Advertisment

୭ ଦିନରେ ୬ ଥର ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଗତ ୭ ଦିନ ମଧ୍ୟରେ ଷଷ୍ଠଥର ପାଇଁ ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି।

author-image
Rajalaxmi Sahoo
Petrol Diesel Prices

Petrol Diesel Prices Hiked Again

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଗତ ୭ ଦିନ ମଧ୍ୟରେ ଷଷ୍ଠଥର ପାଇଁ ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇ ସାରିଥିବା ବେଳେ ଡିଜେଲ ୪ ଟଙ୍କା ୧୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇସାରିଲାଣି।

Advertisment

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ବଢି ୧୦୬ ଟଙ୍କା ୨୫ ପଇସା ରହିଛି। ଅନ୍ୟପକ୍ଷରେ, ଡିଜେଲ ୩୭ ପଇସା ବୃଦ୍ଧି ପାଇ ୯୬ ଟଙ୍କା ୦୯ ପଇସା ହୋଇଛି। 

ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୯ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ୯୦ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଲୋକାଲ୍‌ ଟ୍ୟାକ୍ସ ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ଥାଏ। ୪ ମାସ ପରେ ଗତ ମାର୍ଚ୍ଚ ୨୨ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିଲା। ସେବେଠୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। 

Advertisment
Petrol Diesel Prices Petrol Diesel Prices Hiked
Advertisment
Advertisment