Advertisment

Air India Plane Crash: ‘ମୋ ପୁଅ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲା ଆଉ...’

ସମ୍ବାଦ ସରବରାହ ସଂସ୍ଥା ANI ସହିତ କଥାବାର୍ତ୍ତା କରି ରମିଲା ବେନ୍ କହିଛନ୍ତି, ‘ବିମାନଟି ହଷ୍ଟେଲ ଉପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୋ ପୁଅର କିଛି ହୋଇନାହିଁ। ମୁଁ ତା ସହିତ କଥା ହୋଇଛି। ମୋ ପୁଅକୁ ଦେଖିବା ପାଇଁ ମୋତେ ଭିତରକୁ ଯିବାକୁ ପଡିବ।

ଅଦ୍ୟତନ ହୋଇଛି
‘ମୋ ପୁଅ ବଞ୍ଚିଗଲା’

‘ମୋ ପୁଅ ବଞ୍ଚିଗଲା’

Advertisment

ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିବା କୁହାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଏୟାର ଇଣ୍ଡିଆ ବିମାନଟି ଡାକ୍ତରୀ ହଷ୍ଟେଲ ଉପରେ ଖସି ପଡ଼ିଥିଲା । ତେବେ ଏହି ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଗୁଜୁରାଟର ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ତେବେ ଏହି ଦୁର୍ଘଟଣା ପରେ ଗୁଜୁରାଟର ସିଭିଲ୍ ହସ୍ପିଟାଲରେ ପହଞ୍ଚିଥିଲେ ରମିଲା ବେନ୍ ନାମକ ଜଣେ ମହିଳା । ସେ ହସ୍ପିଟାଲରେ ପହଞ୍ଚି କହିଛନ୍ତି ଯେ ତାଙ୍କ ପୁଅ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ । କିନ୍ତୁ ଯେତେବେଳେ ଏହି ବିମାନ ଦୁର୍ଘଟଣା ହେଲେ ସେତେବେଳେ ମୋ ପୁଅ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଥିଲା । ଯାହାଫଳରେ ମୋ ପୁଅର କିଛି ହୋଇନାହିଁ ବୋଲି ରମିଲା ବେନ୍‌ ନାମକ ଜଣେ ମହିଳା କହିଛନ୍ତି ।

Advertisment

ସମ୍ବାଦ ସରବରାହ ସଂସ୍ଥା ANI ସହିତ କଥାବାର୍ତ୍ତା କରି ରମିଲା ବେନ୍ କହିଛନ୍ତି, ‘ବିମାନଟି ହଷ୍ଟେଲ ଉପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୋ ପୁଅର କିଛି ହୋଇନାହିଁ। ମୁଁ ତା ସହିତ କଥା ହୋଇଛି। ମୋ ପୁଅକୁ ଦେଖିବା ପାଇଁ ମୋତେ ଭିତରକୁ ଯିବାକୁ ପଡିବ। ପୁଅ କହୁଛି ଯେ ମୁଁ ଠିକ୍ ଅଛି। ମୁଁ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଛି, ତେଣୁ ମୁଁ ଟିକେ ଆଘାତ ପାଇଛି। ମୁଁ ଭିତରକୁ ଗଲେ ହିଁ ଜାଣିପାରିବି’ ବୋଲି ସେ କହିଛନ୍ତି ।

ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡାକ୍ତରଙ୍କ ହଷ୍ଟେଲରେ ବହୁତ କ୍ଷତି ହେବାର ସମ୍ଭାବନା ଅଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଦୁର୍ଘଟଣା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ବିମାନରେ ଥିବା ମୋଟ ୨୪୨ ଜଣଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ଥିଲେ। ବିମାନରେ ଦୁଇଜଣ ପାଇଲଟ୍ ଏବଂ ୧୦ ଜଣ କ୍ରୁ ସଦସ୍ୟ ଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବିମାନରେ ଥିଲେ କେତେ ଭାରତୀୟ, ସୂଚନା ଦେଲା ଏୟାର ଇଣ୍ଡିଆ

India Air India Flight Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ