Advertisment

ପୁଣି ତେଜିଲା ପେଗାସସ୍ ମାମଲା; ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ପେଗାସସ୍‌ ମାମଲାରେ ଆଗାମୀ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Pegasus spyware case supreme court give time of four week to technical committee

Pegasus spyware case supreme court give time of four week to technical committee

ପୁଣି ତେଜିଲା ପେଗାସସ୍‌ ମାମଲା । ଆସନ୍ତା ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ । ସୁପ୍ରିମରକୋର୍ଟଙ୍କ ତତ୍ୱାବଧାନରେ ୩ ଜଣିଆ କମିଟିଙ୍କ ଦ୍ୱାରା ପେଗାସସ୍ ସ୍ପାଏେୱର ମାମଲାର ତଦନ୍ତ ଚାଲିଥିବାବେଳେ ତଦନ୍ତ ପାଇଁ ଆହୁରି ୪ ସପ୍ତାହ ସମୟ ଦେବାକୁ ତଦନ୍ତ କମିଟି କୋର୍ଟରେ ଅପିଲ୍‌ କରିଥିଲେ । ଯାହାର ଶୁଣାଣି କରି ତଦନ୍ତ ପାଇଁ କୋର୍ଟଙ୍କ ପକ୍ଷରୁ ଆହୁରି ୪ ସପ୍ତାହ ସମୟ ଦିଆଯାଇଛି । 

Advertisment

ଏସଂପର୍କୀତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଜଷ୍ଟିସ୍ ଏନ୍‌ବି ରମଣା, ଜଷ୍ଟିସ୍ ସୁର୍ଯକାନ୍ତ ଓ ଜଷ୍ଟିସ୍ ହିମା କୋହିଲି ମଧ୍ୟ ଉପସ୍ଥିତ ଥିଲେ । ଏନେଇ କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟ ବିଚାରପତି ଟେକ୍‌ନିକାଲ୍‌ ଟିମ୍‌ର ରିପୋର୍ଟ ଯାଂଚ କରି ଜୁନ୍‌ ଶେଷ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବେ ।

ଖଣ୍ଡପୀଠରେ ଶୁଣାଣି ଆରମ୍ଭ ହେବା ମାତ୍ରେ ସିଜିଆଇ ଟେକ୍‌ନିକାଲ୍‌ କମିଟିର ରିପୋର୍ଟକୁ ନେଇ କହିଛନ୍ତି ଯେ, ତଦନ୍ତକାରୀ ସଂସ୍ଥା ଅନେକ ଟେକ୍‌ନିକାଲ ମାମଲାର ଯାଂଚ କରିଛନ୍ତି । ଘଟଣାର ଯାଂଚ ସମୟରେ ତଦନ୍ତକାରୀ ସଂସ୍ଥା କିଛି ମାମଲାରେ ଜନସାଧାରଣଙ୍କ ରାୟ ମଧ୍ୟ ସଂଗ୍ରହ କରିଛି । ଏଥିରେ ଅନେକ ଲୋକ ନିଜ ମନ୍ତବ ମଧ୍ୟ ଦେଇଛନ୍ତି ।

Advertisment

ମେ ମାସ ଶେଷ ସୁଦ୍ଧା ବିଚାରପତି ଏନଭି. ରମନ୍ନାଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବେ । ଯାହାର ପ୍ରାୟ ଏକ ମାସ ତଥା ଜୁନ୍‌ ୨୦ ତାରିଖରେ ବିଚାରପତି ଆର୍‌ ଭି ରବିନ୍ଦ୍ରନ୍‌ ଫାଇନାଲ୍‌ ରିପୋର୍ଟ କୋର୍ଟରେ ଦାଖଲ କରିବେ ବୋଲି ସିଜିଆଇ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ପେଗାସସ୍‌ ବିବାଦର ଯାଂଚ ପରେ ଏହାକୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିବାର ଜଣାପଡ଼ିଥିଲା । । ଯେଉଁଥିରେ ଅନେକ ମନ୍ତ୍ରୀ, ବିରୋଧି ଦଳ ନେତା, ଦଳୀୟ କର୍ମୀ,ସାମ୍ୱାଦିକ, ଅନୁସୂଚିତ ଜାତିର ବିଚାରପତି ଓ କେନ୍ଦ୍ରୀୟ ଯାଂଚ ବୁରୋର ମୁଖ ମଧ୍ୟ ସାମିଲ୍‌ ଥିଲେ ।

Pegasus Spyware Case
Advertisment
Advertisment