Congress
ନିର୍ବାଚନ ଋତୁରେ ଜାରି ରହିଛି ରାଜନୈତିକ ଉଷ୍ମତା । ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ରାଜକୁମାର ରାହୁଲ ଗାନ୍ଧିଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଛି । ଏ ସବୁ ମଧ୍ୟରେ ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ୍ ହୁସେନ୍ । ନିଜ ସୋସିଆଲ ମିଡିଆରେ ରାହୁଲଙ୍କୁ ନେଇ ସେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟକୁ ନେଇ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି ।
ଅଧିକ ପଢ଼ନ୍ତୁ: ରାଏବରେଲୀ ଓ ଆମେଥିରୁ କିଏ ? ପ୍ରିୟଙ୍କା କି ରାହୁଲ ଗାନ୍ଧି ?
Pakistani leader - someone who has spewed venom against Bharat is promoting Rahul & Congress
Earlier Hafiz Saeed had said Congress is his favourite party.. Mani Aiyer went to Pakistan for support to depose PM Modi!
We remember Pakistan Zindabad slogans were raised recently by… pic.twitter.com/VeXgm7CwTj
— Shehzad Jai Hind (Modi Ka Parivar) (@Shehzad_Ind) May 1, 2024
ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ, ତୀବ୍ର ସମାଲୋଚନା କରିଛନ୍ତି । କଂଗ୍ରେସ ପାକିସ୍ତାନ ସହ ହାତ ମିଶାଇଛି ବୋଲି ମଧ୍ୟ ସେ କହିବାକୁ ପଛାଇ ନାହାନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବରେ ଇମ୍ରାନ ଖାନ କ୍ୟାବିନେଟରେ କାର୍ଯ୍ୟ କରିଥିବା ଫୱାଦ୍ ହୁସେନ୍, ରାହୁଲ ଗାନ୍ଧିଙ୍କୁ ସମର୍ଥନ କରୁଛନ୍ତି । କଂଗ୍ରେସ ପାକିସ୍ତାନରେ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ?
କଂଗ୍ରେସକୁ ପାକିସ୍ତାନ ସହଯୋଗ କରୁଥିବା ଅଭିଯୋଗ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ‘କଂଗ୍ରେସ କା ହାତ୍ ପାକିସ୍ତାନ କେ ସାଥ୍’ ବୋଲି ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ହାଫିଜ୍ ସଇଦ୍ କହିଥିଲେ ଯେ, କଂଗ୍ରେସ ହେଉଛି ତାଙ୍କର ପ୍ରିୟ ଦଳ ।
ତେବେ ହୁସେନ୍ଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ରାହୁଲ ଗାନ୍ଧି ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ସମାଲୋଚନା କରୁଥିବା ଶୁଣିବାକୁ ମିଳୁଛି । ଉକ୍ତ କ୍ଲିପ୍ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଦଳିତ ସମ୍ପ୍ରଦାୟର ସ୍ୱାର୍ଥକୁ ଅବହେଳା କରାଯାଇଥିବା ରାହୁଲ ଗାନ୍ଧି କହୁଥିବାର ଶୁଣିବାକୁ ମିଳୁଛି ।
ଅନ୍ୟପଟେ ପାକିସ୍ତାନର ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ 'ଶେହଜାଦା' ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ କଂଗ୍ରେସ ପାକିସ୍ତାନର ଅନୁଗାମୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗୁଜୁରାଟର ଆନନ୍ଦରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ ନେତାମାନେ ରାହୁଲଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । କଂଗ୍ରେସ ଦଳକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ କଂଗ୍ରେସ ୬୦ ବର୍ଷ ଧରି ଶାସନ କରିଛି ।
ଅଧିକ ପଢ଼ନ୍ତୁ: ଧାରଣା ନଥାଇ ରାହୁଲ ଦେଇଥିବା ବୟାନ ବିଭେଦ ସୃଷ୍ଟିକାରୀ: ଚମ୍ପତ୍ତ ରାୟ
ବିଜେପିର ମାତ୍ର ୧୦ ବର୍ଷର ସେବା ଲୋକେ ଦେଖିଛନ୍ତି । କଂଗ୍ରେସର ୬୦ ବର୍ଷ କାର୍ଯ୍ୟକାଳରେ ୬୦% ଘରେ ମଧ୍ୟ ଶୌଚାଳୟ ସୁବିଧା ନଥିଲା । ଅନ୍ୟପଟେ ବିଜେପି ମାତ୍ର ୧୦ ବର୍ଷ ମଧ୍ୟରେ ଏହା କରି ଦେଖାଇ ପାରିଛି । କଂଗ୍ରେସ ଧର୍ମ ଆଳରେ ସମ୍ବିଧାନକୁ ପରିବର୍ତ୍ତନ କରି ମୁସଲମାନମାନଙ୍କୁ ଅନୁସୂଚିତ ଜାତି, ଜନଜାତି (ଏସଟି) ଏବଂ ପଛୁଆ ବର୍ଗରେ ସାମିଲ କରିବାକୁ ପ୍ରୟାସ କରୁଛି । ଧର୍ମକୁ ନେଇ ଭାରତର ସମ୍ବିଧାନକୁ ଭାଗ କରିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ବିଜେପିର ସଫଳତା ବଖାଣିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗତ ୧୦ ବର୍ଷରେ ୧୪ କୋଟି ଘରକୁ ଟ୍ୟାପ୍ ୱାଟର ସଂଯୋଗ ଦିଆଯାଇଛି । କଂଗ୍ରେସ ୬୦ ବର୍ଷରେ ମାତ୍ର ୩ କୋଟି ଘରକୁ ଦେଇଥିଲା । ମୋର କେବଳ ଗୋଟିଏ ସ୍ୱପ୍ନ, ସ୍ୱାଧିନତାର ୧୦୦ ବର୍ଷ ପୂର୍ତ୍ତିରେ 'ବିକଶିତ ଭାରତ' ହେବ । ସେ ପର୍ଯ୍ୟନ୍ତ ମୁଁ ୨୪ ଘଣ୍ଟା କାର୍ଯ୍ୟ କରିବି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Congress_1714639004.jpg)