/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706697124.jpg)
Passengers Protest
ବିମାନ ବାତିଲ ପରେ ହଟ୍ଟହଟ୍ଟା ହେଲେ ଯାତ୍ରୀ । ପରେ ଏୟାରପୋର୍ଟରେ ବିମାନ ବାତିଲକୁ ନେଇ କଲେ ହଙ୍ଗାମା । ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ବହୁ ଯାତ୍ରୀ ସେମାନଙ୍କ ବିମାନ ବାତିଲକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଆଉ ଇଣ୍ଡିଗୋ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ANI ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି । ‘X’ରେ ପୋଷ୍ଟ କରାଯାଇଥିବା ଭିଡିଓରେ ଯାତ୍ରୀମାନେ ଦିଲ୍ଲୀରୁ ଝାଡ଼ଖଣ୍ଡର ଦେଓଗଡ଼କୁ ଯିବାକୁ ଟିକେଟ୍ କରିଥିବା ଜଣାପଡ଼ିଛି । ଫଳରେ ବିମାନ ଉଡ଼ାଣ ବାତିଲ ହେବା ପରେ ବଡ଼ ପାଟିରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି ।
#WATCH | Passengers of Delhi-Deoghar IndiGo flight raise slogans and protest against the airline after it cancels the flight originating from Terminal 2 of Delhi airport pic.twitter.com/L8Nj1cW4Vq
— ANI (@ANI) January 31, 2024
ସେହିପରି ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ଅନୁଯାୟୀ, ଖରାପ ପାଗ ଯୋଗୁଁ ବିମାନ ବାତିଲ୍ କରାଯାଇଥିବା କୁହାଯାଇଛି । ବୁଧବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା । ୫୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ।
ପୂର୍ବରୁ ଏନେଇ ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଥିଲା । ପାଗ ଅନୁକୂଳ ନହେବା କାରଣରୁ ଦିଲ୍ଲୀ, ଶ୍ରୀନଗର ଏବଂ ଚଣ୍ଡିଗଡ଼ରେ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ ବୋଲି କୁହାଯାଇଥିଲା । ଏଥି ସହିତ ଉଡ଼ାଣ ଭରିବା ପୂର୍ବରୁ ସ୍ଥିତି ଯାଞ୍ଚ କରିବାକୁ କହିଥିଲା ଇଣ୍ଡିଗୋ ।
ଅନ୍ୟପଟେ ଚଳିତ ମାସ ଆରମ୍ଭରୁ ଇଣ୍ଡିଗୋ ଜରିମାନା ଗଣିଛି । ନିୟମ ଉଲ୍ଲଂଘନ ପାଇଁ ଇଣ୍ଡିଗୋକୁ ୧.୨ କୋଟି ଟଙ୍କା ଜରିମାନା କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)