Advertisment

Tobacco Banned In UP Assembly: ବ୍ୟାନ୍‌ ହେଲା ଗୁଟଖା-ପାନ ମସଲା; ଧରାପଡ଼ିଲେ ହେବ ଜରିମାନା !

ତମାଖୁ ଖାଇଲେ କିମ୍ବା ଛିପ ପକାଇଲେ ଦେବାକୁ ପଡ଼ିବ ଜରିମାନ। ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାର ଦେଲେ ନିର୍ଦ୍ଦେଶ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି ।

Tobacco Banned In UP Assembly

Tobacco Banned In UP Assembly

Advertisment

ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍‌ ହେଲା ତମାଖୁ ଓ ପାନ ମସଲା । ତମାଖୁ ଖାଇଲେ କିମ୍ବା ଛିପ ପକାଇଲେ ଦେବାକୁ ପଡ଼ିବ ଜରିମାନ। ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାର ଦେଲେ ନିର୍ଦ୍ଦେଶ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି । ତେବେ ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି । ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଯାହାକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି। 

Advertisment

ତେବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ  ୟୁପି ବିଧାନସଭାର ବାଚସ୍ପତି କହିଥିଲେ,‘ ମୁଁ ସକାଳେ ଏଠାକୁ ଆସିବା ପରେ ଜାଣିବାକୁ ପାଇଲି କିଛି ସଦସ୍ୟ ବିଧାନସଭା ଭିତରେ ପାନ ମସଲା ଖାଇ ମଇଳା କରୁଛନ୍ତି । ମୁଁ ବ୍ୟକ୍ତିଗତ ଭାବରେ କୌଣସି ସଦସ୍ୟଙ୍କ ନାମ ନେବି ନାହିଁ କି ଅପମାନିତ କରିବି ନାହିଁ । କିନ୍ତୁ ମୁଁ ସେମାନଙ୍କୁ ସିସିଟିଭିରେ ଦେଖିଛି। ଯିଏ ଏହା କରିଛନ୍ତି ସେ ନିଶ୍ଚିତ ଭାବେ ଭୁଲ କରିଛନ୍ତି।’ 

ଅଧିକ ପଢ଼ନ୍ତୁ: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

Advertisment

ଏହି ଘଟଣାକୁ ନେଇ ବାଚସ୍ପତି ବିଧାନସଭାରେ ଆଲୋଚନା ମଧ୍ୟ କରିଥିଲେ। ଏହି ଘଟଣାପରେ ବିଧାନସଭା ପରିସରରେ ପାନ ମସଲା ଏବଂ ଗୁଟକାକୁ ବ୍ୟାନ୍‌ କରାଯାଇଛି।

ଏଥିସହିତ ବିଧାନସଭା ପରିସରରେ ଗୁଟଖା ଖାଉଥିବା ସମୟରେ ଯଦି କେହି ଧରାପଡ଼ନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ ବୋଲି କଡ଼ା ସୂଚନା ଜାରି କରାଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଧରାପଡିଲେ ଏଟିଏମ ଲୁଟେରା ମାଷ୍ଟର ମାଇଣ୍ଡ ରାଜୁ ଓ ରୁସ୍ତମ

Uttar Pradesh Tobacco UP Pan Masala UP Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ