• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୫ ଘଣ୍ଟା ଧରି ଅଟକି ରହିଲା ବିମାନ । ହନ୍ତସନ୍ତ ହେଲେ ଲୋକ । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫ ଘଣ୍ଟା ଅଟକି ରହିଲା ବିମାନ । ଏହାରି ଭିତରେ ଅନେକ ସମସ୍ୟାj ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ବିମାନରେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ମୁମ୍ବାଇରୁ ମରିସସ୍‌କୁ ଯାଉଥିବା ଏୟାର ମରିସସ୍ ବିମାନ MK 749ର ଯାତ୍ରୀମାନଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବିମାନଟି ସକାଳ ୪.୩୦ରେ ଛାଡ଼ିବାର ଥିଲା କିନ୍ତୁ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହେତୁ ୫ ଘଣ୍ଟା ଧରି ଅଟକି ରହିଥିଲା ବିମାନ  ।

ଯାତ୍ରୀମାନେ କହିଛନ୍ତି ଯେ ବିମାନ ଭିତର ଡୋର ବନ୍ଦ କରି ରଖାଯାଇଥିଲା । ବିମାନର ଏୟାର୍‌ କଣ୍ଡିସିନର୍‌ କାମ ନକରିବାରୁ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ । ଏହି ସମୟରେ ଜଣେ ୭୮ ବର୍ଷୀୟ ଯାତ୍ରୀ ନିଶ୍ୱାସ ନେବାରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି ବୋଲି କହିଛନ୍ତି ।

‘ଯାତ୍ରୀମାନେ ୩.୪୫ରେ ବିମାନରେ ଚଢିଥିଲେ ’

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଜଣେ ଯାତ୍ରୀ କହିଛନ୍ତି, 'ଫ୍ଲାଇଟ୍ MK 749 ଏୟାର ମରିସସ୍ ମୁମ୍ବାଇରୁ ମରିସସ୍ ଅଭିମୁଖେ ଯାତ୍ରା କରିବାର ଥିଲା । ଯାତ୍ରୀମାନେ ୩.୪୫ରେ ବିମାନରେ ଚଢିଥିଲେ । ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି, କିନ୍ତୁ ଯାତ୍ରୀମାନଙ୍କୁ ୫ ଘଣ୍ଟା ଧରି ବିମାନ ଭିତରେ ଡୋର୍ ବନ୍ଦ କରି ରଖାଯାଇଥିଲା ଓ ବାହାରକୁ କାହାକୁ ଛଡ଼ା ଯାଇନଥିଲା ବୋଲି ଅଭିଯୋଗ ହୋଇଛି ।

 ଯାହାଫଳରେ  ଯାତ୍ରୀ କହିଛନ୍ତି ଯେ, ' ଜଣେ ୭୮ ବର୍ଷ ବୟସ୍କା ଯାତ୍ରୀ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। କାରଣ ଏସି କାମ କରୁନଥିଲା । ବିମାନବନ୍ଦର ହେଲ୍ପଲାଇନ ଓ ଏୟାର ମରିସସ୍ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟିକରଣ ମିଳିନାହିଁ । ବିମାନ ଉଡ଼ାଣ ବାତିଲ କରାଯାଇଛି ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି । ’