Advertisment

ଶହେ ଟପିଲା ପେଟ୍ରୋଲ ଦର

ପୁଣି ମହଙ୍ଗା ହେଲା ତେଲଦର । ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍ । ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସପ୍ତମ ଥର ପାଇଁ ବୃଦ୍ଧି ପାଇଛି ।

author-image
Otv Khabar Bureau
Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates

Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates

ପୁଣି ମହଙ୍ଗା ହେଲା ତେଲଦର । ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍ । ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସପ୍ତମ ଥର ପାଇଁ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଶହେ ଟପିଛି ।

Advertisment

ପେଟ୍ରୋଲ ଲିଟର ପିଛା ୭୬ ପଇସାରୁ ଊର୍ଦ୍ଧ୍ୱ ଓ ଜିଜେଲ୍ ୬୭ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୦.୨୧ ଟଙ୍କା ଓ ଡିଜେଲ୍ ଲିଟର ୯୧.୪୭ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ପେଟ୍ରୋଲ ୧୧୫.୦୪ ଟଙ୍କା ଓ ଡିଜେଲ୍ ୯୯.୨୫ ଟଙ୍କା ।

ଅନ୍ୟପକ୍ଷେ, ଗତକାଲି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ିଥିଲା । ପେଟ୍ରୋଲ ଓ ଡିଜେଲ ଦର ଗତ ୭ ଦିନ ମଧ୍ୟରେ ଷଷ୍ଠଥର ପାଇଁ ବୃଦ୍ଧି ପାଇଥିଲା। ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୪ଟଙ୍କା ୪୭ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇ ସାରିଥିବା ବେଳେ ଡିଜେଲ ୪ ଟଙ୍କା ୪୭ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇସାରିଲାଣି।

Advertisment

କେମିତି ଜାଣିବେ ନୂଆ ତୈଳ ଦର 

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।

Petrol Prices Petrol Price Hike Oil Price Hike
Advertisment
Advertisment