Advertisment

ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି

‘ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀର ୧୨ ତୋଗଲକ ରୋଡ୍‌ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Rahul Gandhi Vacates Official Bungalow

Rahul Gandhi

ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧୀ ।  କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ  ରାହୁଲ ଗାନ୍ଧୀ (Rahul Gandhi) ଆଜି ଦିଲ୍ଲୀର ୧୨ ତୋଗଲକ ରୋଡ୍‌ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି। । ସାଂସଦ ଭାବରେ ଦିଲ୍ଲୀର ଲୁଟିୟନ୍ସ ଜୋନରେ ମିଳିଥିବା ୧୨ ତୁଗଲକ୍‌ ଲେନ୍ ବଙ୍ଗଳାରୁ ଜିନିଷପତ୍ର ଖାଲି କରିଛନ୍ତି । ତାଙ୍କର ସମସ୍ତ ଜିନିଷପତ୍ର ଏକ ଟ୍ରକରେ ଭରିବା ପରେ ମା’ ସୋନିଆ ଗାନ୍ଧି (Sonia Gandhi) ଙ୍କ ଆବାସକୁ ପଠାଇ ଦିଆଯାଇଛି ।

Advertisment

‘ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରୀ ବାସଭବନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଦିଲ୍ଲୀର ୧୨ ତୋଗଲକ ରୋଡ୍‌ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି। ସେ ଘରର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିଛନ୍ତି।

ଅଧିକ ପଢ଼ନ୍ତୁ: ବାସହରା ହେଲେ ରାହୁଲ ଗାନ୍ଧୀ ! ସାମ୍ନାକୁ ଆସିଲା ବଙ୍ଗଳା ଖାଲି କରିବାର VIDEO

Advertisment

ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା । ନିୟମାନୁଯାୟୀ କୌଣସି କାରଣରୁ କୌଣସି ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଗଲେ ସେ ଆଉ ସରକାରୀ ଘରେ ରହିପାରିବେ ନାହିଁ । ତା’ସହିତ ଘର ଛାଡ଼ିବା ପାଇଁ ତାଙ୍କୁ ମାସେ ସମୟ ଦେବାର ବ୍ୟବସ୍ଥା ରହିଛି।

ଘର ଛାଡ଼ିବାକୁ ନୋଟିସ୍ ପାଇବା ପରେ ଏପ୍ରିଲ ୧୪ରୁ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ ରାହୁଲ। ସେହିଦିନ ସେ ତାଙ୍କ ଅଫିସ୍‌କୁ ସେଠାରୁ ତାଙ୍କ ମା’ଙ୍କ ଘରକୁ ଉଠାଇ ନେଇଥିଲେ। ତା’ ସହିତ କିଛି ଜିନିଷପତ୍ର ମଧ୍ୟ ନେଇଯାଇଥିଲେ। ଗତକାଲି ଅପରାହ୍ଣରେ ଗୋଟିଏ ଟ୍ରକରେ ତାଙ୍କର ଅନ୍ୟ ସମସ୍ତ ଜିନିଷ ନେଇ ଯାଇଥିଲା। ଆଉ ଆଜି ସେ ଘର ଛାଡ଼ି ଦେଇଥିଲେ।

ଘର ପୂରା ଖାଲି କରିବା ପୂର୍ବରୁ ଆଜି ସେ ଦୁଇ ଥର ତାଙ୍କ ଭଉଣୀ ପ୍ରିୟଙ୍କା ସହିତ ଏଠାକୁ ଆସିଥିଲେ ବୋଲି ଜଣାପଡ଼ିଛି। ଏବେ କିଛି ଦିନ ରାହୁଲ ତାଙ୍କ ମା’ଙ୍କ ଘରେ ରହିବେ । ତାଙ୍କର ସମସ୍ତ ଜିନିଷପତ୍ର ମଧ୍ୟ ତାଙ୍କ ମା’ଙ୍କ ଘରେ ରଖାଯାଇଛି ।

ଘର ଛାଡ଼ିବା ବେଳେ ରାହୁଲ ଗଣମାଧ୍ୟମକୁ ସାକ୍ଷାତାକାରରେ କହିଛନ୍ତି ଯେ, ‘ଦେଶବାସୀଙ୍କ ଯୋଗୁ ୧୯ ବର୍ଷ ହେଲା ମୁଁ ଏହି ଘରେ ଥିଲି। ମୁଁ ସେମାନଙ୍କୁ ସେଥିପାଇଁ ଧନ୍ୟବାଦ ଦେବି। ମୋତେ ସତ କହିବାର ମୂଲ୍ୟ ଦେବାକୁ ପଡ଼ିଛି। ତେବେ ସତ କହିବା ପାଇଁ ମୁଁ ଯେକୌଣସି ମୂଲ୍ୟ ଦେବାକୁ ରାଜି ଅଛି’। ଘରର ଚାବି ହସ୍ତାନ୍ତର କରିବା ସମୟରେ ସେ ସଚିବାଳୟର ଅଧିକାରୀଙ୍କ ସହ ହାତ ମିଳାଇ ଚାବି ତାଙ୍କ ହାତକୁ ଦେଇଥିଲେ ।

Congress Sonia Gandhi Priyanka Gandhi Rahul Gandhi
Advertisment
Advertisment