• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବେଲଗାମ୍ ତୈଳ ଦର । ଆଜି ପୁଣି ମହଙ୍ଗା ହେଲା ତେଲଦର । ଗତ ୧୪ ଦିନ ଭିତରେ ଆଜି ୧୨ ଥର ପାଇଁ ତୈଳ ଦାମ୍ ବଢ଼ିଛି । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୪୦ ପଇସା ବଢ଼ିଛି । ବର୍ଦ୍ଧିତ ଦର ହିସାବରେ ଦିଲ୍ଲୀରେ ୮୧ ପେଟ୍ରୋଲ ଦର ୧୦୩. ଓ ଡିଜେଲ ଦର ୯୫ ଟଙ୍କା ପାର କରିଛି ।

ସେହିପରି ମୁମ୍ବାଇରେ ମଧ୍ୟ ତେଲ ଦରରେ ୮୪ ପଇସା ବୃଦ୍ଧି ପାଇ ୧୧୮ ଟଙ୍କା ହୋଇଛି ।

ଅନ୍ୟପକ୍ଷେ, ରାଜ୍ୟର ତେଲ ଦର ସର୍ବାଧିକ ମାଲକାନଗିରିରେ ରହିଛି । ମାଲକାନଗିରିରେ ପେଟ୍ରୋଲ ଲିଟର ୧୧୬ ଟଙ୍କା ୩୫ ପଇସା ହୋଇଥିବାବେଳେ ଓ ଡିଜେଲ ଲିଟର ପିଛା ୧୦୫ ଟଙ୍କା ୯୨ ପଇସା ରହିଛି । ରାଜଧାନୀ ଭୁବନେଶ୍ୱରରେ ବି ତେଲ ଦର ମହଙ୍ଗା ହେବା ପରେ ଚିନ୍ତାରେ ଗ୍ରାହକ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୧୦ ଟଙ୍କା ୯୬ ପଇସା, ଡିଜେଲ୍ ୧୦୦ ଟଙ୍କା ୬୫ ପଇସାରେ ପହଞ୍ଚିଛି । ସେହିପରି ରାଉରକେଲା ଓ ସମ୍ବଲପୁରରେ ପେଟ୍ରୋଲ ଦର ୧୧୧ ଟଙ୍କା ଟପିଥିବା ବେଳେ ଡିଜେଲ୍ ୧୦୧ ଟଙ୍କାରେ ପହଞ୍ଚିଛି ।

କେମିତି ଜାଣିବେ ନୂଆ ତୈଳ ଦର

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।