Advertisment

Operation Sindoor: '୧୦୦ କିମି ସୀମା ଭିତରକୁ ଯାଇ ମାରିଲୁ, ଏବେ ପାକିସ୍ତାନ ଭୟଭୀତ'

ଗୁଜରାଟ ମାଟିରୁ ଅମିତ ଶାହଙ୍କ ଗର୍ଜନ । ପାକିସ୍ତାନର ସୀମା ୧୦୦ କି.ମି. ଭିତରକୁ ଯାଇ ୧୦୦ ଆତଙ୍କୀଙ୍କୁ ମାରିଲୁ । ଇଟାର ଜବାବ ପଥରରେ ଦେଲେ ଆମ ସେନା । ଏବେ ପାକିସ୍ତାନ ଭୟଭୀତ ଅଛି ବୋଲି କହିଲେ ଶାହା ।

ଅଦ୍ୟତନ ହୋଇଛି
Operation Sindoor

Operation Sindoor

Advertisment

ଗୁଜରାଟ ମାଟିରୁ ଅମିତ ଶାହଙ୍କ ଗର୍ଜନ । ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଏୟାରଷ୍ଟ୍ରାଇକ୍ ପରେ ବି ପାକିସ୍ତାନ ନସୁଧୁରିବାରୁ 'ଅପରେସନ୍ ସିନ୍ଦୂର' ହେଲା । ପହଲଗାମ୍ ହମଲାର ବଦଲା ଜୈସ୍ ଓ ଲସ୍କରର ମୁଖ୍ୟାଳୟକୁ ମାଟିରେ ମିଶାଇ ନିଆଗଲା । ପାକିସ୍ତାନ ସୀମାର ୧୦୦ କିଲୋମିଟର ଭିତରକୁ ଯାଇ ଆମ ସେନା ୧୦୦ ଆତଙ୍କବାଦୀଙ୍କୁ ନିପାତ କଲା । ପାକିସ୍ତାନ ଏବେ ଭୟଭୀତ ଅଛି । ଆଜି ଗୁଜରାଟ ଗାନ୍ଧିନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନକୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । 

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଭକୁଆ ବନାଇବାକୁ 'ଡମି' ଏୟାରକ୍ରାଫ୍ଟ ପଠାଇଥିଲା ଭାରତ

ଶାହ କହିଛନ୍ତି ଯେ, ଅନ୍ତର୍ଜାତୀୟ ଆତଙ୍କୀ ଘଟଣାର ମୁଖିଆ ଓ ସିଆଲକୋଟ୍ କ୍ୟାମ୍ପ ଆଦିରେ ଲୁଚି ବସିଥିବା ଆତଙ୍କୀଙ୍କୁ ଆମ ଆକ୍ରମଣ ସ୍ପଷ୍ଟ ସନ୍ଦେଶ ଦେଇଛି । ଭାରତରେ ଆତଙ୍କୀ ଘଟଣା ହେଲେ ଏହାର ଦୁଇଗୁଣା ଜବାବ ମିଳିବ । ଆମେ ଆତଙ୍କୀ ଆଡ୍ଡାକୁ ଆକ୍ରମଣ କରିଥିଲୁ, କିନ୍ତୁ ପାକିସ୍ତାନ ସେନା ଆମ ଦେଶ ଭିତରକୁ ଡ୍ରୋନ୍ ଓ ମିଜାଇଲ୍ ପଠାଇଲା । ହେଲେ ଆମ ଶକ୍ତିଶାଳୀ ଏୟାରଡିଫେନ୍ସ ସିଷ୍ଟମ୍ ଯୋଗୁଁ ଗୋଟିଏ ବି ଭାରତ ମାଟିରେ ପଡ଼ିବାରେ ସଫଳ ହେଲାନି । ଏହାର ଜବାବରେ ଆମେ ପାକିସ୍ତାନର ସାମରିକ ଘାଟିକୁ ଧ୍ବଂସ କରି ଭାରତ ସଂସ୍କାର ହିସାବରେ ଜବାବ ଦେଲୁ ।

ଏଥିସହ ଶତ୍ରୁଦେଶକୁ ସିଧା ଶୁଣାଇଛନ୍ତି, ଆଟମ୍ ବମ୍ ଧମକ ଦେଇ ପାକିସ୍ତାନ ଭାବୁଥିଲା ଆମେ ଡରିଯିବୁ। ହେଲେ ଆମ ତିନି ସେନା ଇଟାର ଜବାବ ପଥରରେ ଦେଲେ ।

Advertisment

ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ବିକଶିତ ବନାଇବାକୁ କୌଣସି ବି ଅବସର ଛାଡୁନାହାନ୍ତି । ମୋଦି ଦେଶକୁ ସୁରକ୍ଷିତ ରଖିବା କାର୍ଯ୍ୟ କରିଛନ୍ତି । ୨୦୧୪ ପୂର୍ବରୁ ଆତଙ୍କୀ ହମ୍‌ଲା ହେଉଥିଲା, ଷଡଯନ୍ତ୍ର କରାଯାଉଥିଲା । କିନ୍ତୁ ଏହାର ଜବାବ ଦିଆଯାଉନଥିଲା । ହେଲେ ଏବେ ସେନା ଇଟାର ଜବାବ ପଥରରେ ଦେଉଛନ୍ତି । ଆମେ ପରମାଣୁ ଧମକରେ ଡରୁ ନାହିଁ ।

ଯେତେବେଳେ ଉରି ହମ୍‌ଲା ହେଲା, ସର୍ଜିକାଲ ଷ୍ଟ୍ରାଇକରେ ଜବାବ ଦିଆଗଲା । ପୁଲୱାମା ହମ୍‌ଲାର ଜବାବ ଏୟାରଷ୍ଟ୍ରାଇକ ସହ ଚେତାଇ ଦିଆଯାଇଥିଲା । କିନ୍ତୁ ପାକିସ୍ତାନର ଆତଙ୍କୀ ସୁଧୁରିଲେ ନାହିଁ ଏବଂ ପହଲଗାମ୍‌ ଆଟାକ୍ କଲେ । ଯାହାପରେ ଅପରେସନ ସିନ୍ଦୂର ମାଧ୍ୟମରେ ସେମାନଙ୍କ ହେଡକ୍ୱାର୍ଟର ଧ୍ୱସ୍ତବିଧ୍ୱସ୍ତ କରିଦିଆଗଲା । ଅପରେସନ ସିନ୍ଦୂର ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟଚକିତ ହେଉଛି ବୋଲି କହିଛନ୍ତି ଶାହ ।

Advertisment

ଅଧିକ ପଢ଼ନ୍ତୁ: ସତ ମାନିଲା ପାକିସ୍ତାନ, ଭାରତ ଦେଇଛି ଶକ୍ତ ପ୍ରହାର 

Amit Shah Airstrike India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ