• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଓ ଜିଜେଲ୍ ୮୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୦୧ ଟଙ୍କା ଓ ଡିଜେଲ୍ ୯୨.୨୭ ଟଙ୍କା ହୋଇଥିବା ଜଣାପଡିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୫.୮୮ ଓ ଡିଜେଲ୍ ୧୦୦.୧୦ ଟଙ୍କା ରହିଛି । ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଅଷ୍ଟମ ଥର ପାଇଁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷେ, ଗତକାଲି ମଧ୍ୟ ତେଲ ଦର ବଢ଼ିଥିଲା । ପେଟ୍ରୋଲ ଲିଟର ପିଛା ୭୬ ପଇସାରୁ ଊର୍ଦ୍ଧ୍ୱ ଓ ଜିଜେଲ୍ ୬୭ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଥିଲା । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୦.୨୧ ଟଙ୍କା ଓ ଡିଜେଲ୍ ଲିଟର ୯୧.୪୭ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ପେଟ୍ରୋଲ ୧୧୫.୦୪ ଟଙ୍କା ଓ ଡିଜେଲ୍ ୯୯.୨୫ ଟଙ୍କା ରହିଥିଲା ।

କେମିତି ଜାଣିବେ ନୂଆ ତୈଳ ଦର

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।