Advertisment

ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ମୋଦିଙ୍କ ଆବେଗଭରା ଟ୍ୱିଟ୍‌, ଧନ୍ୟବାଦ ଜଣାଇଲେ ସରିଫ୍‌

ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ।

ଅଦ୍ୟତନ ହୋଇଛି
Flood In Pakistan

Flood In Pakistan

Advertisment

ପ୍ରଳୟଙ୍କରୀ ବନ୍ୟାରେ ପାକିସ୍ତାନରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାବ୍ୟକ୍ତ କରିଥିଲେ। ବିପନ୍ନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କ୍ଷୋଭ ଭରା ସମବେଦନା ଜଣାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବେଗଭରା ଟ୍ୱିଟ୍‌ର ୨ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଧନ୍ୟବାଦ ଜଣାଇଛନ୍ତି। 

Advertisment

ନିଜ ଟ୍ୱିଟ୍‌ରେ ଶେହବାଜ ଲେଖିଛନ୍ତି ଯେ, ପାକିସ୍ତାନର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମବେଦନା ପାଇଁ ଧନ୍ୟବାଦ ଜଣାଉଛି।ଏହି ପ୍ରାକୃତିକ ବିପର୍ଯ୍ୟୟରୁ ପାକିସ୍ତାନ ଉଠିବ ଏବଂ ପୁଣି ଥରେ ସ୍ୱାଭାବିକ ହେବ।

Advertisment

ସୂଚନାଥାଉ କି, ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ। ଏଭଳି ସମୟରେ ଆସନ୍ତା ସପ୍ତାହରେ ବନ୍ୟା ପ୍ରଭାବିତ ପାକିସ୍ତାନ ଗସ୍ତରେ ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟେରେସ ଆସୁଛନ୍ତି। 

Advertisment

ଦିନକ ପୂର୍ବେ ୟୁଏନ୍ ପକ୍ଷରୁ ୧୬.୧ କୋଟି ଆମେରିକୀୟ ଡଲାର ପାଇଁ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିଓ ଗୁଟେରେସ ଅପିଲ କରିଥିଲେ। ଏକ ଭିଡିଓ ବାର୍ତ୍ତା ଜାରି କରି ବିଶ୍ୱ ସମୁଦାୟ ପାକିସ୍ତାନକୁ ସହଯୋଗ କରିବାକୁ ଆଗେଇ ଆସିବାକୁ ସେ କହିଛନ୍ତି। ଏବେ ନିଜେ ଏଣ୍ଟୋନିଓ ପାକିସ୍ତାନର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 

ଅନ୍ୟପକ୍ଷେ, ପାକିସ୍ତାନରେ ଏବେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଏଭଳି ସ୍ଥିତିରେ ବନ୍ୟା ସାଧାରଣ ପାକିସ୍ତାନୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଦେଶର ବହୁ ଅଞ୍ଚଳ ଜଳମଗ୍ନ ରହିବା ଦ୍ୱାରା ଚାଷକୁ ବିପୁଳ କ୍ଷତି ହୋଇଛି । ପନିପରିବା ଓ ଦେଶର ପ୍ରମୁଖ ଅର୍ଥକରୀ ଫସଲ କପାଚାଷ ଅଧେରୁ ଅଧିକ ପାଣିରେ ବୁଡି ରହିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବନ୍ୟାରେ ମୋଟ ୧୦ ବିଲିୟନ ଡଲାର ଅର୍ଥ ମୂଲ୍ୟର କ୍ଷତି ହୋଇଥିବା ପାକିସ୍ତାନ ଅର୍ଥମନ୍ତ୍ରୀ କହିଛନ୍ତି ।

PM Modi Pakistan Flood Flood In Pakistan Pakistan PM Shehbaz Sharif
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ