• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଂସଦର ସ୍ୱତନ୍ତ୍ର ଅଧିବେଶନ ଛୋଟ ହେବ କିନ୍ତୁ ଐତିହାସିକ । ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ହୋଇଥିବା ବେଳେ ଲୋକସଭାରେ ପ୍ରଥମେ ଆଲୋଚନା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଆମେ ସମସ୍ତେ ଏହି ପୁରୁଣା ସଂସଦ ଭବନକୁ ବିଦାୟ ଦେବା । ଏହାପରେ ଅର୍ଥାତ ଆସନ୍ତାକାଲି ନୂଆ ସଂସଦ ଭବନକୁ ସ୍ୱତନ୍ତ୍ର ଅଧିବେଶନ ସ୍ଥାନାନ୍ତର ହେବ । ପୁରୁଣା ସଂସଦ ଭବନ ବିଦେଶୀ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

ତେବେ ଏହି ଭବନ ନିର୍ମାଣରେ ଆମ ଦେଶର ଟଙ୍କା ଓ ଶ୍ରମ ନିୟୋଜିତ ହୋଇଥିଲା । ଆସନ୍ତାକାଲି ଆମେ ନୂଆ ସଂସଦ ଭବନକୁ ଯିବା । ଏହି ନୂଆ ସୌଧ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ । ଏହା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଐତିହାସିକ ଦିନ ହେବ । ଚନ୍ଦ୍ରଯାନ ସଫଳତା ପାଇଁ ସଂସଦରୁ ଦେଶର ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଜି- ୨୦ ସଫଳତା ଦେଶର ସଫଳତା । ଏହା କୌଣସି ବ୍ୟକ୍ତି କିମ୍ବା ଦଳର ନୁହେଁ ବୋଲି କହିଛନ୍ତି ମୋଦି । ଆଫ୍ରିକାନ ୟୁନିଅନ ଜି ୨୦ରେ ସାମିଲ ହେବା ଭାରତ ପାଇଁ ଗର୍ବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତର ପ୍ରସ୍ତାବକୁ ସମସ୍ତ ସଦସ୍ୟ ରାଷ୍ଟ୍ର ସମର୍ଥନ ଦେବା ଏକ ବଡ଼ ଓ ଐତିହାସିକ ମୁହୂର୍ତ୍ତ ବୋଲି ସଂସଦରେ କହିଛନ୍ତି ପିଏମ । ପ୍ରଥମେ ସାଂସଦ ଭାବେ ନିର୍ବାଚତ ହୋଇ ସଂସଦକୁ ଆସିବା ବେଳର କଥା ମଧ୍ୟ ମନେ ପକାଇଛନ୍ତି ମୋଦି । ସେତେବଳେ ସେ କେମିତି ଗଣତନ୍ତ୍ରର ମନ୍ଦିରକୁ ପ୍ରଣାମ କରିଥିଲେ ସେ କଥା ମଧ୍ୟ ସ୍ୱତନ୍ତ୍ର ଅଧିବେଶନରେ କହିଛନ୍ତି ପିଏମ । ଆଜିଠାରୁ ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବ ।