Advertisment

Tourism Resilience in Kashmir Post-Terror Attack: କାଶ୍ମୀର ପହଲଗାମରେ ସ୍ଥିତି ପରଖିଲା ଓଟିଭି, ଜାଣନ୍ତୁ କ'ଣ ରହିଛି ସ୍ଥିତି

ଶାନ୍ତ ପଡ଼ିଯାଇଛି ଉପତ୍ୟକା । କୁଳକୁଳୁ ଶବ୍ଦ କରି ନଦୀ ବହୁଛି ସତ, ହେଲେ ସବୁକିଛି ଲାଗୁଛି ନିରବ,ନିରବ । ପାହାଡ଼ର ଶୁଭ୍ରତା ଦେଖିଲେ ମନେ ହେଉଛି, ଆତଙ୍କୀ ହିଂସାରେ ସୁନ୍ଦରୀ କଶ୍ମୀର ମଥାରୁ ଲିଭିଯାଇଛି ସିନ୍ଦୂର । ଗହଳ ଚହଳରେ ଦିନେ ଯେଉଁ ପହଲଗାମ୍ ପୁରି ଉଠୁଥିଲା, ଆଜି ସେଇଠି ଅସମ୍ଭବ ନିରବତାର ରାଜୁତି । ଯାହା କିଛି ହାତଗଣତି ପର୍ଯ୍ୟଟକ ଆସୁଛନ୍ତି। ନଚେତ୍ ସବୁକିଛି ଶୂନଶାନ୍ ।

ଅଦ୍ୟତନ ହୋଇଛି
Ground zero situation Of Pahalgam

Ground zero situation Of Pahalgam

Advertisment

ଉପତ୍ୟକାରେ ଆତଙ୍କୀଙ୍କ ନରସଂହାରକୁ ୫ଦିନ ବିତିଛି । ଜନଜୀବନ ସ୍ବାଭାବିକ ହେଉଛି ସତ, କିନ୍ତୁ ଚଳଚଞ୍ଚଳ ହୋଇପାରିନି ପର୍ଯ୍ୟଟନ ଶିଳ୍ପ । ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ଥିବା ଓଟିଭି ଆଗରେ ଦୁର୍ଦ୍ଦଶାର କାହାଣୀ ବଖାଣି ସ୍ଥାନୀୟ ବ୍ୟବସାୟୀ ଆଶା ରଖିଛନ୍ତି, ଶୀଘ୍ର ବଦଳିଯିବ ଏ ଚିତ୍ର ।

Advertisment

ଶାନ୍ତ ପଡ଼ିଯାଇଛି ଉପତ୍ୟକା । କୁଳକୁଳୁ ଶବ୍ଦ କରି ନଦୀ ବହୁଛି ସତ, ହେଲେ ସବୁକିଛି ଲାଗୁଛି ନିରବ,ନିରବ । ପାହାଡ଼ର ଶୁଭ୍ରତା ଦେଖିଲେ ମନେ ହେଉଛି, ଆତଙ୍କୀ ହିଂସାରେ ସୁନ୍ଦରୀ କଶ୍ମୀର ମଥାରୁ ଲିଭିଯାଇଛି ସିନ୍ଦୂର । ଗହଳ ଚହଳରେ ଦିନେ ଯେଉଁ ପହଲଗାମ୍ ପୁରି ଉଠୁଥିଲା, ଆଜି ସେଇଠି ଅସମ୍ଭବ ନିରବତାର ରାଜୁତି । ଯାହା କିଛି ହାତଗଣତି ପର୍ଯ୍ୟଟକ ଆସୁଛନ୍ତି। ନଚେତ୍ ସବୁକିଛି ଶୂନଶାନ୍ ।

ଗ୍ରାଉଣ୍ଡ ଜିରୋକୁ ଯାଇ ଓଟିଭି ଯେଉଁ ସବୁ ଦୃଶ୍ୟ ଦେଖିଛି, ସବୁଠି ବାରି ହେଉଛି ଶୋକ ଆଉ ଆତଙ୍କ । ତାହାରି ଭିତରେ ଛାତି ଭର୍ତ୍ତି ଦମ୍ଭ ଆଉ କୋହ ଭରା ଶରୀରରେ ଶକ୍ତି ଜାବୁଡ଼ି ପ୍ରତିଶୋଧ ପାଇଁ ପଣ କରିଥିବା ଭାରତୀୟ ସେନାଙ୍କ ଉପସ୍ଥିତି ବେଶ୍ ଆଶ୍ବସ୍ତି ଆଣିଛି । ପହଲଗାମରେ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନର ଆଜି ଥିଲା ଦ୍ବିତୀୟ ଦିନ ।

Advertisment

ଅଧିକ ପଢ଼ନ୍ତୁ: ନାମ ନେଲା ପାକିସ୍ତାନ...!, ହାତରେ ନମାରି ଭାତରେ ମାରୁଛି ଭାରତ

ପହଲଗାମରୁ ଚାଲି ଚାଲି ପ୍ରାୟ ୫ କିଲୋମିଟର ଦୂର ସେହି ବୈସରନକୁ ଯାଇଥିଲା ଓଟିଭି ଟିମ୍ । ଯେଉଁଠି ବର୍ବର କାଣ୍ଡ ଭିଆଇଥିଲେ ଆତଙ୍କୀ । ଦୁର୍ଗମ ରାସ୍ତା ଦେଇ କିଛି ବାଟ ଯିବା ପରେ,ବାଟ ଓଗାଳିଥିଲା ସେନାର ତାର ବାଡ଼ । ସୁରକ୍ଷା ଦୃଷ୍ଟିରୁ ଆଗକୁ ଯିବା ମନା ଥିଲା ।

ପହଲଗାମ୍ ହେଉ କିମ୍ବା ବୈସରନ୍ ଘାଟି । ସବୁ ଏଣ୍ଟ୍ରି ପଏଣ୍ଟରେ କଡ଼ା ପହରା ଦେଉଛନ୍ତି, ଚାରିଆଡ଼େ ପଇଁତରା ମାରୁଛନ୍ତି ଜାମ୍ମୁ କାଶ୍ମୀର ପୋଲିସର ବ୍ଲାକ୍ କ୍ୟାଟ୍ ସ୍କ୍ବାଡ୍ । କେଉଁଠି ପାଟ୍ରୋଲିଂ ଭ୍ୟାନରେ ବୁଲୁଛନ୍ତି ତ ଆଉ କେଉଁଠି ପାଦରେ ଚାଲି ଚାଲି ଆତଙ୍କୀଙ୍କ ଉପରେ ନଜର ରଖିଛନ୍ତି । ସେନାର ସୁରକ୍ଷା ଆଜି ଭରସା ଦେଉଛି ପର୍ଯ୍ୟଟନର ଗନ୍ତା ଘରକୁ । ଆଶ୍ବାସନା ଦେଉଛି ବ୍ୟବସାୟୀଙ୍କୁ । କାରଣ ଏଇଠି କିଏ ଘୋଡ଼ା ସବାର୍ ଯୋଗାଇ ଦିଏ ତ ଆଉ କିଏ ହୋଟେଲ୍ ବ୍ୟବସାୟ କରି ଦି’ ପଇସା ରୋଜଗାର କରୁଥିଲେ ।

Advertisment

ତାଙ୍କ କହିବା କଥା ଆତଙ୍କୀଙ୍କ ଗୁଳିରେ ଯେଉଁ ନିରୀହଙ୍କ ଜୀବନ ଯାଇଛି । ସେମାନଙ୍କୁ ନ୍ୟାୟ ମିଳିଲେ, ନିଶ୍ଚିତ ସବୁକିଛି ସ୍ବାଭାବିକ ହୋଇଯିବ । ଉପତ୍ୟକାରେ କେତେ କଷ୍ଟରେ ଫେରିଛି ଶାନ୍ତି। ଭାଇଚାରାକୁ ବାନ୍ଧି ରଖିବା ସହ ସ୍ବଦେଶ ପ୍ରେମର ନଦୀ ବହୁଛି । ହେଲେ ଧର୍ମ ନାଁରେ ଯେଉଁ ଖୁନୀ ଖେଳ ଆତଙ୍କୀ ଖେଳିଛନ୍ତି ।

ତା’ର ପ୍ରତିବାଦର ସ୍ବରରେ ପ୍ରକମ୍ପିତ ହେଉଛି ପହଲଗାମ୍ । ଅପରପକ୍ଷେ ସ୍ଥାନୀୟ ଗୁଜ୍ଜର ବକରବାଲ୍ କମିଟି ପହଲଗାମରେ ହାତରେ ଜାତୀୟ ପତାକା ଧରି ରାଲି କରି ଗର୍ଜିବା ସହ ଘଟଣାକୁ ତୀବ୍ର ନିନ୍ଦା କରିଛି ।

ଅଧିକ ପଢ଼ନ୍ତୁ: ଭାରତ ନେଇଛି ୭ ଟି ବଡ଼ ପଦକ୍ଷେପ ; ଦୁର୍ବଳ ହେବ ପାକିସ୍ତାନ.. ଆକ୍ରମଣ କରିବ ଭାରତ !

Tourism Tourist Kashmir Tourism Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ