• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଣିକି ମେଟ୍ରୋରେ ନେଇପାରିବେ ମଦ ବୋତଲ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜଣେ ଯାତ୍ରା ନିଜ ସହ ୨ଟି ଠିପି ବନ୍ଦ ଥିବା ମଦ ବୋତଲ ନେଇପାରିବେ । CISF ଏବଂ ଦିଲ୍ଲୀ ମେଟ୍ରୋ ଅଧିକାରୀଙ୍କ ଏକ କମିଟି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏପର୍ଯ୍ୟନ୍ତ ମେଟ୍ରୋର ବିମାନନବନ୍ଦର ଲାଇନରେ ସିଲବନ୍ଦ ମଦ ନେଇପାରିବାକୁ ଅନୁମତି ଥିଲା । ଏବେ ଏହି ନୂଆ ନିୟମ ଦିଲ୍ଲୀର ସମସ୍ତ ମେଟ୍ରୋ ଲାଇନ ଉପରେ ଲାଗୁ ହୋଇଗଲା। 

ମେଟ୍ରୋରେ ମଦ ନେଇ ଯିବା ଉପରେ ମଧ୍ୟରେ କିଛି ସର୍ତ୍ତ ରଖାଯାଇଛି । ମେଟ୍ରୋରେ ମଦ୍ୟପାନ କରିପାରିବେ ନାହିଁ କି ମଦ୍ୟପାନ କରି ଅସାମାଜିକ କାମ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଛି । ଏହାଛଢ଼ା ମେଟ୍ରୋରେ ଯାତ୍ରା ସମୟରେ ସମସ୍ତଙ୍କୁ ଉଚିତ୍‌ ବ୍ୟବହାର ଲାଗି DMRC ପକ୍ଷରୁ ଅନୁରୋଧ କରାଯାଇଛି ।

 

କେବଳ ମଦ କାହିଁକି ମେଟ୍ରୋରେ ଜିନିଷ ପରିବହନରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଜଣେ ଯାତ୍ରୀ ନିଜ ସହ ମାତ୍ର ୨୫ କିଲୋ ଓଜନର ଲଗେଜ୍ ନେଇପାରିବେ ଏବଂ ଏହା କେବଳ ଗୋଟିଏ ବ୍ୟାଗର ଓଜନ ହେବା ଉଚିତ୍ । ଏହା ବ୍ୟତୀତ କୌଣସି ପ୍ରକାରର ବିସ୍ଫୋରକ ଜିନିଷ ନେବାରେ ନିଷେଧ ଲଗାଯାଇଛି । ଛୁରୀ, ଖଣ୍ଡା, ତଲୱାର୍‌ ଆଦି କୌଣସି ତୀକ୍ଷ୍ଣ ଜିନିଷ ନେଇପାରିବେ ନାହିଁ । ଏଥିସହ, ସ୍କ୍ରୁ ଡ୍ରାଇଭର, ରେଞ୍ଚି କିମ୍ବା ଅନ୍ୟ କୌଣସି ଉପକରଣ ଯାହାର ଲମ୍ବା ୭ ଇଞ୍ଚ କିମ୍ବା ୧୭.୫ ସେ.ମି ଅଧିକ ହୋଇଥିବ, ତାହା ମଧ୍ୟ ମେଟ୍ରୋରେ ନେଇପାରିବେ ନାହିଁ ।