାରତ-ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ