• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସତରେ ମୃତ୍ୟୁ ଖୁବ୍‌ ନିଷ୍ଠୁର । ଭ୍ରମଣ କରିବାକୁ ଯାଇ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ ଭ୍ରମଣପ୍ରିୟ ମଣିଷ । ଟିକିଏ ସମୟ ପାଇଲେ ପ୍ରକୃତି କୋଳକୁ ଚାଲିଯାଉଥିବା ଅନଲାଇନ୍ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରୀସ ମୁର୍ତ୍ତୀ (Ambareesh Murty)ଙ୍କର ହଠାତ୍ ଦେହାନ୍ତ । ଟ୍ରେକିଂ ଉତ୍ସାହୀ ଅମ୍ବରୀସ ଲେହରେ ଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ବୟସ ହୋଇଥିଲା । ଅମ୍ବରୀସ ଦୁଃସାହସିକ କ୍ରୀଡା, ଟ୍ରାକିଂ, ବାଇକ୍ ଚାଳନାକୁ ବହୁତ ଭଲ ପାଉଥିଲେ । କାମରୁ କିଛି ସମୟ ଛୁଟି ନେଇ ସେ ପ୍ରାୟତଃ ଟ୍ରେକିଂ ପାଇଁ ଲେହ ପହଞ୍ଚି ଯାଉଥିଲେ । ହେଲେ ଦୁଃଖର କଥା ଲେହରେ ସମୟ କାଟୁଥିବା ମଣିଷଟି ସେହି ସ୍ଥାନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Ambareesh Vedantam Murty (@ambareeshmurty)

ଗତକାଲି ବିଳମ୍ବିତ ରାତିରେ ହଠାତ୍ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଟ୍ରାକିଂ ପାଇଁ ଲେହରେ ପହଞ୍ଚିଥିବା ଅମ୍ବରେଶ ମୁର୍ତ୍ତୀ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଥିଲେ । ଭିଡିଓରେ, ତାଙ୍କ ବାଇକ୍ ଏବଂ ଲେହର ଦୃଶ୍ୟ ଦେଖାଇ ଲେଖିଛନ୍ତି , I ride therefore I am. । ପେପରଫ୍ରାଏର ଅନ୍ୟତମ ସହ-ପ୍ରତିଷ୍ଠାତା ଆଶିଷ ଶାହ ଟ୍ୱିଟ୍ କରି ଅମ୍ବରେଶ ମୁର୍ତ୍ତୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ହୃଦଘାତରେ ବନ୍ଧୁ ତଥା ପରାମର୍ଶଦାତାଙ୍କୁ ହରାଇଥିବା କଥା ଲେଖିଛନ୍ତି ।

୧୯୯୬ରେ ଅମ୍ବରୀସ ଆଇଆଇଏମ୍ କଲିକତାରେ Masters in Business Administration (MBA) କରିବା ପରେ କ୍ୟାଡବରୀ, ଇବେ ପରି ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିଥିଲେ । ଅର୍ଥ କ୍ଷେତ୍ରକୁ ଯିବା ପୂର୍ବରୁ ଏକ ଚକୋଲେଟ୍ କମ୍ପାନୀ ସହିତ ପାଞ୍ଚ ବର୍ଷରୁ ଅଧିକ ସମୟ କାମ କରିଥିଲେ । ତା’ପରେ ପ୍ରାୟ ଦୁଇ ବର୍ଷ ଧରି ICICI AMCରେ ମାର୍କେଟିଂ ଏବଂ କଷ୍ଟମର କେୟାରର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ପରେ ସେ ଆମେରିକାର ବ୍ରାଣ୍ଡ ଲିଭାଇସ୍ ସହିତ ଜଡିତ ହୋଇଥିଲେ । ସେଠାରେ ଅମ୍ବରୀସ ମାତ୍ର ପାଞ୍ଚ ମାସ କାମ କରିଥିଲେ । ତା’ପରେ”ଅରିଜିନ୍ ରିସୋର୍ସେସ’ ନାମରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ, ଯେଉଁଥିରେ କମ୍ପାନୀ ଭାରତରେ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଗୁଡିକୁ ସହାୟତା ଯୋଗାଇଥାଏ । ଦୁର୍ଭାଗ୍ୟବଶତଃ ସେହି କମ୍ପାନୀକୁ ୨୦୦୫ରେ ବନ୍ଦ କରିବାକୁ ପଡିଲା । ଏହା ପରେ ସେ ବ୍ରିଟାନିଆ କମ୍ପାନୀ ସହ କାମ କରିବା ଆରମ୍ଭ କରିଥିଲେ । ସେ ଏଠାରେ କିଛି ସମୟ କାମ କରିଥିଲେ ଏବଂ ପରେ ଏକ ଅନଲାଇନ୍ ପ୍ଲାଟଫର୍ମ ଇବେ ଇଣ୍ଡିଆରେ ଯୋଗ ଦେଇଥିଲେ । ଇବେ ମ୍ୟାନେଜର ଭାବରେ ଅମ୍ବରୀସ ମୁର୍ତ୍ତୀ ଭାରତ, ମାଲେସିଆ ଏବଂ ଫିଲିପାଇନ୍ସର କାମ ପରିଚାଳନା କରିଥିଲେ ।

ଅତିକମରେ ଛଅ ବର୍ଷ କାମ କରିବା ପରେ ୨୦୧୧ ମସିହାରେ ଜଣେ ବନ୍ଧୁଙ୍କ ସହ ମିଶି ପେପରଫ୍ରାଏ ପ୍ରତିଷ୍ଠା କରିଥିଲେ ଅମ୍ବରୀସ ମୁର୍ତ୍ତୀ । ତାଙ୍କର ସେହି ବ୍ୟବସାୟ ଆସବାବପତ୍ର ବ୍ୟବସାୟକୁ ନୂଆ ରୂପ ଦେଇଥିଲା । ପୂର୍ବରୁ କେହି ଚିନ୍ତା କରିନଥିଲେ, ସୋଫା, ବେଡ, ଚେୟାର ମଧ୍ୟ ଅନଲାଇନରେ ବିକ୍ରି ହୋଇପାରିବ । ହେଲେ ଅମ୍ବରୀସ ମୁର୍ତ୍ତୀ ସମସ୍ତଙ୍କ କଳ୍ପନାରୁ ଉର୍ଦ୍ଧ୍ୱକୁ ଯାଇ ବ୍ୟବସାୟ ଆରମ୍ଭ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ପେପରଫ୍ରାଏ କମ୍ପାନୀ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ବ୍ୟବସାୟ କରେ । ନୂତନ ଡିଜାଇନର ଘରୋଇ ଉପକରଣ ସାଙ୍ଗକୁ ରିହାତିରେ ଫର୍ଣ୍ଣିଚର ବିକ୍ରି କରିବାରେ ଏହି କମ୍ପାନୀର ନାମ ରହିଛି ।