Advertisment

Chenab Bridge Inaguration: ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ ଲୋକାର୍ପିତ କଲେ ମୋଦି, କାଶ୍ମୀର ପାଇଁ ୪୪ ହଜାର କୋଟିର ପ୍ରକଳ୍ପ

ଦୁର୍ଗମ ହିମାଳୟ ପର୍ବତର ଛାତି ଚିରି ଉପତ୍ୟକାକୁ ସାରା ଭାରତ ସହ ଯୋଡୁଥିବା ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜର ଲୋକାର୍ପଣ ସହ ପ୍ରାୟ ୪୪ ହଜାର କୋଟିର ଉନ୍ନୟନ ପ୍ରକଳ୍ପର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

chenab

chenab

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଆଜି ଲୋକାର୍ପିତ ହୋଇଛି ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ, ଚେନାବ ବ୍ରିଜ୍ ସହ ଦେଶର ପ୍ରଥମ ଝୁଲା ରେଳ ବ୍ରିଜ୍ ଅଞ୍ଜି ବ୍ରିଜ୍। ଦୁର୍ଗମ ହିମାଳୟ ପର୍ବତର ଛାତି ଚିରି ଉପତ୍ୟକାକୁ ସାରା ଭାରତ ସହ ଯୋଡୁଥିବା ଏହି ଦୁଇ ବ୍ରିଜର ଲୋକାର୍ପଣ ସହ ପ୍ରାୟ ୪୪ ହଜାର କୋଟିର ଉନ୍ନୟନ ପ୍ରକଳ୍ପର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପାକିସ୍ତାନକୁ ମାନବବାଦର ଦୁସ୍ମନ୍ କହି ଖୁବ୍ ଧୁଲେଇ କରିଥିଲେ। ଏମିତିକି ଅପରେସନ ସିନ୍ଦୂରକୁ ପଡ଼ୋଶୀ ଆଦୌ ଭୁଲିବନି ବୋଲି କହିଥିଲେ ମୋଦି।

Advertisment

ହେଲେ ଅଳ୍ପ ସମୟରେ ଯେଭଳି ଆତଙ୍କୀ ଠିକଣା ସବୁକୁ ଧ୍ବଂସ କରିଦେଲୁ, ପାକିସ୍ତାନ କେବେ ବି ଅପରେସନ ସିନ୍ଦୂରକୁ ଭୁଲବନି ବୋଲି ଆଜି ଜାମ୍ମୁ ଓ କାଶ୍ମୀରରେ ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ ଚେନାବ ରେଲୱେ ସେତୁ ଉଦଘାଟନ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାସହ ଭାଷଣରେ ପଡ଼ୋଶୀ ଦେଶ, ଘୋର ପର୍ଯ୍ୟଟନ ବିରୋଧୀ ବୋଲି ଦର୍ଶାଇବା ସହ ପହଲଗାମ୍ ରେ ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ ଯାଇଥିବା ସ୍ଥାନୀୟ କାଶ୍ମିରୀ ଆଦିଲ୍ କୁ ବି ଆତଙ୍କବାଦୀ ମାରିଦେଲେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

କାଶ୍ମୀର ଉପତ୍ୟକାରେ ଆଜି ପ୍ରଧାନମନ୍ତ୍ରୀଙ୍କ କରକମଳରେ ପ୍ରାୟ ୪୪ ହଜାର କୋଟିର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୋଦି ବିଶ୍ବର ସର୍ବୋଚ୍ଚ ରେଲୱେ ସେତୁ ଚେନାବ୍ ବ୍ରିଜର ଉଦଘାଟନ ସହ ଦେଶର ପ୍ରଥମ କେବୁଲ ଷ୍ଟେ ରେଲ୍ ବ୍ରିଜ୍ ବା ଝୁଲା ପୋଲ ଅଞ୍ଜି ବ୍ରିଜ୍ ର ମଧ୍ୟ ଲୋକାର୍ପଣ କରିଥିଲେ। ଉଭୟ ସେତୁ ଉଦ୍ଧମପୁର-ବାରାମୂଳା-ଶ୍ରୀନଗର ରେଳ ଲିଙ୍କ୍ ଅଧୀନରେ ଆସୁଥିବାବେଳେ କାଶ୍ମୀରକୁ ସାରା ଦେଶ ସହ ସଂଯୋଗ କରିବ। ନିଜେ ମୋଦି ବ୍ରିଜ୍ ଉପରେ ବୁଲି ଏହାର ନିର୍ମାଣ ଶୈଳୀ ବି ପରଖିଥିଲେ। କାଟ୍ରାରେ ଜନସଭାକୁ ଉଦବୋଧନ ଦେଇ ମୋଦି କହିଥିଲେ- କାଶ୍ମୀର ବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହେଲା। ଚେନାବ ବ୍ରିଜ୍ ଉଜ୍ଜ୍ବଳ ଭାରତର ଉଦାହରଣ। କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ବି ସାମିଲ ହୋଇଥିଲେ।

Advertisment

୧୫ ଶହ କୋଟି ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ଚେନାବ ବ୍ରିଜ୍ ର ଉଚ୍ଚତା ୩୫୯ ମିଟର ଓ ଦୈର୍ଘ୍ୟ ୧୩ ଶହ ୧୫ ମିଟର। ଫ୍ରାନସର ଏଫିଲ୍ ଟାୱାରଠୁ ବି ଉଚ୍ଚା ଏହି ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ। ବ୍ଲାଷ୍ଟ ପ୍ରୁଫ୍ ଓ ଭୂକଂପ ନିରୋଧୀ ସେତୁ ନିର୍ମାଣକୁ ଲାଗିଛି ୧୮ ବର୍ଷ। ଯେଉଁଥିରେ ନିୟୋଜିତ ହୋଇଥିଲେ ୩୦୦ ଇଞ୍ଜିନିୟର, ୧୩ଶହରୁ ଅଧିକ କର୍ମଚାରୀ।

ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ

Advertisment
Narendra Modi Rail Bridge Over Chenab River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ