Advertisment

କ’ଣ ଯେ ହେଇଥାନ୍ତା !! ଫ୍ଲାଇଟ୍‌ରେ ବାକି ଥିଲା ୧ ମିନିଟ୍‌ର ଇନ୍ଧନ..ତା’ପରେ..

ଇଣ୍ତିଗୋ ବିମାନରେ ଇନ୍ଧନ ଅଭାବ ଯୋଗୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ବିମାନ ଚଣ୍ତିଗଡ଼ରେ ଅବତରଣ କଲା। ଶନିବାର ଏହି ଘଟଣା ଘଟିଛି। ଏହି ଘଟଣା ଏବେ ଚହଳ ସୃଷ୍ଟି କରିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
IndiGo Flight

IndiGo Flight

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ୨ରୁ ୩ ମିନିଟ୍‌ ବିଳମ୍ବ ହୋଇଥିଲେ ଚାଲିଯାଇଥାନ୍ତା ଶହ ଶହ ଯାତ୍ରୀଙ୍କ ଜୀବନ। ଇଣ୍ତିଗୋ ବିମାନରେ ଇନ୍ଧନ ଅଭାବ ଯୋଗୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ବିମାନ ଚଣ୍ତିଗଡ଼ରେ ଅବତରଣ କଲା। ଶନିବାର ଏହି ଘଟଣା ଘଟିଛି। ଏହି ଘଟଣା ଏବେ ଚହଳ ସୃଷ୍ଟି କରିଛି। ବିମାନରେ ଯାତ୍ରା କରୁଥିବା ଜଣେ ଅବସରପ୍ରାପ୍ତ ପାଇଲଟ୍‌ କହିଛନ୍ତି ଯେ, ଇଣ୍ତିଗୋ ନିୟମ(SOPs) ଉଲଙ୍ଘନ କରିଛି।

Advertisment

ସୂଚନା ମୁତାବକ ଇଣ୍ତିଗୋର ଏକ ବିମାନ ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିଲା। ଏହା ଅଯୋଧ୍ୟାରୁ ୩ଟା ୨୫ରେ ଛାଡ଼ି ଦିଲ୍ଲୀରେ ୪.୩୦ ରେ ଅବତରଣ କରିଥାନ୍ତା। କିନ୍ତୁ ଏହା ଦିଲ୍ଲୀ ପରିବର୍ତ୍ତେ ଚଣ୍ତିଗଡ଼ରେ ଲ୍ୟାଣ୍ତ କରିଛି। ବିମାନରେ ଇନ୍ଧନ ଅଭାବ କାରଣରୁ ବିମାନକୁ ଏମରଜେନ୍ସି ଲ୍ୟାଣ୍ତି କରିବାକୁ ପଡ଼ିଥିବା କୁହାଯାଉଛି। ସେଥିରେ ଯାତ୍ରା କରୁଥିଲେ ଦିଲ୍ଲୀ ଡେପୁଟି କମିଶନର ସତିଶ କୁମାର। ସେ ଏହି ଯାତ୍ରାର ଅଭିଜ୍ଞତାକୁ ନିଜ ସୋସିଆଲ୍‌ ମିଡିଆ ପେଜ୍‌ରେ ସେୟାର କରିଛନ୍ତି।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, ବିମାନ ଲ୍ୟାଣ୍ତିର ଠିକ୍‌ ୧୫ ମିନିଟ୍‌ ପୂର୍ବରୁ ପାଇଲଟ୍‌ ଯାତ୍ରୀଙ୍କୁ କହିଥିଲେ, ଦିଲ୍ଲୀରେ ପାଣିପାଗ ଖରାପ କାରଣରୁ ସେ ସେଠାରେ ଲ୍ୟାଣ୍ତ କରିପାରୁନାହାନ୍ତି। ଦୁଇଥର ଲ୍ୟାଣ୍ତି ପାଇଁ ଚେଷ୍ଟା ସତ୍ତ୍ୱେ ଏହା ବିଫଳ ହୋଇଛି। ସତିଶ କହିଛନ୍ତି ଯେ ପାଇଲଟ୍‌ ୪.୧୫ ସମୟ ବେଳେ କହିଥିଲେ ଯେ ବିମାନରେ ଆଉ ୪୫ ମିନିଟ୍‌ର ଇନ୍ଧନ ବାକି ଅଛି। ଯେହେତୁ ଲ୍ୟାଣ୍ତି ବିଫଳ ହେଉଛି, ତେବେ ବିମାନକୁ ଅନ୍ୟତ୍ର ଲ୍ୟାଣ୍ତ କରିବାକୁ ପଡ଼ିବ। ପୁଣି ଥରେ ୫.୩୦ ବେଳକୁ କହିଲେ ଯେ ବିମାନରେ ଆଉ ୭୫ ମିନିଟ୍‌ର ଇନ୍ଧନ ବାକି ଅଛି, ସେଥିପାଇଁ ଆମକୁ ଚଣ୍ତିଗଡ଼ରେ ଲ୍ୟାଣ୍ତ କରିବାକୁ ପଡ଼ିବ। ଏହାଦ୍ୱାରା ବିମାନରେ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ।

Advertisment

ତେବେ ଆଶ୍ଚର୍ଯ୍ୟର କଥା ହେଲା, ପାଇଲଟ୍‌ ପ୍ରଥମେ ଘୋଷଣା କରିଥିବା ୪୫ ମିନିଟ୍‌ ସମୟର ଠିକ୍‌ ୧୧୫ ମିନିଟ୍‌ ପରେ ବିମାନଟି ଲ୍ୟାଣ୍ତ କରିଥିଲା। ଅର୍ଥାତ ବିମାନଟି ୬ଟା ୧୦ ମିନିଟ୍‌ରେ ଚଣ୍ତିଗଡ଼ରେ ଲ୍ୟାଣ୍ତ କରିଥିଲା। ସତିଶ ଜଣେ କ୍ର୍ୟୁ ମେମ୍ବରଙ୍କଠୁ ଜାଣିବାକୁ ପାଇଥିଲେ ଯେ, ବିମାନ ଲ୍ୟାଣ୍ତିଂ ବେଳେ ମାତ୍ର ୧ ମିନିଟ୍‌ର ଇନ୍ଧନ ବାକି ଥିଲା। ସତିଶ ଏନେଇ DGCA ରେ ଅଭିଯୋଗ କରିଛନ୍ତି। ବିମାନଟି ନିୟମ ଉଲଙ୍ଘନ କରି ଯାତ୍ରୀଙ୍କୁ ବିପଦରେ ପକାଇଥିବା ନେଇ ସେ କହିଛନ୍ତି।

IndiGo Flight
Advertisment
Advertisment