India-Pakistan Relations
ଭାରତର ପ୍ରହାରରେ ପାକିସ୍ତାନ ହାଲତ ଟାଇଟ୍ । ନିଜ ବିଫଳତା ଲୁଚାଇବାକୁ ମିଛ ପ୍ରଚାର କରୁଛି । ଭାରତ ବିରୋଧରେ ତିଆରି କରୁଛି ଫେକ୍ ନ୍ୟୁଜ । ସୋସିଆଲ୍ ମିଡିଆରେ ମିଛୁଆ ପାକିସ୍ତାନ କରୁଥିବା ମିଛ ଏଜେଣ୍ଡାର ପୋଲ୍ ଖୋଲିଛି ଭାରତ । ଗତକାଲି କିଭଳି ଯାତ୍ରୀବାହୀ ବିମାନକୁ ଢାଲ କରି ଆକ୍ରମଣରୁ ବର୍ତ୍ତିବାକୁ ଢାଲ କରିଥିଲା ତାର ପର୍ଦ୍ଦାଫାସ ହୋଇଥିଲା । ଆଜି ସୀର୍ସା ଓ ସୁରତଗଡ ଏୟାରବେସକୁ ଧ୍ବଂସ କରିଥିବା ଫଲସ ନାରେଟିଭ ଏକ୍ସପୋଜ୍ ହୋଇଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରେସମିଟରେ ଫଟୋ ଦେଖାଇ ପାକିସ୍ତାନର ସବୁ ଦାବିକୁ ଖଣ୍ଡନ କରିଛି ଭାରତ ।
ଭାରତର ପ୍ରଚଣ୍ଡ ହମଲାରେ ପାକିସ୍ତାନ ମୁଣ୍ଡ ଗୋଳମାଳ । ସାଇଁସାଇଁ ଆଟାକରେ କାନମୁଣ୍ଡା ଘାଇଁଘାଇଁ ହୋଇଛି । ବାଉଳି ଚାଉଳି ହୋଇ ଫେକ୍ ପ୍ରୋଗାଗଣ୍ଡାର ସାହାରା ନେଇଛି ମିଛୁଆ ପାକିସ୍ତାନ । ନିଜ ବିଫଳତା, ଦୁର୍ବଳତା ଲୁଚାଇବାକୁ ଭାରତ ବିରୋଧରେ ତିଆରି କରୁଛି ଫେକ୍ ନ୍ୟୁଜ୍ । ପାକିସ୍ତାନ ସରକାର ଓ ମିଡିଆ ଇୟାଡୁ ସିଆଡୁ ଖବର ତିଆରି କରୁଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛନ୍ତି ଗୋଟିଏ ପରେ ଗୋଟିଏ ମିଛ ଖବର । ଯାହାର ପୋଲ୍ ଖୋଲିଛି ଭାରତୀୟ ସେନା ଓ ବୈଦେଶିକ ମନ୍ତ୍ରାଳୟ । ମିଛ କହିବାରେ ଧୂରନ୍ଧର ପାକିସ୍ତାନ କେତେ ତଳକୁ ଖସିପାରେ ତଥ୍ୟ ପ୍ରମାଣ ସହ ସାରା ବିଶ୍ୱ ଆଗରେ ରଖିଛି । ପାକିସ୍ତାନର ଫଲସ ନାରେଟିଭକୁ ଏକ୍ସପୋଜ୍ କରିଛି ଭାରତ ।
ଫେକ୍ ନ୍ୟୁଜ୍ ନମ୍ବର-୧ । ପାକିସ୍ତାନ କହିଥିଲା ଆଟାକ୍ କରି ସୁରତଗଡ଼ ଓ ସିର୍ସା ଏୟାରଫିଲ୍ଡକୁ ଧ୍ବଂସ କରିଛି । ଆଜି ସେନାଧିକାରୀ କର୍ଣ୍ଣେଲ୍ ସୋଫିଆ କୁରେସୀ ପ୍ରେସମିଟରେ ଦୁଇଟିଯାକ ଏୟାରବେସ୍ ଫଟୋ ଦେଖାଇବା ପରେ ପାକିସ୍ତାନ ଗାଲକୁ ବାଜିଛି ଶକ୍ତ ଚାପୁଡା । ସୁରତଗଡ଼ ଓ ସିର୍ସା ଏୟାରବେସ୍, ରନ୍ ୱେ ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଅଧିକାରୀ ଓ କର୍ମଚାରୀ ସ୍ୱାଭାବିକ ଭାବରେ ଭିତରକୁ ଯାଆସ କରୁଛନ୍ତି ।
ଫେକ୍ ନ୍ୟୁଜ ନମ୍ବର-୨। ପାକିସ୍ତାନ କହିଥିଲା ଆଦମପୁରରେ S-400 ଏୟାର ଡିଫେନ୍ସ ସିଷ୍ଟମକୁ ବରବାଦ କରିଛି । ଭାରତ ଏହାକୁ ଖଣ୍ଡନ କରି କହିଛି, ଆଦମପୁର ବେସରେ କ୍ଷତି ବିଲକୁଲ୍ ମିଛ । ପୂରା ସୁରକ୍ଷିତ ଅଛି S-400 ସିଷ୍ଟମ ।
ଫେକ୍ ନ୍ୟୁଜ୍ ନମ୍ବର-୩ । ପାକିସ୍ତାନ କହିଥିଲା ନଗରୋତାରେ ବ୍ରହ୍ମୋସ ମିସାଇଲ୍ ସିଷ୍ଟମକୁ କ୍ଷତି ପହଞ୍ଚାଇଛି । ତାହା ବି ମିଛ ପ୍ରମାଣିତ ହୋଇଛି ।
ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କୀ ଆଡ୍ଡାକୁ ଭାରତ ଧ୍ବଂସ କରିବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ଭାରତର ସାମରିକ ପ୍ରତିଷ୍ଠାନ, ଧାର୍ମିକ ସ୍ଥଳ ଓ ବସତିକୁ ଟାର୍ଗେଟ କରି ଛାଡୁଛି ମାଳମାଳ ମିସାଇଲ୍ । ଡ୍ରୋନ୍ ଯୋଗେ ହମଲା ଉଦ୍ୟମ କରୁଛି । ଭାରତର ଛବିକୁ ମଳିନ କରିବାକୁ ସୋସିଆଲ୍ ମିଡିଆରେ କରୁଛି ହୀନ ଚକ୍ରାନ୍ତ । ଏମିତି ଅନେକ ମିଛ ଖବର ପ୍ରସାରଣ କରୁଛି । ବାୟୁସେନା ପାଇଲଟ ଶିବାନୀ ସିଂଙ୍କୁ ପାକିସ୍ତାନ ଧରିଥିବାର ମିଛ ଖବର ଭାଇରାଲ୍ କରିଥିଲା ।
ସେହିପରି ଭଟିଣ୍ଡା ଏୟାରଫିଲ୍ଡକୁ ଉଡ଼ାଇ ଦେଇଥିବା ହେଉ କି ଦିଲ୍ଲୀ ଏୟାରପୋର୍ଟରେ ବିସ୍ଫୋରଣ ଖବର ସବୁ ମିଛ ଆଉ ଗୁଜବ ପାକିସ୍ତାନ ତିଆରି କରୁଛି । ସୋସିଆଲ୍ ମିଡିଆରେ ସେୟାର କରୁଛି ବିସ୍ଫୋରଣର ବହୁ ପୁରୁଣା ଭିଡ଼ିଓ । କାଉଣ୍ଟର ଆଟାକରୁ ବର୍ତ୍ତିବାକୁ ପାକିସ୍ତାନ କିଭଳି ଯାତ୍ରୀବାହୀ ବିମାନକୁ ଢାଲ କରୁଛି ଓ ଆକ୍ରମଣ ବେଳେ ନିଜ ଏୟାରସ୍ପେସକୁ ଖୋଲା ରଖିଥିଲା ଗତକାଲି ତାର ପ୍ରମାଣ ଦେଇଥିଲା ଭାରତ । ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ପାକିସ୍ତାନର ମିଛ କହିବା ଜନ୍ମଗତ ଅଭ୍ୟାସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746890408.jpg)