Advertisment

Pahalgam Attack: ଭାରତର ଡେଡ୍‌ଲାଇନ, ପାକିସ୍ତାନୀ କହିଲେ- କୁଆଡେ ଯିବୁନି, ଏଇଠି ମରିବୁ

ପାକିସ୍ତାନ ନାଗରିକଙ୍କ ପାଇଁ ଭାରତରେ ରହିବା ଏବେ ମୁସ୍କିଲ । ସେମାନଙ୍କ ମୁଣ୍ଡରେ ଦେଶ ଛାଡ଼ିବାର ଖଣ୍ଡା ଝୁଲୁଛି। ହିନ୍ଦୁ ହୋଇଥିଲେ ମଧ୍ୟ ଦେଶ ଛାଡିବାର ଘାରିଛି ଭୟ । ପାକିସ୍ତାନରୁ ସଂଘର୍ଷ କରି ଭାରତ ଆସିଥିଲେ, ହେଲେ ଏବେ ଭାରତ ଛାଡିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି ।

ଅଦ୍ୟତନ ହୋଇଛି
 Pahalgam Terror Attack

Pahalgam Terror Attack

Advertisment

ଭାରତ ଛାଡିବାକୁ ଡେଡଲାଇନ୍ ଦେବା ପରେ ଶରଣାର୍ଥୀଙ୍କ ମଧ୍ୟରେ ଭାଲେଣି । ଭାରତରେ ରହୁଥିବା ପାକିସ୍ତାନୀ ନାଗରିକ କରିବେ ବା କ’ଣ। ଗୋଟିଏ ପଟେ ପାକିସ୍ତାନ ନାଗରିକତା କିନ୍ତୁ ଆସିଛନ୍ତି ଧାର୍ମିକ ଭିସାରେ । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ତିକ୍ତତା ଭିତରେ ଏବେ ବଳି ପଡିଛନ୍ତି ଏମାନେ। ଦୀର୍ଘ ଦିନ ଧରି ଏଠାରେ ରହୁଥିବା ଲୋକମାନେ ଏବେ ପାକିସ୍ତାନ ଫେରିବାକୁ ନାରାଜ । ସେଠାରେ ମରିବା ବଦଳରେ ନିଜ ମାଟିରେ ମରିବା ଭଲ ବୋଲି କହିଛନ୍ତି  ।  

Advertisment

ପାକିସ୍ତାନ ନାଗରିକଙ୍କ ପାଇଁ ଭାରତରେ ରହିବା ଏବେ ମୁସ୍କିଲ । ସେମାନଙ୍କ ମୁଣ୍ଡରେ ଦେଶ ଛାଡ଼ିବାର ଖଣ୍ଡା ଝୁଲୁଛି। ହିନ୍ଦୁ ହୋଇଥିଲେ ମଧ୍ୟ ଦେଶ ଛାଡିବାର ଘାରିଛି ଭୟ । ପାକିସ୍ତାନରୁ ସଂଘର୍ଷ କରି ଭାରତ ଆସିଥିଲେ, ହେଲେ ଏବେ ଭାରତ ଛାଡିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି । ମିଳିଛି ୪୮ ଘଣ୍ଟାର ଡେଡଲାଇନ୍ । ଫଳରେ ସେମାନେ କ’ଣ କରିବେ କିଛି ବୁଝି ପାରୁନାହାନ୍ତି । 

ଅଧିକ ପଢ଼ନ୍ତୁ: ପହଲଗାମ୍ ଆକ୍ରମଣକୁ ଟ୍ରମ୍ପଙ୍କ ନିନ୍ଦା, କହିଲେ- ଏହା ଭୟଙ୍କର ଥିଲା

ରାଜସ୍ଥାନରେ ପାକିସ୍ତାନରୁ ଅନେକ ହିନ୍ଦୁ ପରିବାର ଅଛନ୍ତି ଯେଉଁମାନେ ସର୍ଟ ଟର୍ମ ଭିସାରେ ଏଠାକୁ ଆସିଛନ୍ତି । ପାଖାପାଖି ୧୨୦୦୦ରୁ ଅଧିକ ପାକିସ୍ତାନୀ ନାଗରିକ ସ୍ୱଳ୍ପକାଳୀନ ଭିସାରେ ଜୈସଲମର ଆସିଥିଲେ । କିଏ ବାହାଘର ପାଇଁ ଆସିଥିଲା ତ ଆଉ କିଏ ନିଜ ପରିବାର ନେଇ ଏଠାରେ ବସବାସ କରିବାକୁ । ସେହିପରି ଆଉ କିଏ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ।

Advertisment

ଏବେ ଏମାନଙ୍କୁ ଘର ଖାଲି କରିବାକୁ କୁହାଯାଇଛି । ବିଭିନ୍ନ ସେଲ୍ଟରରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଛାଡିବାକୁ ବାଧ୍ୟ କରାଯାଇଛି । ଫଳରେ ଚିନ୍ତାରେ ଅନେକ ଲୋକ ଖାଇବା ପିଇବା ଛାଡି ଦେଇଛନ୍ତି । ରାମ ରାଜ୍ୟରେ ଯଦି ସ୍ଥାନ ମିଳିବ ନାହିଁ ତେବେ ଆମେ କୁଆଡେ ଯିବୁ । ଆମର ଦୋଷ କ’ଣ । ଆମେ ବିଷ ଖାଇ ଆତ୍ମହତ୍ୟା କରିବୁ ପଛେ ପାକିସ୍ତାନ ଫେରିବୁ ନାହିଁ ବୋଲି କହିଛନ୍ତି ।  

ସାରା ଦେଶରେ ପହଲଗାମ ନିଆଁ । ଭାରତ ଓ ପାକିସ୍ତାନ ମଧ୍ୟରେ ଆହୁରି ଖରାପ ହୋଇଛି ସମ୍ପର୍କ। ପାକିସ୍ତାନକୁ ପାନେ ଦେବାକୁ ପ୍ରସ୍ତୁତି କରୁଛି ଭାରତ। ଚାରିପଟୁ ପାକ୍‌କୁ ଘେରାବନ୍ଦୀ କରିବାକୁ ଭାରତ କରୁଛି ଗୋଟିଏ ଗୋଟିଏ ପ୍ଲାନ। ଏକାଧିକ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଯେଉଁଥିରେ ପାକିସ୍ତାନ ନାଗରିକଙ୍କୁ ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। ଏହି ନିଷ୍ପତ୍ତି ଯୋଗୁ ପାକିସ୍ତାନରୁ ଆସିଥିବା ଅନେକ ଲୋକଙ୍କ ସମସ୍ୟା ବଢିଯାଇଛି। ନିଜ ଲୋକଙ୍କଠୁ ଦୂରେଇ ଯିବାକୁ ପରିସ୍ଥିତି ଏବେ ଏମାନଙ୍କୁ ବାଧ୍ୟ କରୁଛି ।

Advertisment

ବ୍ୟୁରୋ ରିପୋର୍ଟ ଓଟିଭି 

ଅଧିକ ପଢ଼ନ୍ତୁ: ପହଲଗାମ୍ ହମ୍‌ଲା ପ୍ଲାନ୍ ରଚିଥିଲା ହାଫିଜ୍ ସଇଦ୍ !

BJD Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ