Astrospeak
  • Live TV
  • Read In English

Traffic E-Challan: ଅମାନିଆ ଗାଡି ଚାଳକ ସାବଧାନ, ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ

ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା ଆଦାୟ ହୋଇଛି । ଯାହାକି ମାତ୍ର ୪୦ ପ୍ରତିଶତ ।

ଫାଇନ୍‌ ନଭରିଲେ ଲାଇସେନ୍ସ ରଦ୍ଦ
ଫାଇନ୍‌ ନଭରିଲେ ଲାଇସେନ୍ସ ରଦ୍ଦ

ଗାଡି ଚାଳକଙ୍କ ପାଇଁ ବଡ଼ ଖବର । ବାକିଥିବା ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ । ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ୍‌ ଭରିବାକୁ ପଡିବ । ଏଥିସହ ରେଡ୍‌ ସିଗ୍‌ନାଲ ଏବଂ ବିପଦପୂର୍ଣ୍ଣ ଗାଡ଼ି ଚାଲାଣ ପାଇଁ ଯଦି ତିନୋଟି ଚାଲାଣ କଟିଥିବ ତାହେଲେ ମଧ୍ୟ ଲାଇସେନ୍ସ ରଦ୍ଦ ହେବ । କେନ୍ଦ୍ର ସରକାର ଏନେଇ ଯୋଜନା କରୁଥିବା ବେଳେ ଖୁବଶୀଘ୍ର ନିୟମ ଲାଗୁ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: PM ମୋଦିଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ

ସାରା ଦେଶରେ ଇ-ଚାଲାଣ ଆଦାୟ ହୋଇପାରିନଥିବା ବେଳେ କେନ୍ଦ୍ର ସରକାର ଏହି ଯୋଜନା କରୁଛନ୍ତି । ୨୦୨୫ ଆର୍ଥିକ ବର୍ଷରେ ମାତ୍ର ୪୦ ପ୍ରତିଶତ ଇ-ଚାଲାଣ ଫାଇନ ଆଦାୟ ହୋଇଛି । ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା ଆଦାୟ ହୋଇଛି । ଯାହାକି ମାତ୍ର ୪୦ ପ୍ରତିଶତ । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଟ୍ରାଫିକ ଚାଲାଣ ଓ ଦୁର୍ଘଟଣା ଉପରେ ଅନେକ ଥର ରାୟ ଦେଇଛନ୍ତି । ଏହାକୁ ନଜରରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ଗାଡି ଚାଳନାରେ ସୁଧାର ପାଇଁ ସରକାର ଇ-ଚାଲାଣ ଆଦାୟ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ଜରିମାନା ଆଦାୟର ସର୍ବନିମ୍ନ ହାର ଦିଲ୍ଲୀରେ ୧୪ ପ୍ରତିଶତ ରହିଛି, ଏହା ପରେ କର୍ଣ୍ଣାଟକରେ ୨୪ ପ୍ରତିଶତ, ତାମିଲନାଡ଼ୁରେ ଓ ଉତ୍ତରପ୍ରଦେଶରେ ୨୭ ପ୍ରତିଶତ ରହିଛି । ଯଦି ଓଡ଼ିଶା କଥା କହିବା ତାହାଲେ ଓଡ଼ିଶାରେ ଜରିମାନା ଆଦାୟର ହାର ୨୯ ପ୍ରତିଶତ ରହିଛି ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତିନି ଦିନ ମଧ୍ୟରେ ଡ୍ରାଇଭର କିମ୍ବା ଯାନବାହନ ମାଲିକଙ୍କୁ ଏକ ଇ-ଚାଲାଣ ନୋଟିସ୍ ପଠାଯିବ । ତା'ପରେ ସେମାନଙ୍କୁ ୩୦ ଦିନ ମଧ୍ୟରେ ଜରିମାନା ଦେବାକୁ ପଡିବ କିମ୍ବା ଏହାକୁ ଚ୍ୟାଲେଞ୍ଜ କରିବାକୁ ପଡିବ। ଯଦି ୩ ମାସ ମଧ୍ୟରେ ପୈଠ ନକଲେ ଡ୍ରାଇଭିଂ ଲାଇସେନ୍ସ (DL) କିମ୍ବା ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର (RC) ରଦ୍ଦ କରାଯିବ ।

ଅଧିକ ପଢ଼ନ୍ତୁ: ଏନକାଉଣ୍ଟରରେ ଟଳିଲେ ନକ୍ସଲ ମିଡିଆ ଟିମ୍ ଇନଚାର୍ଜ