• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଖ୍ୟମନ୍ତ୍ରୀଙ୍କ ଉପରକୁ ବୋତଲ ମାଡ଼ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Arvind Kejriwal)ଙ୍କ ଉପରକୁ ପାଣି ବୋତଲ ମାଡ ହୋଇଛି । ଫଳରେ ସମସ୍ତଙ୍କ ସାମ୍ନାରେ ଅପଦସ୍ତ ହେବାକୁ ପଡ଼ିଛି । ଗୁଜରାଟର ରାଜକୋଟର ଏକ ଗରବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ପାଣି ବୋତଲ ଫିଙ୍ଗା ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି ।

ଗୁଜରାଟ ନିର୍ବାଚନ ପାଇଁ ମୋଦିଙ୍କ ଗଡ଼ରେ ବର୍ତ୍ତମାନ ଡେରା ପକାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଗୁଜୁରାଟ ଅକ୍ତିଆର କରିବା ପାଇଁ ସେ କଳ ବଳ କୌଶଳ ଲଗାଇ ଦେଇଛନ୍ତି । ଆମ ଆଦମୀ ପାର୍ଟିକୁ ବିଜୟୀ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି । ଏହି କ୍ରମରେ ଲୋକଙ୍କ ନିକଟତର ହେବାପାଇଁ ରାଜକୋଟରେ ଖୋଡାଲଧାମ୍‌ ଗରବା କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇଥିଲେ । ତାଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନିଲ ସିଟି କ୍ଲବର ଦାଣ୍ଡିଆ କାର୍ଯ୍ୟକ୍ରମରେ ପହଞ୍ଚିବାଥିବା ବେଳେ କେହି ତାଙ୍କ ଉପରକୁ ପାଣି ବୋତଲ ମାଡ଼ କରିଥିଲା । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ କେଜ୍ରିୱାଲଙ୍କ ଉପରେ ବୋତଲ ଫିଙ୍ଗିଥିବା ବ୍ୟକ୍ତି ସମ୍ପର୍କରେ ଜଣାପଡ଼ି ନାହିଁ । ପୋଲିସ୍‌ ବର୍ତ୍ତମାନ ଘଟଣା ସମ୍ପର୍କରେ ଛାନଭିନ୍‌ କରିବା ସହ ଅଭିଯୁକ୍ତକୁ ଖୋଜୁଛି ।

ତେବେ ଗସ୍ତ ସମୟରେ କେଜ୍ରିୱାଲ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, ଗୁଜୁରାଟର ଲୋକଙ୍କ ପାଖରେ୨୭ ବର୍ଷ ପର୍ଯ୍ୟନ୍ତ ବିକଳ୍ପ ନଥିଲା, କିନ୍ତୁ ଏଥର ଆମ୍ ଆଦମୀ ପାର୍ଟି ଏକ ବିକଳ୍ପ ହୋଇ ଉଭା ହୋଇଛି । ବର୍ତ୍ତମାନ ଗୁଜରାଟରେ ପରିବର୍ତ୍ତନ ଆସିବ । ଗୁଜରାଟର ଲୋକମାନେ ୨୭ ବର୍ଷ ଧରି ସେମାନଙ୍କୁ ସହ୍ୟ କରିଆସୁଛନ୍ତି । ବର୍ତ୍ତମାନ ସେମାନଙ୍କର ଅହଂକାର ଭାଙ୍ଗିବାର ସମୟ ଆସିଛି ।

ସୂଚନାଯୋଗ୍ୟ ଆସନ୍ତା ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ(  Gujarat Assembly election) ହେବ । ଏଥିପାଇଁ ଏବେ ଠାରୁ କସରତ୍‌ ଆରମ୍ଭ ହୋଇସାରିଛି । ଗୁଜରାଟରେ ବିଜୟ ହାସଲ କରିବା ପାଇଁ ଅରବିନ୍ଦ କେଜ୍ରିୱାଲ ପ୍ରୟାସ ଆରମ୍ଭ କରିଦେଲେଣି । ତେବେ ସେ ସଭାରେ ବିଜେପି ଓ କଂଗ୍ରେସକୁ ମଧ୍ୟ ଜୋରଦାର ଟାର୍ଗେଟ୍‌ କରିଛନ୍ତି ।