Advertisment

ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ୍‌, ୱିଣ୍ଡଫଲ୍‌ ଟ୍ୟାକ୍ସ ହ୍ରାସ ପରେ ମିଳିଲା ଏମିତି ସଙ୍କେତ...

ଡିସେମ୍ବର ୧ରୁ ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ୍‌ ଟ୍ୟାକ୍ସ(Windfall Tax) ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Petrol Diesel Price

Petrol And Diesel Price May Cheaper

ଡିସେମ୍ବର ୧ରୁ ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ୍‌ ଟ୍ୟାକ୍ସ(Windfall Tax) ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା କେବଳ ଦେଶରେ ଉତ୍ପାଦନ ହେଉଥିବା ତୈଳ ଏବଂ ଡିଜେଲ ପାଇଁ ପ୍ରଯୁଜ୍ୟ। ଏକ୍ସପର୍ଟଙ୍କ କହିବା ଅନୁସାରେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ଆଶଙ୍କା କରାଯାଉଛି। କାରଣ ଗ୍ଲୋବାଲ୍‌ ମାର୍କେଟ୍‌ରେ ଅଶୋଧିତ ତୈଳ ଦର ମଧ୍ୟ ଶସ୍ତା ହୋଇଛି। ତେଣୁ ସରକାର ରପ୍ତାନୀ ଉପରେ ଟିକସ୍‌ ହ୍ରାସ କରିଛନ୍ତି। 

Advertisment

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ...

ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ। କାରଣ ଟ୍ୟାକ୍ସ କେବଳ ସେହି ତୈଳ ଉପରେ ହ୍ରାସ କରାଯିବ ଯାହାର ଉତ୍ପାଦନ ଦେଶରେ ହେଉଛି।

ଆଜିଠୁ ୱିଣ୍ଡଫଲ୍‌ ଟ୍ୟାକ୍ସ ହ୍ରାସ ଲାଗୁ...

ସରକାରଙ୍କ ନୂଆ ନିଷ୍ପତ୍ତି ପରେ ଦେଶରେ ଉତ୍ପାଦନ ହେଉଥିବା ତୈଳ ଉପରେ ୱିଣ୍ଡଫଲ୍‌ ଟ୍ୟାକ୍ସ ହ୍ରାସ ପାଇ ପ୍ରତି ଟନକୁ ୪,୯୦୦ ଟଙ୍କା ହୋଇଛି। ଏହାସହ ଡିଜେଲ ରପ୍ତାନୀ ଉପରେ ଏହା ହ୍ରାସ ପାଇ ପ୍ରତି ଲିଟରକୁ ୬ ଟଙ୍କା ୫୦ ପଇସାକୁ ଖସିଛି।  ସରକାରଙ୍କ ନିର୍ଦ୍ଦେଶ ପରେ, ୱିଣ୍ଡଫଲ୍‌ ଟ୍ୟାକ୍ସରେ ଏହି ପରିବର୍ତ୍ତନ ଆଜିଠୁ ଲାଗୁ ହୋଇଛି। 

Advertisment

ୱିଣ୍ଡଫଲ୍‌ ଟ୍ୟାକ୍ସ କ’ଣ ?

ଏମିତି କମ୍ପାନୀ କିମ୍ବା ଇଣ୍ଡଷ୍ଟ୍ରି ଉପରେ ୱିଣ୍ଡଫଲ୍‌ ଟ୍ୟାକ୍ସ ଆଦାୟ କରାଯାଏ, ଯାହାକି ନିର୍ଦ୍ଦିଷ୍ଟ ପରିସ୍ଥିତିରେ କମ୍ପାନୀକୁ ତୁରନ୍ତ ଲାଭ ମିଳିଥାଏ। ଭାରତୀୟ ତୈଳ କମ୍ପାନୀ ଗୁଡ଼ିକ ଏହାର ଏକ ଭଲ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲା। ଏଥିରେ ତୈଳ କମ୍ପାନୀ ଗୁଡ଼ିକ ବେଶ୍‌ ଲାଭବାନ ହୋଇଥିଲେ। ଏଥିଯୋଗୁ ତୈଳ କମ୍ପାନୀ ଉପରେ ୱିଣ୍ଡଫଲ୍‌ ଟ୍ୟାକ୍ସ ଲାଗୁ କରାଯାଇଥିଲା। କେବଳ ଭାରତ ନୁହେଁ ଇଟାଲୀ ଓ ବ୍ରିଟେନରେ ଶକ୍ତି ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ଉପରେ ଏହି ଟ୍ୟାକ୍ସ ଲାଗୁ କରାଯାଇଥିଲା। 

Diesel Price Petrol Price Petrol Diesel Prices
Advertisment
Advertisment