• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ । ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବାର ସମ୍ଭାବନା ରହିଛି । ୨୩ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଆଜି ପ୍ରଥମ ଦିନରେ ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ବଜେଟ୍ ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ କେନ୍ଦ୍ର ସରକାର । ଆଜି କଂଗ୍ରେସର ସଂସଦୀୟ ଦଳ ବୈଠକ ବସିବାକୁ ଥିବା ବେଳେ, ନିଟ୍ ଅନିୟମିତତା, ବେରୋଜଗାରୀ ଓ ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ।

ଅଧିକ ପଢ଼ନ୍ତୁ: ଆଜିଠୁ ବଜେଟ୍ ଅଧିବେଶନ; ୨୭ଟି କାର୍ଯ୍ୟଦିବସ, ନୂଆ ସରକାରକୁ ଟାର୍ଗେଟ୍ ଯୋଜନା

ତେବେ ଏହାର ମୁକାବିଲା ପାଇଁ ବିଡେପି ନେତୃତ୍ୱାଧୀନ ଏନ୍‌ଡିଏର ନେତାମାନେ ନଧ୍ୟ ସଜବାଜ ହୋଇ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ନିଟ୍ ୟୁଜି ପେପର୍ ମାମଲାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଜଣଙ୍କୁ ଗିରଫ କରିଛି । ଏହା ସହ ୭ଟି ରାଜ୍ୟର ରାଜ୍ୟ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣଙ୍କୁ ଗିରଫ କରିସାରିଲାଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିଟ୍ ପରୀକ୍ଷା ଫଳ ମଧ୍ୟ ଘୋଷଣା ସରିଛି ।

ସେହିପରି ବେରୋଜକାରୀକୁ ନେଇ ମଧ୍ୟ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ସେପଟେ ସରକାରଙ୍କ ସହଯୋଗୀ ଜେଡିୟୁ ମଧ୍ୟ ଅଗ୍ନିବୀରରେ ବହୁତ ବଡ଼ ପରିବର୍ତ୍ତନ ପାଇଁ ଦାବି କରିବ ବୋଲି ସୂଚନା ମିଳିଛି । ସେହିପରି ମଣିପୁର ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିପାରେ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାର୍ ବାର୍ ଟାର୍ଗେଟ କରିଆସୁଛନ୍ତି ।

ଏହା ସହ କାଉଡ଼ିଆ ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ଜାରି କରିଥିବା ଏକ ନିର୍ଦ୍ଦେଶନାମା ମଧ୍ୟ ବିବାଦ ଘେରକୁ ଆସିଛି । ଏହାକୁ ନେଇ ମଧ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ବିରୋଧୀ । କାଉଡ଼ିଆ ଯାତ୍ରାରେ ମାର୍ଗରେ ଥିବା ହୋଟେଲ ନାମ ଫଳକରେ ମାଲିକଙ୍କ ନାମ ଲେଖାଯିବାକୁ ବାଧ୍ୟ କରାଯିବାରୁ ବିରୋଧୀ ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଛି ।

ଅନ୍ୟପଟେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଜଣାପଡ଼ିଛି । ଗତକାଲି ସର୍ବଦଳୀୟ ବୈଠକରେ ୪୪ ଦଳ ସାମିଲ୍ ହୋଇଥିଲେ । ବୈଠକରେ କଂଗ୍ରେସ ଉପବାଚସ୍ପତି ପଦ ଦାବି କରିଥିବା ବେଳେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି କରିଛନ୍ତି ବିଜେଡି, JDU ଓ ୱାଇଏସ୍‌ଆର୍‌ପି ।

OTV is now on Whatsapp

Join and get latest news update delivered to you via whatsapp

Join Now