Advertisment

India-Pakistan Digital Strike: ପାକ୍‌ ବିରୋଧରେ ବଡ଼ ଡିଜିଟାଲ ଷ୍ଟ୍ରାଇକ୍‌, ଭାରତରେ ବ୍ଲକ୍‌ ହେଲା ଏହି କ୍ରିକେଟରଙ୍କ ଇନଷ୍ଟା ଆକାଉଣ୍ଟ

ଏହାରି ମଧ୍ୟରେ ପାକିସ୍ତାନ ବିରୋଧରେ ଆଜି ଭାରତର ବଡ଼ ଡିଜିଟାଲ ଷ୍ଟ୍ରାଇକ୍‌ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ଲକ୍‌ କଲା ଭାରତ । ସେହିପରି କ୍ରିକେଟର ସାହିନ୍‌ ଆଫ୍ରିଦି, ବାବର ଆଜାମ, ରିଜୱାନଙ୍କ ଇନ୍‌ଷ୍ଟାଗ୍ରାମ୍‌କୁ ମଧ୍ୟ ବ୍ଲକ୍‌ କରିଛି ଭାରତ ।

ଅଦ୍ୟତନ ହୋଇଛି
ପାକ୍‌ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ ବ୍ଲକ୍‌

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ ବ୍ଲକ୍‌

Advertisment

ପହଲଗାମ୍‌ ଆକ୍ରମଣ ପରେ ପୂରା ଭାରତରେ ରହିଛି ଶୋକ ଓ କ୍ରୋଧର ପରିବେଶ । ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦୁଇ ଦେଶ ମଧ୍ୟ ସମ୍ପର୍କ । ଭାରତ-ପାକିସ୍ତାନ ମଧ୍ୟରେ ତିକକ୍ତା ବୃଦ୍ଧି ପାଇବାରେ ଲାଗିଛି । ଆତଙ୍କବାଦୀ ଓ ସେମାନଙ୍କ ଆକ୍କାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଭାରତ ସରକାର ମଧ୍ୟ ଆକ୍ସନ ମୁଡ୍‌ରେ ରହିଛି ଏବଂ ପାକିସ୍ତାନ ବିରୋଧରେ ବଡ଼ ବଡ଼ ନିଷ୍ପତ୍ତି ଗ୍ରହଣ କରୁଛି । ସିନ୍ଧୁ ଜଳ ଚୁକ୍ତିଠୁ ଆରମ୍ଭ କରି ଡିଜିଟାଲ ଷ୍ଟ୍ରାଇକ୍‌ ମଧ୍ୟ କରିଛି ଭାରତ ।

Advertisment

ଏହାରି ମଧ୍ୟରେ ପାକିସ୍ତାନ ବିରୋଧରେ ଆଜି ଭାରତର ବଡ଼ ଡିଜିଟାଲ ଷ୍ଟ୍ରାଇକ୍‌ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ଲକ୍‌ କଲା ଭାରତ । ସେହିପରି କ୍ରିକେଟର ସାହିନ୍‌ ଆଫ୍ରିଦି, ବାବର ଆଜାମ, ରିଜୱାନଙ୍କ ଇନ୍‌ଷ୍ଟାଗ୍ରାମ୍‌କୁ ମଧ୍ୟ ବ୍ଲକ୍‌ କରିଛି ଭାରତ । ପୂର୍ବରୁ ପାକିସ୍ତାନର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ଇନ୍‌ଷ୍ଟା ମଧ୍ୟ ବ୍ଲକ୍ ଭାରତ କରିଛି ।

ଅଧିକ ପଢ଼ନ୍ତୁ: ଫାରୁକ ଅବଦୁଲ୍ଲାଙ୍କ ୟୁ ଟର୍ନ, ପୁରୁଣା ବୟାନ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ

Advertisment

ତେବେ ଭାରତ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନୀ ମନୋରଞ୍ଜନ ଶିଳ୍ପକୁ ବହୁତ ବଡ଼ ଝଟକା ଲାଗିଛି । କାହିଁକି ନା କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନୀ କଳାକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଫୱାଦ ଖାନଙ୍କ ବଲିଉଡ କମବ୍ୟାକ୍ ଭାରତରେ ନିଷିଦ୍ଧ କରାଯାଇଥିଲା। ଫୱାଦ ଖାନଙ୍କ ଫିଲ୍ମ 'ଆବୀର ଗୁଲାଲ' ବ୍ୟାନ ହେବା ପରେ, ଅଭିନେତ୍ରୀ ହାନିଆ ଆମିର ଓ ଅଲ୍ଲୀ ଫାଜଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ଆଉ ଏବେ ହାନିଆଙ୍କ ପରି ପ୍ରସିଦ୍ଧ ଗାୟକ ଆତିଫ୍ ଅସଲମଙ୍କ ଇନଷ୍ଟାଗ୍ରାମକୁ ମଧ୍ୟ ବ୍ୟାନ୍ କରାଯାଇଛି। ଅର୍ଥାତ ଏବେ ଆପଣ ଭାରତରେ ଆତିଫ୍ ଅସଲମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିପାରିବେ ନାହିଁ । ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି ।

Advertisment

ତେବେ ଗତକାଲି ପାକିସ୍ତାନର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ଅର୍ଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ 'ଆଇନଗତ ଅନୁରୋଧ' ପରେ ଭାରତରେ ବ୍ଲକ୍ କରାଯାଇଥିଲା । ଭାରତରେ ବହୁ ସଂଖ୍ୟକ ଫଲୋଅର୍ସ ଥିବା ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

ପୂର୍ବରୁ ଭାରତ ଏହାର ସାମରିକ ଓ ସୁରକ୍ଷା ଏଜେନ୍ସି ବିରୋଧରେ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ, ମିଥ୍ୟା ଏବଂ ଭୁଲ ସୂଚନା ପ୍ରସାରଣ ପାଇଁ ଭାରତରେ ୧୬ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରାଯାଇଥିଲା । ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ, ସମା ଟିଭି, ଏରି ନ୍ୟୁଜ୍‌, ଜିଓ ନ୍ୟୁଜ୍‌ ଓ ଡନ୍‌ ନ୍ୟୁଜ୍‌ ସମେତ ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଥିଲା । ମିଥ୍ୟା ଖବର ପ୍ରସାରଣ କରିବା ନେଇ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ହମଲା ପରେ ବିଭ୍ରାନ୍ତି କର ଖବର ପ୍ରକାଶ କରୁଥିଲେ ଏହି ସବୁ ଚ୍ୟାନେଲ।

ଅଧିକ ପଢ଼ନ୍ତୁ: କିଏ ନିର୍ଦ୍ଧାରଣ କରିଥିଲା ଭାରତ-ପାକିସ୍ତାନ ସୀମା ? କ’ଣ କହେ ଅଟାରୀ-ୱାଘା ବର୍ଡରର ଇତିହାସ

India Digital Strike Pakistan PM Shehbaz Sharif Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ