• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆତଙ୍କବାଦ ବିରୋଧରେ ଏକାଠି ହୁଏ । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ସାଂଘାଇ କୋଅପରେସନ ଅର୍ଗାନାଇଜେସନ୍ ବା SCO ବୈଠକର ଅଧ୍ୟକ୍ଷତା କରି ଆତଙ୍କବାଦ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତ, ଋଷ, ଚୀନ୍ ଓ ପାକିସ୍ତାନ ସମେତ ୮ଟି ଦେଶ ଏହି ରାଷ୍ଟ୍ର ସମୂହର ସଦସ୍ୟ ଥିବା ବେଳେ, ଗତକାଲି ବୈଠକରେ କେବଳ ପାକିସ୍ତାନକୁ ଛାଡ଼ି ବାକି ସବୁ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିରକ୍ଷାମନ୍ତ୍ରୀ ମାନେ ଯୋଗ ଦେଇଥିଲେ ।

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫଙ୍କ ପରିବର୍ତ୍ତେ ଜଣେ ପାକିସ୍ତାନୀ ସରକାରୀ ପ୍ରତିନିଧି SCO ବୈଠକରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ । ତେବେ ଆଜିର ବୈଠକରେ ଆତଙ୍କବାଦ ବିରୋଧରେ ବିଷୋଦଗାର କରିବାର ଏବଂ ପାକିସ୍ତାନ ଉପରେ ନିଶାନା ସାଧିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି ରାଜନାଥ । କହିଛନ୍ତି, ଆତଙ୍କବାଦ ହେଉଛି ମାନବିକତା ବିରୋଧରେ ଅପରାଧ । ବିପଦ ସହିତ ଶାନ୍ତି ଓ ସମୃଦ୍ଧିର ସହାବସ୍ଥାନ ଅସମ୍ଭବ ।

ପାକିସ୍ତାନର ନାଁ ନନେଇ କହିଛନ୍ତି, ଯଦି ଗୋଟିଏ ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦିଏ, ତେବେ ତାହା କେବଳ ଅନ୍ୟମାନଙ୍କ ପ୍ରତି ନୁହେଁ, ନିଜ ପାଇଁ ବି ବିପଦ ଡାକିଆଣେ । ତେଣୁ ଆତଙ୍କବାଦର ମୂଳୋତ୍ପାଟନ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ । ଯେଉଁମାନେ ଏଭଳି ଆତଙ୍କୀ କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି କିମ୍ବା ପାଣ୍ଠି ଯୋଗାଇ ଦେଉଛନ୍ତି ସେମାନଙ୍କୁ ଦାୟୀ କରାଯାଉ ଏବଂ ଜବାବ ମଗାଯାଉ ବୋଲି ଦୃଢ଼କଣ୍ଠରେ କହିଛନ୍ତି ରାଜନାଥ ।...

ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ଆତଙ୍କୀ ହମଲାକୁ ଅଳ୍ପ କିଛି ଦିନ ବିତିଥିବା ବେଳେ, ଆଜି ରାଜନାଥଙ୍କ ଏଭଳି ଆହ୍ୱାନ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଏକ ଅନ୍ତର୍ଜାତୀୟ ସଂଗଠନ ଭାବେ SCOର ବିଶ୍ୱସନୀୟତା ବୃଦ୍ଧି ପାଇଁ ଆତଙ୍କନିରୋଧୀ ପଦକ୍ଷେପକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ଅପିଲ୍ କରିଛନ୍ତି ରାଜନାଥ । ଏଥିସହ ଖାଦ୍ୟ ସଂକଟ ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦେଇଛନ୍ତି ରାଜନାଥ ।...

ଚୀନର ସାଂଘାଇରେ ୨୦୦୧ରେ ଗଠିତ ହୋଇଥିଲା ଅର୍ଥନୈତିକ ଓ ସୁରକ୍ଷା ବ୍ଲକ୍ ସାଂଘାଇ କୋଅପରେସନ ଅର୍ଗାନାଇଜେସନ୍ ବା SCO। ରୁଷ, ଚୀନ, କିରଗିଜ୍ ରିପବ୍ଲିକ୍, କାଜାକସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଏହାର ପ୍ରାଥମିକ ସଦସ୍ୟ ଥିବା ବେଳେ ୨୦୧୭ରେ ଭାରତ ଓ ପାକିସ୍ତାନ ସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଥିଲେ । ଚଳିତବର୍ଷ ଭାରତ ଏହି ବୈଠକର ସଭାପତିତ୍ୱ କରୁଛି ।...