Edited Video
ପୁଣି ଖୋଲିଲା ମିଛୁଆ ପାକିସ୍ତାନର ପୋଲ୍ । ଭାରତ ବିରୋଧରେ ମିଛ ଖବର ପ୍ରସାରଣ କରୁଥିଲା ପାକିସ୍ତାନ । ଫଲସ ପ୍ରୋପାଗଣ୍ଡା ଚଳାଇଥିଲା । ସତ କଥାକୁ ମୋଡ଼ି ମକଚି ଫେକ୍ ନ୍ୟୁଜ୍ କରୁଥିଲା । ଭାରତୀୟ ସେନା ପୂର୍ବରୁ ଏହାର ପୋଲ୍ ଖୋଲି ସାରିଥିବା ବେଳେ ଏବେ ପୁଣିଥରେ ସାମନାକୁ ଆସିଛି ପାକିସ୍ତାନର ଆଉ ଏକ ମିଛ ଏଜେଣ୍ଡା । ପାକିସ୍ତାନ ସରକାରଙ୍କ ପକ୍ଷରୁ ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ୍-ISPR ଡିଜି ଜେନେରାଲ୍ ଅହମ୍ମଦ ସରିଫ ଚୌଧୁରୀ କିଭଳି ପ୍ରେସମିଟରେ ଭାରତ ଏୟାରବେସ୍ ଉପରେ ଆଟାକ୍ କରିବାର ମିଛ ଓ ଏଡିଟେଡ୍ କ୍ଲିପିଂ ଦେଖାଉଥିଲେ ତାହା ସାମନାକୁ ଆସିଛି ।
ପାକିସ୍ତାନୀ ସେନା ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବିଭ୍ରାନ୍ତ କରିବାକୁ ଭାରତୀୟ ଏୟାରବେସ୍ ଉପରେ ହମଲା କରିଥିବା ନେଇ ଭାରତ ସରକାରଙ୍କ ପ୍ରେସ ବ୍ରିଫିଂର ଏକ ଭିଡିଓକୁ ଏଡିଟ୍ କରି ଦେଖାଉଥିଲେ । ସେଇଠି ନିଜେ ISPR ଡିଜି ଜେନେରାଲ୍ ଅହମ୍ମଦ ସରିଫ ଚୌଧୁରୀ ଉପସ୍ଥିତ ଥିଲେ । ଭାରତୀୟ ବାୟୁସେନା ଅଧିକାରୀ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ପ୍ରେସ ବ୍ରିଫିଂକୁ ଏଡିଟ୍ କରି ଦେଖାଇଥିଲା ପାକିସ୍ତାନ ସେନା । ଯାହାକି ବାସ୍ତବରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନ ଏୟାରଫିଲ୍ଡ ଧ୍ୱଂସ ହେବାର ଫୁଟେଜ୍ ଥିଲା ।
ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂରରେ ଘାଇଲା ପାକ୍, DGMO ଦେଲେ ସବିଶେଷ ତଥ୍ୟ
କିନ୍ତୁ ନିଜ ଦୁର୍ବଳତା ଓ ବିଫଳତା ଲୁଚାଇବାକୁ ପାକିସ୍ତାନ ମିଛ ପ୍ରୋପାଗଣ୍ଡାର ସାହାରା ନେଇ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଥିଲା । ଗତ ୧୦ ତାରିଖରେ ଗ୍ରୁପ କ୍ୟାପଟେନ୍ ବ୍ୟୋମିକା ସିଂଙ୍କ ଅନ ଏଡିଟେଡ୍ ପ୍ରେସ ବ୍ରିଫିଂ ଦେଖିଲେ ଏକଥା ସଫା ସଫା ସ୍ପଷ୍ଟ ହୋଇଯାଇଛି । ଏନେଇ ପିଆଇବି ପକ୍ଷରୁ ଉଭୟ ଏଡିଟେଡ୍ ଓ ଅରିଜିନାଲ ଭିଡିଓ ପୋଷ୍ଟ କରି ମିଛୁଆ ପାକିସ୍ତାନର ପୋଲ୍ ଖୋଲାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747050099.jpg)