• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁହାଯାଏ ପ୍ରେମର କୌଣସି ସଜ୍ଞା ନାହିଁ । କେତେବେଳେ କାହା ସହ ବି ପ୍ରେମ ହୋଇଯାଏ । ପୂର୍ବରୁ ପ୍ରେମକୁ ନେଇ ଆପଣ ଅନେକ ଖବର ଶୁଣିଥିବେ । ନିଜର ପ୍ରେମକୁ ପାଇବାକୁ ପ୍ରେମିକା ଓ ପ୍ରେମିକ ଅନେକ ଦୂରରୁ ଆସି ଏକାଠି ହୋଇଛନ୍ତି । କିଛି ପ୍ରେମୀ ଯୁଗଳ ନିଜ ପ୍ରେମକୁ ପାଇବାକୁ ଅନେକ ବାଧା ବିଘ୍ନ ସହିଛନ୍ତି । ହେଲେ ବର୍ତ୍ତମାନ ସେହିପରି ଏକ ଖବର ସାମ୍‌ନାକୁ ଆସିଛି ।

ଲୋକକଥା ପରି ସାତ ନଈ ସାତ ଦରିଆ ପାର୍‌ ହୋଇ ପାକିସ୍ତାନ ବୋହୂ ପାଲଟିଛନ୍ତି କାନାଡ଼ା ଝିଅ । ସୂଚନା ଅନୁସାରେ ୨୬ ବର୍ଷୀୟ ପାକିସ୍ତାନୀ ଯୁବକ ମୁକର୍ମଙ୍କୁ ଦେଖା କରିବାକୁ ଥାଇଲ୍ୟାଣ୍ଡ ଯାଇଛନ୍ତି ପ୍ରେମିକା ।

ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ମୁକର୍ମ ପ୍ଲମ୍ବର ଭାବରେ କାମ କରନ୍ତି । ତାଙ୍କୁ ବିବାହ କରିବାକୁ କାନାଡ଼ାର ଜଣେ ଯୁବତୀ ପାକିସ୍ତାନ ଯାଇଛନ୍ତି । ଗତ ବର୍ଷ ଡିସେମ୍ବରରେ ମୁକର୍ମ ଥାଇଲ୍ୟାଣ୍ଡ ଯାଇଥିଲେ । ସେଠାରେ ସେ ଜଣେ କାନାଡ଼ିୟ ଯୁବତୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ।

ଯୁବତୀ ଜଣକ ମନ ଦୁଃଖ କରି ଏକ ବେଞ୍ଚରେ ବସିଥିଲେ । ମୁକର୍ମ ତାଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଯୁବତୀ ଜଣକ ତାଙ୍କୁ ତାଙ୍କ ମୋବାଇଲ୍‌ ଭାଙ୍ଗିଯାଇଥିବା କଥା କହିବା ସହ ଥାଇଲ୍ୟାଣ୍ଡରୁ ବ୍ରାଜିଲ ପର୍ଯ୍ୟନ୍ତ ତାଙ୍କ ଟିକେଟ୍ ଥିବା କହିଥିଲେ ।

ଫଳରେ ପାକିସ୍ତାନ ଯୁବକ ମୁକର୍ମ ତାଙ୍କ ଫୋନ୍‌ରେ ଯୁବତୀଙ୍କ ଇମେଲ୍‌ ଆଇଡି ଲଗଇନ୍‌ କରିଥିଲେ । ପରେ ତାଙ୍କ ଟିକେଟ୍‌ ପ୍ରିଣ୍ଟ କରାଇ ଯୁବତୀଙ୍କୁ ଦେଇଥିଲେ । ଖଲି ସେତିକି ନୁହେଁ ମୁକର୍ମ ଯୁବତୀଙ୍କୁ ଏକ ମୋବାଇଲ୍‌ ମଧ୍ୟ ଦେଇଥିଲେ । ପରେ ତାଙ୍କର ସୁବିଧା ଅସୁବିଧା ବୁଝିବା ସହ ସେ ସଠିକ୍‌ ସ୍ଥାନରେ ପହଞ୍ଚିଲେ କି ନାହିଁ ପଚାରି ବୁଝିଥିଲେ । ଯୁବତୀ ଜଣକ ମଧ୍ୟ ବ୍ରାଜିଲ୍‌ରେ ପହଞ୍ଚି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପରେ ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ବଢ଼ିବା ସହ ବନ୍ଧୁତା ସମ୍ପର୍କ ଗଢ଼ିଉଠିଥିଲା । କିଛି ଦିନ ବିତିବା ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଯାହାଫଳରେ ପରବର୍ତ୍ତୀ ସମୟରେ ଉଭୟ ବିବାହ କରିଥିଲେ । ବିବାହ କରିବା ପରେ ଯୁବତୀ ଜଣକ ପାକିସ୍ତାନ ଚାଲିଯାଇଛନ୍ତି ।