Advertisment

ଏମିତି ଆମ ସ୍ଲିପର କୋଚ୍‌, ଟ୍ରେନ୍‌ ଭିତରେ ଯାତ୍ରୀ ପାଲଟିଲେ ‘ସ୍ପାଇଡର ମ୍ୟାନ୍‌’

ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଆପଣ ଦେଖିବେ ଯେ, ଟ୍ରେନ୍‌ର ଭିଡ଼ ଭିତରେ ଯୁବକ ଜଣକ ଦେଶୀ ‘ସ୍ପାଇଡର୍ ମ୍ୟାନ୍’ ହୋଇଯାଇଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘Spider-Man’ stunt to reach train toilet

‘Spider-Man’ stunt to reach train toilet

ଅନେକ ଟ୍ରେନରେ ଜେନେରାଲ କ୍ଲାସ୍‌ ଓ AC କୋଚ୍‌ରେ ଜବରଦସ୍ତ ଭିଡ଼ ପରିଲିକ୍ଷିତ ହୋଇଥାଏ। ଏହି ଦୁଇ କୋଚ୍‌ରେ ଏତେ ଭିଡ଼ ହୋଇଥାଏ ଯେ ଲୋକ ବାହାରକୁ ଯିବା କଷ୍ଟକର ହୋଇପଡ଼ିଥାଏ। ଏଭଳି ପରିସ୍ଥିତିରେ ଲୋକଙ୍କୁ ୱାଶରୁମ୍ କିମ୍ବା ଷ୍ଟେସନରେ ଓହ୍ଲାଇବାକୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥାଏ । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ସହ। ଅସମ୍ଭାଳ ଭିଡ଼ ଭିତରେ ସେ ୱାସରୁମ୍‌ ଯିବା ପାଇଁ ଏମିତି ଏକ ପଦ୍ଧତି ଆପଣାଇଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଆପଣ ଦେଖିବେ ଯେ, ଟ୍ରେନ୍‌ର ଭିଡ଼ ଭିତରେ ଯୁବକ ଜଣକ ଦେଶୀ ‘ସ୍ପାଇଡର୍ ମ୍ୟାନ୍’ ହୋଇଯାଇଛନ୍ତି। ସେ ଭିଡ଼ ଭିତରେ ଶୌଚାଳୟ ଯିବା ପାଇଁ ଏକ ନୂଆ ପଦ୍ଧତି ଅପଣାଇଛନ୍ତି। ଯାହାକୁ ଦେଖି ସେଠାରେ ଉପସ୍ଥିତି ଥିବା ବାକି ଯାତ୍ରୀମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଖାଲି ଯାତ୍ରୀ ନୁହେଁ ଆପଣ ମଧ୍ୟ ସେହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବେ।

Advertisment

ଏହି ଭିଡିଓ log.kya.kahenge ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହା ସହ କ୍ୟାପସନ୍‌ରେ ଲେଖାଯାଇଛି କି ଜେନେରାଲ ଓ ସ୍ଲିପର୍‌ କ୍ଲାସ୍‌ରେ ଏକ ସାମାନ୍ୟ ଦିନ। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି । ତେବେ କିଛି ୟୁଜର୍ସଙ୍କ କହିବା କଥା କି ବର୍ତ୍ତମନା ସ୍ଲିପର ଓ ଜେନେରାଲ୍‌ କ୍ଲାସ୍‌ର ଅବସ୍ଥା ଏକାପରି ହୋଇଯାଇଛି। ତେବେ ଟ୍ରେନ୍‌ ଭିତରେ ଏମିତି ଘଟଣା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି। ଯାହାର ଭିଡିଓ ମଧ୍ୟ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Train Social Media Viral Video
Advertisment
Advertisment