Advertisment

India Action Against Pakistan: ଭାରତରେ ରକ୍ତ ଝରାଇ ପାଣି ବିନା ଛଟପଟ ହେବ ପାକିସ୍ତାନ

ହାତରେ ମାରିବ, ଭାତରେ ବି ମାରିବ ଭାରତ । କଲବଲ ହୋଇ, ଛଟପଟ ହୋଇ ଜୀବନ ଜିଇବେ ପାକିସ୍ତାନବାସୀ । ଉପରେ ପାକିସ୍ତାନ ନାଁ ଦେଇ ଆତଙ୍କୀସ୍ତାନ ଭାବେ ଦେଶ ଛିଡ଼ା କରିଥିବା ଏ ପଡ଼ୋଶୀକୁ ଖୁବଶୀଘ୍ର ଭାରତ ଚଖାଇବ ପାନେ । ଭାରତରେ ରକ୍ତ ଝରାଇ ବିନା ପାଣିରେ ଛଟପଟ ହେବେ ପାକିସ୍ତାନବାସୀ ।

ଅଦ୍ୟତନ ହୋଇଛି
India Action Against Pakistan

India Action Against Pakistan

Advertisment

ହାତରେ ମାରିବ, ଭାତରେ ବି ମାରିବ ଭାରତ । କଲବଲ ହୋଇ, ଛଟଛଟ ହୋଇ ଜୀବନ ଜୀଇଁବେ ପାକିସ୍ତାନବାସୀ । ଉପରେ ପାକିସ୍ତାନ ନାଁ ଦେଇ ଆତଙ୍କୀସ୍ତାନ ଭାବେ ଦେଶ ଛିଡ଼ା କରିଥିବା ଏ ପଡ଼ୋଶୀକୁ ଖୁବଶୀଘ୍ର ଭାରତ ଚଖାଇବ ପାନେ । ଉଭୟ ଭାରତ ଓ ପାକିସ୍ତାନ ଦେଇ ବହୁଥିବା ୬ଟି ନଦୀର ଜଳ ଭାଗବଣ୍ଟା ପାଇଁ ୧୯୬୦ରେ ସିନ୍ଧୁ ଜଳଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଯାହା ଉପରେ ରୋକ୍ ଲଗାଇ ପାକିସ୍ତାନ ଛାତିରେ ମହାପ୍ରହାର କରିଛନ୍ତି ମୋଦି ସରକାର । ଆଉ ଏବେ ପାକିସ୍ତାନ ଉପରେ ବଡ଼ ପଦକ୍ଷେପ ନେବାକୁ ସରିଲାଣି ପ୍ରସ୍ତୁତି, କେବଳ ଚାଲିଛି ମାନସମନ୍ଥନ । କେତେବେଳେ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେବେ ତା’ କେବଳ ଦେଖିବାକୁ ବାକି । 

Advertisment

ଅଧିକ ପଢ଼ନ୍ତୁ: ଶାହ ଦେଲେ କଡ଼ା ନିର୍ଦ୍ଦେଶ, ପାକିସ୍ତାନୀଙ୍କୁ ଦେଶରୁ ବାହାର କର

ପହଲଗାମରେ ନିରୀହ ଛାତିରୁ ରକ୍ତ ଝରାଇ, ଆଗକୁ ନିଜେ ପାକିସ୍ତାନ କାନ୍ଦିବ ରକ୍ତର କାନ୍ଦଣା । ସିନ୍ଧୁ ଜଳଚୁକ୍ତି ସ୍ଥଗିତ ଓ ଅଟ୍ଟାରୀ ସୀମା ବନ୍ଦ ଭଳି ପଦକ୍ଷେପ ଫଳରେ, ପାକିସ୍ତାନ କେବଳ ସମସ୍ୟା ଭୋଗିବାକୁ ଯାଉନି, ବରଂ ତା' ସତ୍ତା ଏବେ ସଂକଟ ଘେରକୁ ଯାଇଛି । ଏଣିକି ବ୍ୟାସ, ରାବି ଓ ସତଲେଜ୍ ସହ ସିନ୍ଧୁ, ଚେନାବ ଓ ଝେଲମ୍ ଜଳକୁ ବି ନିୟନ୍ତ୍ରଣ କରିପାରେ ଭାରତ । ଉପର ମୁଣ୍ଡରେ ଅଙ୍କୁଶ ଲଗାଇ ନଦୀ ଜଳ ରୋକାଗଲେ ପାକିସ୍ତାନରେ ହାହାକାର ପଡ଼ିବ । 

କାରଣ ୭୦ ଭାଗ ଜଳ ପାକିସ୍ତାନକୁ ଯାଉଥିବା ବେଳେ ମାତ୍ର ୩୦ ଭାଗ ଜଳ ଭାରତ ବ୍ୟବହାର କରୁଥିଲା । ଭାରତ ଯଦି ପାଣି ରୋକେ, ୧୦ କୋଟିରୁ ଅଧିକ ଜନସଂଖ୍ୟା ଓ ୮୦ ପ୍ରତିଶତ କୃଷି ପ୍ରଭାବିତ ହେବ । ଗହମ, ଧାନ, ଆଖୁ ଓ ତୁଳା ଆଦି ଚାଷ ହେଉଥିବା ୧ କୋଟି ୬୦ ଲକ୍ଷ ହେକ୍ଟର ଜମିକୁ ପାଣି ମିଳିବନି । ମରୁଡ଼ି ପଡ଼ିବ, ଖାଦ୍ୟ ଉତ୍ପାଦନ ଭୁଶୁଡ଼ିଯିବ ।

Advertisment

ପାକିସ୍ତାନରେ ପାଣି ବିନା କେବଳ ଖାଦ୍ୟ ଓ ଉତ୍ପାଦନ ଉପରେ ପ୍ରଭାବ ପଡ଼ିବ ତା’ ନୁହେଁ । ତାରବେଲା ଓ ମଙ୍ଗଲା ହାଇଡ୍ରୋପାୱାର ପ୍ଲାଣ୍ଟ୍ ଅଚଳ ହୋଇ ଘୋର ବିଦ୍ୟୁତ ସଂକଟ ସୃଷ୍ଟି ହେବ । କଳ କାରଖାନା ଠପ୍ ପଡ଼ିବ । ପାକିସ୍ତାନ ଏବେ ଆର୍ଥିକ ସଂକଟ ସହ ଯୁଝୁଛି । ଏଭଳି ପରିସ୍ଥିତିରେ ଖାଦ୍ୟ, ପାଣି ଓ ବିଜୁଳି ସଂକଟ ଯୋଗୁଁ ଆଭ୍ୟନ୍ତରୀଣ ଅସ୍ଥିରତା ଆହୁରି ବୃଦ୍ଧି ପାଇବ । 

ଏମିତିକି ସିନ୍ଧୁ ରିଭର୍ ସିଷ୍ଟମରେ ଜଳ କମିଲେ ପାକିସ୍ତାନର ପଞ୍ଜାବ୍ ଓ ସିନ୍ଧ୍ ପ୍ରଦେଶ ସହ ପ୍ରମୁଖ ସହର କରାଚୀ, ଲାହୋର ଓ ମୁଲତାନରେ ଶୋଷ ମେଣ୍ଟାଇବାକୁ ପାଣି ମିଳିବନି । ଫଳରେ ପାଣି ବିନା ଛଟପଟ ହେବ ପାକିସ୍ତାନ । ଭାରତରେ ରକ୍ତ ଝରାଇ ବିନା ପାଣିରେ ଛଟପଟ ହେବେ ପାକିସ୍ତାନବାସୀ । 

Advertisment

ଅଧିକ ପଢ଼ନ୍ତୁ: ପହଲଗାମ୍ ଆକ୍ରମଣକୁ ଟ୍ରମ୍ପଙ୍କ ନିନ୍ଦା, କହିଲେ- ଏହା ଭୟଙ୍କର ଥିଲା

India Pakistan War Indus Waters Treaty India Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ