Advertisment

Pakistan Terrorism Confession: ଆରମ୍ଭ ହୋଇନି ପ୍ରହାର, ବାଉଳି ଖାଉଛି ପାକିସ୍ତାନ....

ପହଲଗାମ୍ ପ୍ରହାର ଆରମ୍ଭ ହୋଇନି । ନିଜ ମୁଖା ନିଜେ ଖୋଲୁଛି ପାକିସ୍ତାନ । କବୁଲ୍ କରୁଛି "ଆମେ ଆତଙ୍କୀସ୍ତାନ" ।

ଅଦ୍ୟତନ ହୋଇଛି
Pakistan Terrorism Confession

Pakistan Terrorism Confession

Advertisment

ଭାରତର ପହଲଗାମ୍ ପ୍ରତିଶୋଧ ଭୟରେ ବାଉଳିଖାଇଲାଣି ପାକିସ୍ତାନ। ଶାସନରେ ବସିଥିବା ଏହାର ନେତା ଭାରତର ତତ୍କାଳ କାର୍ଯ୍ୟାନୁଷ୍ଠାନରେ ଡରି କେତେବେଳେ ତୁଛା ମୁହଁ ଭୁରୁଡ଼ି ମାରୁଛନ୍ତି ତ ପୁଣି କହୁ କହୁ ବିଶ୍ବ ଆଗରେ ନିଜ ମୁଖା ନିଜେ ଖୋଲି ଦେଉଛନ୍ତି। ପହଲଗାମ୍ ଆତଙ୍କୀ ହମଲା ପରେ ଖୋଦ୍ ଦେଶର ଉପପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ସ୍ପଷ୍ଟ କରୁଛି ଯେ ସେ ଦେଶଟା ପାକିସ୍ତାନ ନୁହେଁ ସତରେ ଆତଙ୍କୀସ୍ତାନ।.

Advertisment

ପହଲଗାମ୍ ପ୍ରହାର ଆରମ୍ଭ ହୋଇନି । ନିଜ ମୁଖା ନିଜେ ଖୋଲୁଛି ପାକିସ୍ତାନ । କବୁଲ୍ କରୁଛି "ଆମେ ଆତଙ୍କୀସ୍ତାନ" । ଜଣେ କହୁଛନ୍ତି ପହଲଗାମରେ ଯେଉଁମାନେ ନରସଂହାର କଲେ, ରକ୍ତର ହୋଲି ଖେଳିଲେ, ପାକିସ୍ତାନରେ ସେମାନଙ୍କ ଆକାଙ୍କ ନିର୍ଦ୍ଦେଶରେ ନୀରିହ, ନିରସ୍ତ୍ର ଶାନ୍ତିପ୍ରେମୀ, ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ଅତି କ୍ଲୋଜ ରେଞ୍ଜରୁ ଗୁଳି ମାରି କାପୁରୁଷ ପରି ଲୁଚି ପଳାଇଲେ ସେମାନେ କୁଆଡ଼େ ସ୍ବାଧୀନତା ସଂଗ୍ରାମୀ। ତ ପୁଣି ଆଉ ଜଣେ ଆତଙ୍କବାଦ ପ୍ରସଙ୍ଗରେ ପ୍ରଶ୍ନର ଉତ୍ତରରେ କହୁଛନ୍ତି ଆଜି ନୁହେଁ, ଆମେ ତିନି ଦଶନ୍ଧି ଧରି କରୁଛୁ ଏଇ ଡର୍ଟି ୱାର୍କ। ଛୋଟମୋଟ ନେତା ନୁହେଁ ଜଣେ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଓ ଆର ଜଣଙ୍କ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ବଡ଼ ଚ୍ୟାନେଲ୍‌ରେ ମିଛ ଖବର; ଏଭଳି ସମ୍ବେଦନଶୀଳ ସମୟରେ କେତେ ଠିକ୍‌ ? 

Advertisment

ପ୍ରଥମେ ଉପପ୍ରଧାନମନ୍ତ୍ରୀ ଇସାକ୍ ଦରଙ୍କ କବୁଲନାମା ପାଖକୁ ଆସିବା। ପହଲଗାମ୍ ହମଲା ପରେ ଗତକାଲି ବିହାର ମଧୁବନିରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ "ଖୋଜି ଖୋଜି ଠାବ କରିବୁ, କଳ୍ପନା ବାହାରେ ଦଣ୍ଡ ଦେବୁ" ଭଳି କଡ଼ା ଚେତାବନୀ ଓ ଧମକ ପରଠୁ ଡରରେ ଥରହର ପାକିସ୍ତାନ ସରକାରକୁ ଆଜି ଘେରିଥିଲେ ନିଜ ଦେଶର ଗଣମାଧ୍ୟମ। ଆଉ ଜବାବ ଦେଲା ବେଳେ ଥତମତ ହୋଇ ବେଲଜ୍ୟା ମୁହଁରେ ପହଲଗାମ୍ ଆତଙ୍କବାଦୀଙ୍କୁ ଇସାକ ଦର ସ୍ବାଧୀନତା ସଂଗ୍ରାମୀ କହି ଦେଇଥିଲେ। ସେମିତି ବ୍ରିଟେନ୍ ସ୍କାଇ ନ୍ୟୁଜ୍ ସହ ସାକ୍ଷାତକାରରେ ଉପସ୍ଥାପିକାଙ୍କ ଏସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଆଉ ପାଦେ ଆଗକୁ ଯାଇ ପାକିସ୍ତାନ ଯେ ଆତଙ୍କବାଦର ଜନ୍ମଦାତା ତାକୁ ଏକ ପ୍ରକାର ମାନି ଯାଇଥିଲେ। କହୁ କହୁ କହି ଦେଇଥିଲେ ବିଗତ ତିନି ଦଶନ୍ଧି ଧରି ଆମେରିକା ଓ ବ୍ରିଟେନ୍ ପାଇଁ ଆମେ ଏଭଳି ଡର୍ଟି କାମ କରି ଆସୁଛୁ।

ପହଲଗାମ ହମଲାର ପାଲଟା ପ୍ରଚଣ୍ଡ ପ୍ରହାର ଭୟରେ ପାକିସ୍ତାନ ଏବେ ବାଉଳି ଖାଉଥିଲା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ତଥ୍ୟ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପହଲଗାମ୍ ଆତଙ୍କୀ ହମଲାର ଆକ୍କା ହେଉଛି 26-11 ମୁମ୍ବାଇ ଆଟାକର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍। ରୋଗଗ୍ରସ୍ତ ଥାଇ ବି ନିଜ ଆତଙ୍କୀ ମାନସିକତାକୁ ନଛାଡ଼ି ସେ ହିଁ ବନାଇଥିଲା ପହଲଗାମର ପୂରା ପ୍ଲାନ୍। କେମିତି ଭାରତରେ ପାକିସ୍ତାନରୁ ଆତଙ୍କୀ ପଶିବେ, ବୈସରନ୍ କୁ ଯିବେ, ମିଶନକୁ ସଫଳ କରିବେ ନିଜର ଅତି ଘନିଷ୍ଠ ଆତଙ୍କବାଦୀ ସୈଫୁଲା କସୁରୀ ସହ ମିଶି ହାଫିଜ୍ ବନେଇଥିଲା ଯୋଜନା।

Advertisment

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

Pakistan Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ