• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପ୍ରଶାସନିକ ଅଧିକାରୀଙ୍କୁ ଲାଠି ମାଡ଼ । ଏକଥା ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଆଜି ବିହାରରେ ଏଭଳି ଘଟଣା ଘଟିଛି । ବିହାର ପାଟନାର ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟ୍ ବା SDM ଶ୍ରୀକାନ୍ତ ଖାଣ୍ଡେକରଙ୍କୁ ପୋଲିସ ଲାଠିରେ ପିଟିଛି । ଆଜି ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ମାନେ ପିକେଟିଂ ଓ ଷ୍ଟ୍ରାଇକ୍ କରିଥିଲେ । ସେହି ସମୟରେ ସେଠାରେ ସିଭିଲ୍ ଡ୍ରେସରେ ଥିଲେ ପାଟନାର SDM । ତାଙ୍କୁ ପୋଲିସ ଜାଣିନପାରି ଭୁଲରେ ମାଡ଼ ମାରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ପରେ ସେ ଏହାର ପ୍ରତିବାଦ କରିବାରୁ ପୋଲିସ ପରିଚୟ ଜାଣିପାରିଥିଲା ।  

ସାରା ଦେଶରେ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହା ମଧ୍ୟରେ ପାଟନାରେ ସଂରକ୍ଷଣ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ବୁଧବାର ସକାଳୁ ବନ୍ଦକୁ ସମର୍ଥନ କରୁଥିବା ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି କାରଣରୁ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଥିଲା । ଏଭଳି ପରିସ୍ଥିତିରେ ପୋଲିସକୁ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବାକୁ ପଡିଥିଲା । କିନ୍ତୁ ଏହା ମଧ୍ୟରେ ପୋଲିସ ଭୁଲରେ SDMଙ୍କୁ ମଧ୍ୟ ଲାଠିଚାର୍ଜ କରିଥିଲା ।

ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ଭାରତ ବନ୍ଦ ବେଳେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେବେ ପାଟନାରେ ବନ୍ଦ ସମର୍ଥକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲ । କିନ୍ତୁ ଭୁଲବଶତଃ ପୋଲିସ କର୍ମୀ ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ଉପରକୁ ମଧ୍ୟ ଲାଠିଚାର୍ଜ କରିଥିଲେ । ଏହା ପରେ ତିନି ଜଣ ପୋଲିସ ଏସଡିଏମଙ୍କୁ ଘେରିକି ଚାଲିବା ଦେଖିବାକୁ ମିଳିଥିଲା । ବିହାରରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ପାଟନାର ଆମ୍ବେଦକର ହଷ୍ଟେଲ ନିକଟରେ ରାସ୍ତ ଜାମ କରି ବିରୋଧ ପ୍ରଦର୍ଶନ କରିଥିଲେ ବିକ୍ଷୋଭକାରୀ । ଫଳରେ ପୂର୍ବରୁ ଆଲର୍ଟ ମୋଡରେ ଥିବା ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now