• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର । ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁପ୍ତଚର ଏଜେନ୍ସି ଗୁଡ଼ିକୁ ସୂଚନା ମିଳିଛି । ସ୍ୱାଧୀନତା ଦିବସ ପୂର୍ବରୁ ଏଥର ପାକିସ୍ତାନୀ ଆତଙ୍କବାଦୀମାନେ ଦେଶର ଏକାଧିକ ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ଆତଙ୍କବାଦୀମାନେ ଏକାସାଙ୍ଗରେ ସମ୍ବେଦନଶୀଳ ସ୍ଥାନ ଉପରେ ଆକ୍ରମଣ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଜେନ୍ସି ସୂତ୍ର ଅନୁସାରେ ଆତଙ୍କବାଦୀମାନେ ସବୁଥର ପରି ବୋମା ଓ ବନ୍ଧୁକ ଧରି ସଜ ହୋଇସାରିଛନ୍ତି । ବିଶେଷକରି ଆତ୍ମଘାତୀ ଆକ୍ରମଣ କରିବା ପାଇଁ ସେମାନେ ଷ୍ଟିକ୍ ବୋମା ସହିତ କାର ଏବଂ ଟ୍ରକକୁ ଟାର୍ଗେଟ କରିପାରନ୍ତି ବୋଲି କୁହାଯାଉଛି ।

ଏକାଧିକ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର

ଡ୍ରୋନ୍ ଆକ୍ରମଣ ହୋଇପାରେ ବୋଲି ଗୁପ୍ତଚର ସନ୍ଦେଶ ମିଳିଛି । ଆତଙ୍କବାଦୀମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ମଲ୍ଟି ଆଟାକ୍ କରିପାରିବେ । ଏହି ଇନପୁଟ୍ ଉପରେ ଆଧାର କରି ସୁରକ୍ଷା ଏଜେନ୍ସି ଗୂଡ଼ିକ ସଜାଗ ଅଛନ୍ତି । ଏଥର ସ୍ୱାଧୀନତା ଦିବସ ତଥା ଅନ୍ୟାନ୍ୟ ଦିନରେ ବିଭିନ୍ନ ପ୍ରକାରର ସମ୍ଭାବ୍ୟ ବିପଦ ଉପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥର ଆତଙ୍କବାଦୀମାନେ ଆକ୍ରମଣ ସମୟରେ ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରିପାରନ୍ତି ବୋଲି କୁହାଯାଉଛି ।

କେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରନ୍ତି ଆତଙ୍କୀ ?

ଆତଙ୍କବାଦୀମାନେ ଉଭୟ ବିସ୍ଫୋରଣ ଏବଂ ନିଆଁ ଲଗାଉଥିବା ବୋମା ବ୍ୟବହାର କରିପାରନ୍ତି ବୋଲି କୁହାଯାଉଛି । ସେମାନେ ଲେଟର ଏବଂ ପାର୍ସଲ ବୋମା ମଧ୍ୟ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଇଛି । ଆତଙ୍କବାଦୀମାନେ ହତ୍ୟାକାଣ୍ଡ ପାଇଁ ଅତ୍ୟାଧୁନିକ ବନ୍ଧୁକ, ପିସ୍ତଲ, ରିଭଲଭର, ରାଇଫଲ ଏବଂ ସ୍ୱୟଂଚାଳିତ ଅସ୍ତ୍ର ବ୍ୟବହାର କରିପାରନ୍ତି ।

ତେବେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ପିଓକେର କୋଟିଲ (KOTIL) ନାମକ ଏକ ଲଞ୍ଚ ପ୍ୟାଡରୁ ଓ ଅନ୍ୟ ଏକ ଗୋଷ୍ଠୀ ପିଓକେର (DATOTE) ନାମକ ଏକ ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ ପାଇଁ ଉଦ୍ୟମ ଚଳାଇଛି । ସେହିପରି ପଶ୍ଚିମବଙ୍ଗ ସୀମା ଦେଇ ମଧ୍ୟ ଭାରତରେ ପ୍ରବେଶ କରିପାରନ୍ତି । ଅନ୍ୟନଟେ ରାଜସ୍ଥାନ ଏବଂ ପଞ୍ଜାବ ସୀମା ଦେଇ ମଧ୍ୟ ଆତଙ୍କବାଦୀମାନେ ଭାରତ ସୀମାରେ ପ୍ରବେଶ କରିବାର ଆଶଙ୍କା ରହିଛି ।

ଏହି ଗୁପ୍ତଚର ତଥ୍ୟ ଆଧାରରେ ସୁରକ୍ଷା ଏଜେନ୍ସି ବିଭିନ୍ନ ରାଜ୍ୟର ପୋଲିସ, ଜିଆରପି ଏବଂ ଗୁପ୍ତଚର ବିଭାଗକୁ ବିସ୍ତୃତ ସୂଚନା ପଠାଇଛନ୍ତି । ଏହି ଇନପୁଟରେ ସନ୍ଦିଗ୍ଧମାନଙ୍କ ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ମାଧ୍ୟମରେ ବୃଦ୍ଧି କରିବାକୁ କୁହାଯାଇଛି ।