Advertisment

୮ ରାଜ୍ୟର PFI କାର୍ଯ୍ୟାଳୟ ଉପରେ ଦ୍ୱିତୀୟ ରାଉଣ୍ତ ଚଢ଼ାଉ; ୮୦ରୁ ଅଧିକ ସଦସ୍ୟ ଗିରଫ

ପିଏଫ୍‌ଆଇ ଉପରେ ଏନ୍‌ଆଇଏର ପୁଣି ରେଡ୍‌। ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
NIA Raids

NIA Raids

ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI) ର ବିଭିନ୍ନ କାର୍ଯ୍ୟାଳୟ ଉପରେ ପୁଣି ଦେଶବ୍ୟାପୀ ଚଢାଉ । ଆଜି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ଦିଲ୍ଲୀ, ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ରେଡ୍‌ ସହ ୮୦ରୁ ଅଧିକ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି । 

Advertisment

ବେଆଇନ କାରବାର ନେଇ ମହାରାଷ୍ଟ୍ର ନାସିକ ପୋଲିସ ସଙ୍ଗଠନର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଛି । ସେହିପରି କର୍ଣ୍ଣାଟକରେ ୭୫ ପିଏଫଆଇ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଏସଡିପିଆଇ ୟାଦଗିରି ଜିଲ୍ଲା ସଭାପତି ।

ସେହିପରି ମହାରାଷ୍ଟ୍ର ଥାନେ କ୍ରାଇମବ୍ରାଞ୍ଚ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି । ଗତ ସେପ୍ଟେମ୍ବର ୨୨ ତାରିଖରେ ମଧ୍ୟ ଦେଶବ୍ୟାପୀ ଚଢାଉ କରାଯାଇଥିଲା ।  ଆତଙ୍କୀ କାର୍ଯ୍ୟକଳାପ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୨ ଶହରୁ ଅଧିକଙ୍କୁ ଗିରଫ କରାଗଲାଣି ।

Advertisment

ବର୍ତ୍ତମାନ ତଦନ୍ତ ଏଜେନ୍ସିଙ୍କ ରାଡାର୍‌ରେ ରହିଛି ପିଏଫ୍‌ଆଇ। ଏନ୍‌ଆଇଏ ଏବଂ ଇଡି ଅତୀତରେ PFIର ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲେ। ବର୍ତ୍ତମାନ PFI ଉପରେ ବ୍ୟାନ୍‌ର ଖଣ୍ଡା ଝୁଲୁଛି। ସେପ୍ଟେମ୍ବର ୨୨ରେ, ଏନଆଇଏ, ଇଡି ଏବଂ ରାଜ୍ୟ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି PFI ସହ ଜଡିତ ୧୦୬ଜଣଙ୍କୁ ଗିରଫ କରିଥିଲେ। ଏହାପୂର୍ବରୁ, NIA PFI ସହିତ ଜଡିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେପ୍ଟେମ୍ବର 22 ରେ, ସାରା ଦେଶରେ PFI ବିରୋଧରେ କାର୍ଯ୍ୟାନୁଷ୍ଠାନରେ, NIA UAPA ଅଧୀନରେ ୫ଟି FIR ରୁଜୁ କରିଛି।

PFI NIA Raids
Advertisment
Advertisment