Advertisment

Hostage Liberation: ପାକିସ୍ତାନ ଟ୍ରେନ ହାଇଜାକ: ସବୁ ଆତଙ୍କୀ ନିପାତ

କୋଏଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ନିଜ ଅକ୍ତିଆରକୁ ନେଇ ନିଜର କିଛି ରାଜନୈତିକ ବନ୍ଦୀଙ୍କୁ ମୁକୁଳାଇବାକୁ ଦାବି କରିଥିଲା ବଲୁଚ୍ ଲିବରେସନ୍ ଆର୍ମି। ବଲୁଚ୍ ଲିବରେସନ୍ ଆର୍ମିଠାରୁ ଲୋକଙ୍କୁ ମୁକୁଳାଇବାକୁ ପାକିସ୍ତାନ ସେନା ସ୍ଥଳ ଓ ଆକାଶମାର୍ଗରୁ ହମଲା କରିଥିଲା।

Hostage Liberation:

Hostage Liberation:

Advertisment

ପାକିସ୍ତାନରେ ଦକ୍ଷିଣ ପଶ୍ଚିମ ବାଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନରେ ଲୋକଙ୍କୁ ପଣବନ୍ଦୀ ରଖିବା ଘଟଣାରେ ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପାକିସ୍ତାନ୍ ସେନା। ଏହାସହ ବେଲୁଚି ଲିବରେସନ ଆର୍ମି ନିକଟରୁ ୩୦୦ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଆତଙ୍କବାଦୀମାନେ ୨୧ ଜଣ ପଣବନ୍ଦୀଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ଦିଆଯାଇଛି।

Advertisment

ବୁଧବାର ରାତି ସୁଦ୍ଧା ପାକିସ୍ତାନ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅପରେସନରେ ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ପାକିସ୍ତାନ ସେନାର ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ୍ (ISPR) ମହାନିର୍ଦ୍ଦେଶକ ଲେଫଟନାଣ୍ଟ ଜେନେରାଲ ଅହମ୍ମଦ ଶରିଫ୍ ଚୌଧୁରୀ ପାକ୍ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଅପରେସନ ଶେଷ ହୋଇଛି ଏବଂ ବାଲୁଚି ଆତଙ୍କବାଦୀଙ୍କ କବଳରେ ଥିବା ୨୧ ଜଣ ପଣବନ୍ଦୀଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ପାକିସ୍ତାନ ସେନା ଦାବି କରିଥିଲା ଯେ, ଜାଫର ଏକ୍ସପ୍ରେସର ୧୯୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ଏବଂ ୩୦ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ୪୦୦ ଯାତ୍ରୀ ପଣବନ୍ଦୀ

କୋଏଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ନିଜ ଅକ୍ତିଆରକୁ ନେଇ ନିଜର କିଛି ରାଜନୈତିକ ବନ୍ଦୀଙ୍କୁ ମୁକୁଳାଇବାକୁ ଦାବି କରିଥିଲା ବଲୁଚ୍ ଲିବରେସନ୍ ଆର୍ମି। ବଲୁଚ୍ ଲିବରେସନ୍ ଆର୍ମିଠାରୁ ଲୋକଙ୍କୁ ମୁକୁଳାଇବାକୁ ପାକିସ୍ତାନ ସେନା ସ୍ଥଳ ଓ ଆକାଶମାର୍ଗରୁ ହମଲା କରିଥିଲା।

Advertisment

ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହରଣ କରିଥିଲେ ଆତଙ୍କବାଦୀ। ଟ୍ରେନଟି କୋଏଟାରୁ ପେଶାୱର ଯାଉଥିବା ବେଳେ ବେଲୁଚି ଲିବରେସନ ଆର୍ମିର ଆତଙ୍କବାଦୀ ହାଇଜାକ୍ କରିଥିଲେ। ଟ୍ରେନକୁ ଟନେଲ ନମ୍ବର ୮ ପାଖରେ ବାଲୋଚ ଲିବରେସନ ଆର୍ମିର ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କୀ ଅଟକାଇଥିଲେ। ପାହାଡ ଘେରା ଏହି ଅଞ୍ଚଳରେ ଆକ୍ରମଣ କରି ତୁରନ୍ତ ଯାତ୍ରୀଙ୍କୁ ନିଜ କବଜାକୁ ନେଇଥିଲେ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଟ୍ରେନ ହାଇଜାକ୍: ମୁକ୍ତ ହେଲେ ୧୦୪ ପଣବନ୍ଦୀ

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ