Advertisment

ଖୁବଶୀଘ୍ର ଆରମ୍ଭ ହେବ ‘ସୂର୍ଯ୍ୟୋଦୟ ଯୋଜନା’; କୋଟିଏ ଛାତରେ ଲାଗିବ ସୌର ପ୍ୟାନେଲ୍

‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରାଯିବ। ଏହା ଦ୍ୱାରା କେବଳ ଗରିବ ଓ ମଧ୍ୟବିତ୍ତଙ୍କ ବିଜୁଳି ବିଲ୍ କମିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Pradhanmantri Suryoday Yojana 2024

PM Suryodaya Yojana

ଆଉ ରହିବନି ବିଜୁଳି ସଂକଟ। ପ୍ରତି ଘରେ ପହଞ୍ଚିବ ସୌରଶକ୍ତି। ଏହାକୁ ସତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଖୁବଶୀଘ୍ର ଏକ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରାଯିବ। ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ସମାରୋହରୁ ଫେରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, “ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ଆଲୋକରୁ ବିଶ୍ୱର ସମସ୍ତ ଭକ୍ତ ସର୍ବଦା ଶକ୍ତି ପାଆନ୍ତି। ଅଯୋଧ୍ୟାର ପବିତ୍ର ଅବସରରେ ମୋର ସଂକଳ୍ପ ଆହୁରି ଦୃଢୀଭୂତ ହୋଇଛି ଯେ ଭାରତୀୟମାନଙ୍କୁ ଘରଛାତ ଉପରେ ନିଜସ୍ୱ ସୌର ପ୍ୟାନେଲ ବ୍ୟବସ୍ଥା କରାଯିବା ଉଚିତ୍ । ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ ଆମ ସରକାର ୧କୋଟି ଘରେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିବା ଲକ୍ଷ୍ୟ ରଖିଛନ୍ତି। ଏନେଇ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରାଯିବ। ଏହା ଦ୍ୱାରା କେବଳ ଗରିବ ଓ ମଧ୍ୟବିତ୍ତଙ୍କ ବିଜୁଳି ବିଲ୍ କମିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବ ।”

ଭଗବାନ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସୌର ପ୍ୟାନେଲ ପ୍ରତି ପରିବାରର ଛାତ ଉପରେ ବ୍ୟବହାର କରାଯିବ। ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଚେତନ କରିବା ସକାଶେ ଏକ ବୃହତ ଜାତୀୟ ଅଭିଯାନ ଆରମ୍ଭ କରାଯିବ। ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ ହେବ। ଶକ୍ତି କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ । ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଂଖ୍ୟକ ସୌର ପ୍ୟାନେଲ ସ୍ଥାପନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଜାତୀୟ ଅଭିଯାନ ଆରମ୍ଭ କରାଯିବ।

Advertisment
PM Narendra Modi
Advertisment
Advertisment