Advertisment

Exposes Hospital Scam: କୋମାରୁ ଉଠି ଦୌଡିଲେ ରୋଗୀ, ହସ୍ପିଟାଲର ଖୋଲିଦେଲେ ପୋଲ୍...

ବଞ୍ଚାଇବାର ଅଛି ତ ଲକ୍ଷେ ଟଙ୍କା ଆଣ। ହେଲେ ହଠାତ ହେଲା ଚମତ୍କାର। ୟୁରିନ ବ୍ୟାଗ ଧରି ବାହାରକୁ ଦୌଡିଲେ କୋମା ପେସେଣ୍ଟ୍। ଆଉ ସର୍ବ ସମ୍ମୁଖରେ ଖୋଲିଦେଲେ ହସ୍ପିଟାଲର ପୋଲ୍ ।

ଅଦ୍ୟତନ ହୋଇଛି
Patient Wakes from Coma Exposes Hospital Scam

Patient Wakes from Coma Exposes Hospital Scam

Advertisment

ହସ୍ପିଟାଲ୍ କହିଥିଲା କୋମାରେ ଅଛନ୍ତି ରୋଗୀ। ବଞ୍ଚାଇବାର ଅଛି ତ ଲକ୍ଷେ ଟଙ୍କା ଆଣ। ହେଲେ ହଠାତ ହେଲା ଚମତ୍କାର। ୟୁରିନ ବ୍ୟାଗ ଧରି ବାହାରକୁ ଦୌଡିଲେ କୋମା ପେସେଣ୍ଟ୍। ଆଉ ସର୍ବ ସମ୍ମୁଖରେ ଖୋଲିଦେଲେ ହସ୍ପିଟାଲର ପୋଲ୍।

Advertisment

ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇତିବେ ନିଶ୍ଚିତ। ହେଲେ ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ରତଲାମର ଏକ ପ୍ରାଇଭେଟ୍ ହସ୍ପିଟାଲରେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ହସ୍ପିଟାଲ ବାହାରେ ଫୁଙ୍ଗୁଳା ଦେହରେ ଛିଡ଼ା ହୋଇଛନ୍ତି ଜଣେ ରୋଗୀ। ହାତରେ ଧରିଛନ୍ତି କ୍ୟାଥେଟର, ନାକରେ ଲାଗିଛି ଅକ୍ସିଜେନ ନଳୀ। ଆଉ ସେ ରାଗରେ ଚିତ୍କାର କରି ତାଙ୍କ ସହ ICU ଭିତରେ କ’ଣ ହେଲା କହିଛନ୍ତି।

ଅଧିକ ପଢ଼ନ୍ତୁ: ମୋବାଇଲରେ ରିଲ୍ସ କରିବା ହେଲା କାଳ, ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ଖସିପଡିଲେ ଯୁବତୀ

Advertisment

ତେବେ ଯୁବକ ଜଣକ ହେଉଛନ୍ତି ମୋତି ନଗରର ବାସିନ୍ଦା ବଣ୍ଟି ନିନାମା। ଏକ ଝଗଡ଼ାରେ ଆହତ ହେବାରୁ ତାଙ୍କୁ ରତଲାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ତାଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସା ବାବଦକୁ ୪୦ ହଜାର ଟଙ୍କା ଜମା କରିଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପତ୍ନୀଙ୍କୁ ବଣ୍ଟିଙ୍କ ଅବସ୍ଥା ଗୁରୁତର ଅଛି ସେ କୋମାକୁ ଚାଲିଯାଇଛନ୍ତି। ଅଧିକ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ଦରକାର। ତେବେ ବଣ୍ଟିଙ୍କ ଜୀବନ ବଞ୍ଚାଇବାକୁ ତାଙ୍କ ପତ୍ନୀ ବହୁ କଷ୍ଟରେ ଲକ୍ଷେ ଟଙ୍କା ନେଇ ହସ୍ପିଟାଲ ଆସୁଥିବା ବେଳେ ବଣ୍ଟି ହସ୍ପିଟାଲ ICUରୁ ଦୌଡି ବାହାରକୁ ଚାଲିଆସିଥିଲେ। ଆଉ ବଡ଼ ପାଟିରେ ସର୍ବସମ୍ମୁଖରେ ହସ୍ପିଟାଲର ପୋଲ ଖୋଲିଦେଲେ।

ବଣ୍ଟି କହିଥିଲେ ଯେ ମୁଁ କୋମାରେ ନଥିଲି। ବରଂ ICU ଭିତରେ ମୋ ହାତ ଗୋଡ଼ ବାନ୍ଧିଦିଆ ଯାଇଥିଲା। ଆଉ ମୋତେ ଧମକା ଯାଉଥିଲା ପତ୍ନୀ ଟଙ୍କା ନଦେବା ପର୍ଯ୍ୟନ୍ତ ତୁମକୁ ଛଡ଼ା ଯିବ ନାହିଁ। ରୋଗୀଙ୍କ ଏହି ଖୁଲାସା ପରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଆଉ ଲୋକ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଂପୃକ୍ତ ପ୍ରାଇଭେଟ ହସ୍ପିଟାଲ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

Advertisment

 ଅଧିକ ପଢ଼ନ୍ତୁ: WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

Maharashtra Private Hospital ICU Special Story Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ