/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648176587.jpg)
Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates
ପୁଣି ବଢିଲା ତେଲଦର । ପେଟ୍ରୋଲ ଲିଟର ପିଛା ୮୬ ପଇସା ଏବଂ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦାମ ପରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୧୦୪ ଟଙ୍କା ୫୫ ପଇସା ଛୁଇଁଥିବା ବେଳେ, ଡିଜେଲ ୯୪ ଟଙ୍କା ୨୯ ପଇସାରେ ପହଞ୍ଚିଛି ।
ସେହିପରି ମାଲକାନଗିରି କାଲିମେଳାରେ ତେଲଦର ସର୍ବାଧିକ ରହିଛି । କାଳିମେଳାରେ ପେଟ୍ରୋଲ ଦର ୧୧୧ ଟଙ୍କା ୯ ପଇସା ଥିବା ବେଳେ ଡିଜେଲ ଦର ୧୦୦ ଟଙ୍କା ୬୧ ପଇସା ରହିଛି । ଏହାସହ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୧୧ ପଇସା ଓ ଡିଜେଲ ଦାମ ୯୯ଟଙ୍କା ୭୩ ପଇସା ରହିଛି ।
ସମ୍ବଲପୁରରେ ପେଟ୍ରୋଲ ୧୦୫ ଟଙ୍କା ୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୮୭ ପଇସା ରହିଛି । ଷ୍ଟିଲ ସିଟି ରାଉରକେଲାରେ ପେଟ୍ରୋଲ ଦର ୧୦୫ ପାର ହୋଇ ୧୦୫ଟଙ୍କା ୫୦ ପଇସାରେ ପହଞ୍ଚିଛି । ବାଲେଶ୍ୱରରେ ପେଟ୍ରୋଲ ୧୦୪ ଟଙ୍କା ୩୨ ପଇସା ଏବଂ ଡିଜେଲ ୯୪ ଟଙ୍କା ୧୫ ପଇସା ଛୁଇଁଛି ଡିଜେଲ ଦର ବୃଦ୍ଧି ପାଇଛି । ୯୫ ଟଙ୍କା ୨୯ ପଇସାରେ ପହଞ୍ଚିଛି ଗତ ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ ତେଳଦର ବୃଦ୍ଧି ପାଇଥିବା ବେଳେ, ପେଟ୍ରୋଲ ୨ଟଙ୍କା ୭୭ ପଇସା ଏବଂ ଡିଜେଲ ୨ଟଙ୍କା ୬୭ ପଇସା ବଢିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)