Advertisment

PF Withdrawals Via ATM: EPFO ଗ୍ରାହକଙ୍କ ପାଇଁ ଖୁସି ଖବର; ATMରୁ ଉଠାଇପାରିବେ PF ଟଙ୍କା , ଜାଣନ୍ତୁ କେମିତି...

ଇପିଏଫଓ ହିତାଧିକାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସହଜରେ ଉଠାଇ ପାରିବେ ଟଙ୍କା। ସରଳ ହେବ ବ୍ୟବସ୍ଥା। ଏଥି ପାଇଁ ଶ୍ରମ ମନ୍ତ୍ରଣାଳୟ କରୁଛି ବଡ଼ ଯୋଜନା।

ଅଦ୍ୟତନ ହୋଇଛି
 Employees Provident Fund Organisation

Employees Provident Fund Organisation

Advertisment

ଇପିଏଫଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଇପିଏଫଓ ହିତାଧିକାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସହଜରେ ଉଠାଇ ପାରିବେ ଟଙ୍କା। ସରଳ ହେବ ବ୍ୟବସ୍ଥା। ଏଥି ପାଇଁ ଶ୍ରମ ମନ୍ତ୍ରଣାଳୟ କରୁଛି ବଡ଼ ଯୋଜନା। ଆସନ୍ତା ବର୍ଷ ଆରମ୍ଭରୁ ପିଏଫ ଖାତାଧାରୀମାନେ ସିଧାସଳଖ ଏଟିଏମ୍‌ରୁ ଉଠାଇପାରିବେ ନିଜର ପିଏଫ୍‌ ଟଙ୍କା । ଶ୍ରମ ସଚିବ ସୁମିତା ଦାୱରା ବୁଧବାର ଏହି ବଡ଼ ଘୋଷଣା କରିଛନ୍ତି। 

Advertisment

ଶ୍ରମ ମନ୍ତ୍ରଣାଳୟ ଦେଶର ଏକ ବୃହତ କର୍ମଚାରୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଏହାର ଆଇଟି ବ୍ୟବସ୍ଥାର ଉନ୍ନତୀକରଣ କରୁଛି । "ଆମେ ସଦସ୍ୟମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦାବିଗୁଡ଼ିକୁ ଶୀଘ୍ର ସମାଧାନ କରୁଛୁ ଏବଂ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ । ଏଣିକି ଜଣେ ଦାବିଦାର ହିତାଧିକାରୀ ସିଧାସଳଖ ଏଟିଏମରୁ ନିଜର କ୍ଲେମ ଟଙ୍କା ଉଠାଇପାରିବେ। ଏହା ଦ୍ୱାରା ମାନବ ହସ୍ତକ୍ଷେପ ହ୍ରାସ ପାଇବ ଓ ପ୍ରକ୍ରିୟା ସହଜ ହେବ । 

ଅଧିକ ପଢନ୍ତୁ: Viral Video: ମରିଗଲା ମାନବିକତା; ଦୁର୍ଘଟଣା ପରେ ଉଦ୍ଧାର ନକରି କାଢ଼ି ନେଲେ ଗହଣା

Advertisment

ଶ୍ରମ ସଚିବ ଆହୁରି କହିଛନ୍ତି ଯେ, "ଏହି ବ୍ୟବସ୍ଥାକୁ କ୍ରମାଗତ ଭାବେ ଉନ୍ନତ କରାଯାଉଛି। ପ୍ରତି ୨ରୁ ୩ ମାସରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିବ। ମୋର ବିଶ୍ୱାସ ଯେ ଜାନୁଆରୀ ୨୦୨୫ରୁ ଏକ ବଡ ପରିବର୍ତ୍ତନ ଆସିବ ଯେତେବେଳେ ଆମପାଖରେ ଇପିଏଫଓରେ ଆଇଟି ୨.୧ ଭର୍ସନ ରହିବ । ସେ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି ଇପିଏଫଓର ଆଇଟି ଭିତ୍ତିଭୂମିକୁ ଆମର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସ୍ତରକୁ ଆଣିବା । ଇପିଏଫ୍ଓ ଅର୍ଥାତ୍ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ପ୍ରାୟ ୭୦ ନିୟୁତ ସକ୍ରିୟ ଯୋଗଦାନକାରୀ ଅଛନ୍ତି। ସହଜ ଜୀବନଧାରଣକୁ ବୃଦ୍ଧି କରିବା ପାଇଁ ଇପିଏଫଓ ସେବାରେ ଉନ୍ନତି ଆଣିବା ଦିଗରେ ସରକାରଙ୍କ ପ୍ରୟାସକୁ ଶ୍ରମ ସଚିବ ପ୍ରଶଂସା କରିଥିଲେ ।

କେମିତି ଏହା କାମ କରିବ ? 

ବ୍ୟାଙ୍କ ଏଟିଏମ୍‌ କାର୍ଡ଼ ପରି ପିଏଫ୍‌ ଟଙ୍କା ମଧ୍ୟ ସମାନ ଭାବରେ ଆପଣ ଉଠାଇ ପାରିବେ। ତେବେ, ଆପଣଙ୍କର ମୋଟ PF ବାଲାନ୍ସର ୫୦% ଟଙ୍କା ଉଠାଇ ପାରିବେ। 

Advertisment

ଶ୍ରମ ସଚିବ ସୁମିତା ଦାୱରାଙ୍କ ସୂଚନା ଅନୁଯାୟୀ, ଏବେ କ୍ଲେମ୍‌ ପ୍ରୋସେସିଂ ବହୁତ୍‌ ଜଲଦି ହେଉଛି। ଆଇଟିରେ ଅନାବଶ୍ୟକ କାମ ହଟା ଯାଉଛି ।

ଏହି ସୁବିଧାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଏକ ସମୟସୀମା ନିର୍ଦ୍ଦିଷ୍ଟ କରାଯାଇ ନଥିବାବେଳେ, ଉନ୍ନତ ପର୍ଯ୍ୟାୟରେ ଉଦ୍ୟମ ହୋଇଥିବା ସୂଚନା ଦେଇଛନ୍ତି ଶ୍ରମ ସଚିବ।

ବର୍ତ୍ତମାନ, EPFO​​ର ୭୦ ମିଲିୟନରୁ ଅଧିକ ସକ୍ରିୟ ହିତାଧିକାରୀ ଅଛନ୍ତି । ପ୍ରତ୍ୟାହାର ନିୟମ ଅପରିବର୍ତ୍ତିତ ରହିଛି: କର୍ମଚାରୀମାନେ ଚାକିରୀ କରୁଥିବା ସମୟରେ PF ପ୍ରତ୍ୟାହାର କରିପାରିବେ ନାହିଁ ।

ଯଦି ଗୋଟିଏ ମାସ ପାଇଁ ବେକାର ରହନ୍ତି, ସେମାନେ ସେମାନଙ୍କର ବାଲାନ୍ସର ୭୫% ପ୍ରତ୍ୟାହାର କରିପାରିବେ ଏବଂ ଦୁଇମାସ ପରେ ପୂରା ଟଙ୍କା ମଧ୍ୟ ଉଠାଇ ପାରିବେ। 

ଅଧିକ ପଢନ୍ତୁ: ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ!

EPFO Employees’ Provident Fund Organisation ATM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ